Posted inଖେଳ

ୟୁଟ୍ୟୁବରେ ନିଦହାସ ଟ୍ରଫି ଫାଇନାଲକୁ ଦେଖିସାରିଲେଣି ୧୩.୨ କୋଟି ୟୁଜର୍ସ

୨୦୧୮ରେ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ନିଦାହାସ ଟ୍ରଫି ଫାଇନାଲରେ ବାଂଲାଦେଶ ଓ ଭାରତ ପରସ୍ପରକୁ ଭେଟିଥିଲେ। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୬୭ ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୮ ଓଭର ସୁଦ୍ଧା ୫ ଉଇକେଟ ହରାଇ ୧୩୩ ରନ୍‌ କରିଥିଲା। ଦଳକୁ ଜିତିବା ପାଇଁ ଦୁଇ ଓଭରରେ ୩୪ ରନ୍‌ ଦରକାର ଥାଏ। କିନ୍ତୁ ଶିଖର ଧାଓ୍ବନ (୧୦), ଅଧିନାୟକ ରୋହିତ ଶର୍ମା (୫୬), ଲୋକେଶ ରାହୁଲ (୨୪), ସୁରେଶ ରାଇନା (୦) ଓ ମନୀଷ ପାଣ୍ଡେ (୨୮) ପ୍ୟାଭିଲିଅନ ଫେରିସାରିଥିଲେ। ସେତେବେଳେ ବ୍ୟାଟିଂ କରୁଥିବା ବିଜୟ ଶଙ୍କର ସଂଘର୍ଷ କରୁଥିଲେ। କିନ୍ତୁ ଦିନେଶ କାର୍ତ୍ତିକ ୧୯ତମ ଓଭରରେ ପେସର ରୁବେଲ ହସନଙ୍କଠାରୁ ଦୁଇ ଲେଖାଏ ଛକା ଓ ଚୌକା ବଳରେ ୨୨ ରନ୍‌ ଆଦାୟ କରିଥିଲେ। ଅନ୍ତିମ ଓଭରର ପ୍ରଥମ ୪ ବଲରେ କାର୍ତ୍ତିକ ଓ ଶଙ୍କର ୭ ରନ୍‌ କରିଥିଲେ। ୫ମ ବଲରେ ଶଙ୍କର ଆଉଟ୍‌ ହୋଇଥିଲେ। ଫଳରେ ଅନ୍ତିମ ବଲରେ ଭାରତକୁ ଜିତିବା ପାଇଁ ଦରକାର ଥିଲା ୫ ରନ୍‌। ମାତ୍ର ପାର୍ଟ ଟାଇମ ବୋଲର ସୌମ୍ୟ ସରକାରଙ୍କୁ ଛକା ମାରି ଟିମ ଇଣ୍ଡିଆକୁ ମ୍ୟାଚ୍‌ ଜିତାଇ ଦେଇଥିଲେ କାର୍ତ୍ତିକ। ଏହି ମ୍ୟାଚ୍‌ର ହାଇଲାଇଟ୍‌କୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୩.୨ କୋଟି ୟୁଜର୍ସ ଦେଖିସାରିଲେଣି। ଏହି ଭିଡିଓକୁ ୟୁଟ୍ୟୁବରେ ସବୁଠୁ ଅଧିକ ଥର ଦେଖାଯାଇଥିବା କ୍ରିକେଟିଂ ମୁମେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri