Posted inଜାତୀୟ

ୟୁଏନ୍‌ଏଚ୍‌ଆର୍‌ସିରେ ଭାରତ-ପାକ୍‌ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି

ଜେନେଭା,୧୧ା୯,(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି। ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଉଦ୍ୟମ କରିଛି। କଶ୍ମୀର ସ୍ଥିତିକୁ ନେଇ ୟୁଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଏକ ଅନ୍ତର୍ଜାତୀୟ ତଦନ୍ତ କରାଯାଉ ବୋଲି ପାକିସ୍ତାନ ଦାବି କରିଛି। ଅନ୍ୟପକ୍ଷରେ କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଭାରତର ସାର୍ବଭୌମ ନିଷ୍ପତ୍ତି ବୋଲି ଭାରତ ଜବାବ ରଖିଛି।
ଜେନେଭାରେ ମଙ୍ଗଳବାର ୟୁଏନ୍‌ଏଚ୍‌ଆର୍‌ସିର ୪୨ ତମ ଅଧିବେଶନ ବସିଛି। ଏଥିରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରି ସେଠାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ କିଛି ପଦକ୍ଷେପ ନେଇ ନ ଥିବାରୁ ୟୁଏନ୍‌ଏଚ୍‌ଆର୍‌ସି ଲଜ୍ଜିତ ହେବା ଅନୁଚିତ। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତାକୁ ଭାରତ ପ୍ରତ୍ୟାହାର କରିବା ପରେ ଉପତ୍ୟକାର ସ୍ଥିତିକୁ ନେଇ ବିଶ୍ୱ ମାନବାଧିକାର ପରିଷଦ ନିଃସ୍ପୃହ ରହିପାରିବ ନାହିଁ। କଶ୍ମୀରୀଙ୍କୁ ନ୍ୟାୟ ଓ ସମ୍ମାନ ପ୍ରଦାନ ପାଇଁ ମାନବାଧିକାର ପାଇଁ ଆମେ ଏହି ସଂସ୍ଥାର ଦ୍ୱାରସ୍ଥ ହୋଇଛୁ। ଭାରତୀୟ ସେନା ଉପତ୍ୟକାରେ ପେଲେଟ୍‌ ଗନ୍‌ ବ୍ୟବହାର ବନ୍ଦ କରିବା ସହ ସମସ୍ତ ପ୍ରକାର କଟକଣା ହଟାଇଦେଇ ଲୋକଙ୍କୁ ସେମାନଙ୍କ ସ୍ବାଧୀନତା ଦେଉ। ଏହାସହ ଅନ୍ତର୍ଜାତୀୟ ଆଇନାନୁସାରେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରି ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପନାମା ଓ ମାନବାଧିକାର ଚୁକ୍ତିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରୁ। ଏଥି ସକାଶେ ୟୁଏନ୍‌ଏଚ୍‌ଆର୍‌ସି ଭାରତକୁ ପରାମର୍ଶ ଦେଉ। ମାନବାଧିକାର ସମ୍ପର୍କିତ ଜାତିସଂଘ ଉଚ୍ଚାୟୁକ୍ତଙ୍କ ସୁପାରିସ ଅନୁସାରେ କଶ୍ମୀର ସ୍ଥିତିର ତଦନ୍ତ ପାଇଁ ଏକ କମିଶନ ଗଠନ କରାଯାଉ ବୋଲି କୁରେଶୀ ଦାବି କରିଥିଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଏକତରଫା ଓ ବେଆଇନ ନିଷ୍ପତ୍ତି ବୋଲି ସେ ଅଭିହିତ କରିଥିଲେ, ଯାହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଭାରତର ବହିର୍ବ୍ୟାପାର ସଚିବ(ପୂର୍ବ) ବିଜୟ ଠାକୁର ସିଂ ପରିଷଦକୁ ସମ୍ବୋଧିତ କରି ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି, ନିଜ ରାଜନୈତିକ କାର୍ଯ୍ୟସୂଚୀକୁ ଆଗକୁ ବଢ଼ାଇବା ପାଇଁ ମାନବାଧିକାର ଆଳରେ ୟୁଏନ୍‌ଏଚ୍‌ଆର୍‌ସିକୁ ବ୍ୟବହାର କରୁଥିବା ଦେଶଗୁଡ଼ିକୁ ଡାକି ଦାଗିଦ୍‌ କରାଯାଉ। ସେମାନେ ପ୍ରକୃତରେ ଅପରାଧୀ ହୋଇଥିବାବେଳେ ନିଜକୁ ପୀଡ଼ିତ ବୋଲି ଦେଖାଇହେଉଛନ୍ତି। ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତି ଭାରତର ସାର୍ବଭୌମ ଅଧିକାର। ସେହିପରି ମନ୍ତ୍ରଣାଳୟର ପ୍ରଥମ ସଚିବ ବିମର୍ଶ ଆର୍ୟନ ପାକିସ୍ତାନର ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅନୁଚ୍ଛେଦ ୩୭୦ ଭାରତୀୟ ସମ୍ବିଧାନର ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଏହାକୁ ଉଚ୍ଛେଦ କରାଯିବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ହସ୍ତକ୍ଷେପ କରିବା ଅଧିକାର ପାକିସ୍ତାନର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri