ହେଲ୍‌ଥ କେୟାର କ୍ଷେତ୍ରରେ ବୃହତ୍‌ ନିବେଶ ସମ୍ଭାବନା

ନୂଆଦିଲ୍ଲୀ,୨୫।୫: କୋଭିଡ୍‌-୧୯ ଯୋଗୁ ଭାରତୀୟ ଫାର୍ମାସ୍ୟୁଟିକାଲ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏ କ୍ଷେତ୍ରରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ଉପୁଜିଛି। ଭାରତ ବର୍ତ୍ତମାନ ଫାର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡିଭାଇସ ଶିଳ୍ପ ଉପରେ ଫୋକସ କରିଥିବା ଜଣାପଡିଛି। ଏହି କ୍ଷେତ୍ରରେ ବିଶେଷ ଯୋଗଦାନ ଦ୍ୱାରା ଭାରତ ଜାପାନ ସମେତ ଅନ୍ୟ ଦେଶରୁ ନିବେଶ ଆକୃଷ୍ଟ କରିବା ଲାଗି ଆଗଭର ହୋଇଛି। ନୂଆ ମାନୁଫାକ୍‌ଚରିଂ ଫାସିଲିଟି ସ୍ଥାପନ ହେଉ କିମ୍ବା ଯୌଥ ଉଦ୍ୟୋଗ ହେଉ ବିଭିନ୍ନ ପ୍ରସଙ୍ଗ ଉପରେ ଏବେ କାର୍ଯ୍ୟକ୍ରମ ଜାରି କରାଯାଉଥିବା ଶିଳ୍ପ ପ୍ରତିନିଧିମାନେ ମତବ୍ୟକ୍ତ କରିଛନ୍ତି। ଆଗାମୀ ୫ ବର୍ଷରେ ଭାରତରେ ଏଭଳି ନିବେଶ ହେବାର ବିଶେଷ ସୁଯୋଗ ରହିଛି।
ଜାପାନ ସମେତ ଅନ୍ୟ ଦେଶଗୁଡିକରୁ ୧୨୦୦ ଟେକ୍ନିକାଲ ସହଯୋଗିତା ହେବା ନେଇ ଅନୁମାନ କରାଯାଇଛି। ଏହି ବାବଦରେ ୪୨ ହଜାର କୋଟି ଟଙ୍କାର ନିବେଶ, ପ୍ରାୟ ୨୦୦ ଯୌଥ ଉଦ୍ୟୋଗରୁ ୧୪ ହଜାର କୋଟି ନିବେଶ ଏବଂ ବହୁ ଦେଶୀୟ କମ୍ପାନୀଗୁଡିକ ପକ୍ଷରୁ ୧୪ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ରହିଥିବା ସୂଚନା ରହିଛି। ଟୋକିଓ ଦୂତାବାସ ସହ ଆଲୋଚନା କରାଯାଇଥିବା ଫାର୍ମାସ୍ୟୁଟିକାଲ ବିଭାଗ ସଚିବ ପି.ଡି.ବାଘେଲା ସୂଚନା ଦେଇଛନ୍ତି। ଜାପାନର କମ୍ପାନୀଗୁଡିକ ଭାରତରେ ନିବେଶ କଲେ ଏହା ରପ୍ତାନି ଦିଗରେ ସହାୟକ ହେବ ବୋଲି ଇଣ୍ଡିଆନ ଫାର୍ମାସ୍ୟୁଟିକାଲ ଆଲାଏନ୍ସର ମହାସଚିବ ସୁଦର୍ଶନ ଜୈନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri