Posted inଖେଳ

ୟୁଥ୍‌ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଲେ ଲାଲ୍‌ରିନୁଙ୍ଗା

ଆପିଆ, (ସାମୋଆ), ୧୨ା୭ (ପି.ଟି.)- ଚଳିତ ରାଜ୍ୟଗୋଷ୍ଠୀ ଚମ୍ପିୟନଶିପ୍‌ର ତୃତୀୟ ଦିବସରେ ୟୁଥ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜେରେମି ଲାଲ୍‌ରିଙ୍ଗୁଆନା ଚମକପ୍ରଦ ପ୍ରଦର୍ଶନ କରିଛନ୍ତି। ସେ ତିନୋଟି ରେକର୍ଡ ଭଙ୍ଗ କରିଛନ୍ତି, କିନ୍ତୁ କ୍ଲିନ୍‌ ଆଣ୍ଡ୍‌ ଜର୍କ ଉତ୍ତୋଳନରେ ବିଫଳ ହୋଇଛନ୍ତି। ୬୭ କେଜି କାଟେଗୋରିରେ ଅଂଶଗ୍ରହଣ କରିଥିବା ୧୬ ବର୍ଷୀୟ ଜେରେମି ସ୍ନାଚ୍‌ କାଟେଗୋରିରେ ୧୩୬କେଜି ଉତ୍ତୋଳନ କରିବା ସହ ୟୁ୍‌ଥ୍‌ ଓ୍ବାଲର୍‌ଡ, ଏସିଆନ ଏବଂ ରାଜ୍ୟଗୋଷ୍ଠୀ ରେକର୍ଡ ଭଙ୍ଗ କରିଛନ୍ତି। ପୂର୍ବରୁ ୟୁଥ୍‌ ଓ୍ବାଲର୍‌ଡ ଏବଂ ଏସିଆନ ରେକର୍ଡ ମଧ୍ୟ ଲାଲ୍‌ରିନୁଙ୍ଗାଙ୍କ ନାମରେ ରହିଥିଲା। ଏପ୍ରିଲରେ ଚାଇନାର ନିଙ୍ଗ୍‌ବୋଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ୧୩୪କେଜି ଉତ୍ତୋଳନ କରି ସେ ଏହି ରେକର୍ଡ ଅଧିକାରୀ ହୋଇଥିଲେ। ଭାରତର ଅନ୍ୟ ଭରୋତ୍ତୋଳକମାନେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ୬ଟି ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ତନ୍ମଧ୍ୟରେ ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ଅଚିନ୍ତା ଶିଉଳି ମୋଟ ୩୦୫କେଜି (୧୩୬କେଜି+୧୬୯କେଜି) ଉତ୍ତୋଳନ କରି ସିନିୟର ଏବଂ ଜୁନିୟର ପୁରୁଷ ୭୩ କେଜି ଶ୍ରେଣୀରେ ସ୍ବର୍ଣ୍ଣ ଜିତିପାରିଛନ୍ତି। ସେହିପରି ମହିଳା ୭୬କେଜି ମହିଳା ବିଭାଗରେ ମନପ୍ରୀତ କୌର ୨୦୭ କେଜି (୯୧କେଜି+୧୧୬କେଜି) ଉଠାଇ ସ୍ବର୍ଣ୍ଣ ଜିତିଛନ୍ତି। ରାଜ୍ୟଗୋଷ୍ଠୀ ଚମ୍ପିୟନଶିପ୍‌ରେ ଏକ ସଙ୍ଗରେ ୟୁଥ୍‌, ଜୁନିୟର ଓ ସିନିୟର କାଟେଗୋରିରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri