Posted inଖେଳ

ୟୁଏସ୍‌ ଓପନ୍‌ ପାଇଁ ସେରେନାଙ୍କ ପ୍ରସ୍ତୁତି

ଚେନ୍ନାଇ, ୨୧।୬: ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ପାଇଁ ଆମେରିକୀୟ ତାରକା ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୟୁନାଇଟେଡ୍‌ ଷ୍ଟେଟ୍ସ ଟେନିସ୍‌ ଆସୋସିଏଶନ (ୟୁଏସ୍‌ଟିଏ) ସେରେନାଙ୍କର ଏକ ଭିଡିଓ ପୋଷ୍ଟ କରିଛି। ୟୁଏସ୍‌ ଓପନ୍‌ ଖେଳିବାକୁ ବହୁତ ଉତ୍ସାହିତ ଅଛି ବୋଲି ୬ଥର ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଥିବା ସେରେନା ଏହି ଭିଡିଓରେ କହିଛନ୍ତି। ୨୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ବିଶ୍ୱ ରେକର୍ଡର ସମକକ୍ଷ ହେବା ପାଇଁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ଆଉ ଗୋଟିଏ ଟାଇଟଲ ଜିତିଲେ ସେରେନା ୨୪ଟି ଗ୍ରାଣ୍ଡସ୍ଲାମ ଜିତି ସର୍ବାଧିକ ଟାଇଟଲ ହାସଲ ରେକର୍ଡର ସମକକ୍ଷ ହେବେ। ନିଜ ଘରେ ଏକ ନୂଆ ସର୍ଫେସ ସ୍ଥାପନ କରି ସେରେନା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର ୟୁଏସ୍‌ ଓପନ୍‌ ନୂଆ ସର୍ଫେସରେ ଖେଳ ହେବ।
ଗସ୍ତ ସପ୍ତାହରେ ୟୁଏସ୍‌ ଓପନ୍‌ କାର୍ଯ୍ୟସୂଚୀ ନେଇ ୟୁଏସ୍‌ଟିଏ ଘୋଷଣା କରିଥିଲା। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ୟୁଏସ୍‌ ଓପନ୍‌ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩ ତାରିଖ ମଧ୍ୟ ଦର୍ଶକଙ୍କ ଅନୁପସ୍ଥିତିରେ ଆୟୋଜନ ହେବ ବୋଲି ଘୋଷଣା କରାଯାଇଛି। ଟୁର୍ନାମେଣ୍ଟ ଆୟୋଜନ ନେଇ ଶ୍ରେଷ୍ଠ ଖେଳାଳିମାନେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସର୍ବିଆର ନୋଭାକ ଜୋକୋଭିଚ୍‌ ଓ ସ୍ପେନ୍‌ର ରାଫାଲ ନାଡାଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।
ଉଲ୍ଲେଖଥାଉ କି, ୧୯୭୮ ପରେ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଏକ ଭିନ୍ନ କୋର୍ଟ ତଥା ସର୍ଫେସ୍‌ରେ ଆୟୋଜନ ହେବ। ଏ ନେଇ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଷ୍ଟାସି ଆଲାଷ୍ଟର ସୂଚନା ଦେଇଛନ୍ତି। ଏହା ସେରେନାଙ୍କ ଘରର ବ୍ୟାକ୍‌ୟାର୍ଡରେ ଥିବା ନୂଆ କୋର୍ଟରେ ଖେଳାଯିବ। ସେରେନା ମଧ୍ୟ ଏଠାରେ ଟ୍ରେନିଂ କରୁଛନ୍ତି ବୋଲି ସେ କହିଛନ୍ତି। ଫଳରେ ସେରେନା ଏଥର ଫାଇଦାରେ ରହିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri