ହ୍ୟାଣ୍ଡଶେକ୍‌ ନୁହେଁ, କେବଳ ହସଟିଏ

ପୁରୀ ଅଫିସ,୧୬।୩: କରୋନା ଭାଇରସର ଭୟାବହତା ସାରା ବିଶ୍ୱକୁ ଘୋଟିଛି। ଲକ୍ଷାଧିକ ଲୋକେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ୫,୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଭାରତରେ ମଧ୍ୟ ଧୀରେ ଧୀରେ କାୟା ମେଲାଉଛି କରୋନା। ଓଡ଼ିଶା ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଯଦିଓ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ତଥାପି ପ୍ରତିଦିନ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ଯିବା ଖବର ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଉଛି। ଏହି ମହାବିପତ୍ତିରୁ କିପରି ରକ୍ଷା ପାଇହେବ ସେଥିଲାଗି ସରକାର ବିଭିନ୍ନ ପ୍ରକାର ପରାମର୍ଶ ଜାରି କରୁଛନ୍ତି। ସଚେତନତା ଏବଂ ସତର୍କତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳିସ୍ଥିତିରେ ଲୋକଙ୍କ ଚାଲିଚଳଣିରେ ଭିନ୍ନତା ପରିଲକ୍ଷିତ ହୋଇଛି, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ପୁରୀରେ ମର୍ନିଂଓ୍ବାକ୍‌ ସମୟରେ। ପୂର୍ବରୁ ଲୋକେ ବାଟରେ ଭେଟୁଥିବା ବନ୍ଧୁଙ୍କୁ ହାତ ମିଳାଉଥିଲେ। ଏବେ ତାହା ବନ୍ଦ ହୋଇଯାଇଛି। ପ୍ରାତଃଭ୍ରମଣ ସମୟରେ ବନ୍ଧୁଙ୍କୁ ଦେଖିଲେ ଆଉ ହ୍ୟାଣ୍ଡଶେକ୍‌ ନୁହେଁ କହି, ଉଭୟେ ହସିଦେଇ ଯିଏ ଯାହାର ବାଟରେ ଯାଉଛନ୍ତି।
ପ୍ରାତଃ ଭ୍ରମଣ ହେଉ ଅବା ସାନ୍ଧ୍ୟ ଭ୍ରମଣ, ପୁରୀ ସହରବାସୀ ଗାନ୍ଧୀ ପାର୍କକୁ ପସନ୍ଦ କରିଥାନ୍ତି। ବେଳାଭୂମି କଡ଼ରେ ଥିବା ଏହି ପାର୍କ ବେଶ୍‌ ସୁନ୍ଦର ଆଉ ସବୁଜିମାମୟ। ତେଣୁ ଏଠାରେ ସହରବାସୀଙ୍କ ଉପସ୍ଥିତି ଦେଖିବାକୁ ମିଳେ। ପାର୍କର ପଛ ଗେଟ୍‌ ଦେଇ କେହି କେହି ବେଳାଭୂମି କଡ଼େ କଡ଼େ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାନ୍ତି। ଶନିବାର ପ୍ରାତଃ ଭ୍ରମଣ ସମୟରେ ଲୋକେ ଆଉ ପୂର୍ବ ପରି ସେମାନଙ୍କ ଚିହ୍ନାମୁହଁ ସହ ହାତ ନ ମିଳାଇ ପରସ୍ପରକୁ ସତର୍କ ରହିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ମର୍ନିଂ ଓ୍ବାକ୍‌ କରୁଥିବା ସଞ୍ଜୟ ମହାପାତ୍ର କହିଛନ୍ତି ଯେ, ଯଥାସମ୍ଭବ କାହା ସଂସ୍ପର୍ଶରେ ନ ଆସିବା ଉଚିତ। ହାତକୁ ଭଲ ଭାବେ ଧୋଇବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି। ତେଣୁ କାହା ସହ ହାତ ମିଳାଇବାକୁ ଏବେ ଚେଷ୍ଟା କରୁନି। ଏବେ ଯଦି କେହି ବାଟରେ ଦେଖା ହେଉଛନ୍ତି, କେବଳ ହସିକି ପଦିଏ କଥା କହି ତାଙ୍କଠାରୁ ବିଦାୟ ନେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri