ହେଲମେଟ୍‌ ନାହିଁ ତ ଚା’ ନାହିଁ

କେନ୍ଦୁଝର, ୧୪ା୯(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ନିକଟସ୍ଥ ସ୍ପଞ୍ଜ ଛକଠାରେ ଥିବା ଏକ ଚା’ ଦୋକାନ ଆଗରେ ଝୁଲୁଛି ଏକ ବ୍ୟାନର। କୌଣସି ବାଇକ ଆରୋହୀ ହେଲ୍‌ମେଟ ପିନ୍ଧି ନ ଥିଲେ ତାଙ୍କୁ ଚା’ ଦିଆଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ହେଲମେଟ ସଚେତନତା ଲାଗି ଜଣେ ଚା’ ଦୋକାନୀଙ୍କ ଏଭଳି ପ୍ରୟାସ ଅଞ୍ଚଳରେ ଚର୍ଚ୍ଚାକୁ ଆସିଛି।
ବ୍ୟାନର ଝୁଲୁଥିବା ଚା’ଦୋକାନ ସ୍ପଞ୍ଜ ଛକରେ ଦୁଇ ବର୍ଷ ହେଲା ଆରମ୍ଭ ହୋଇଛି। ସରାସକୋଲା ଗ୍ରାମର ଅନାଦି ଚରଣ ପ୍ରଧାନ ଏହି ଦୋକାନ ଚଳାଛନ୍ତି। ତାଙ୍କ ପସ୍ତୁତ ଚା’ର ସ୍ବାଦ ନିଆରା ହୋଇ ଥିବାରୁ ରାସ୍ତାରେ ଯାଉଥିବା ଅଧିକାଂଶ ଦୁଇଚକିଆ ଯାନ ଆରୋହୀ ଅଟକି ଚା’ ପିଇଥାନ୍ତି। ସଡକ ସୁରକ୍ଷା ସଚେତନତା ସୃଷ୍ଟି କରାଯାଉଥିବା ପରିପ୍ରେକ୍ଷୀରେ ସେ ନିଜକୁ ଅଭିନବ ଉପାୟରେ ଏଥିରେ ସାମିଲ କରିଛନ୍ତି । କେହି ହେଲମେଟ୍‌ ପିନ୍ଧି ନ ଥିଲେ ଅନାଦି ତାଙ୍କୁ ଚା’ ଦେବାକୁ ରୋକଠୋକ୍‌ ମନା କରି ଦେଉଛନ୍ତି। ଅନାଦି କହିଛନ୍ତି, ଆଜିର ଯୁବପିଢି ସମାଜସେବା ଭଳି କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ସେ ମଧ୍ୟ ଏ ଦିଗରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ନିଜକୁ ସମାଜସେବାରେ ନିୟୋଜିତ କରି ଅସହାୟ ଲୋକଙ୍କୁ ସେବା ଯୋଗାଇଥାନ୍ତି। ୪୯ବର୍ଷୀୟ ଅନାଦି ଅବିବାହିତ। ନମ୍ର ସ୍ବଭାବ ଓ ଆଚରଣ ତାଙ୍କୁ ଅଞ୍ଚଳରେ ଲୋକପ୍ରିୟ କରିଛି। ସ୍ଥାନୀୟ ଇଲାକାରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ସେ ନିୟମିତ ଭାଗ ନେଉଛନ୍ତି । ସେ ଦିନକୁ ରେଡକ୍ରସ ବାବଦରେ ୨୦ ଟଙ୍କା ଲେଖାଏଁ ଜମା ରଖି ୪ମାସରେ ଥରେ ପ୍ରଶାସନ ନିକଟରେ ଜମା କରି ଆସୁଥାନ୍ତି। ଏହାବାଦ୍‌ ଗରିବ ଓ ଭିକାରି ତାଙ୍କ ଚା’ ଦୋକାନକୁ ଆସିଲେ ସେ ମାଗଣାରେ ଚା’ ଓ ବିସ୍କୁଟ ଦେଇଥାନ୍ତି ବୋଲି କହିିଛନ୍ତି। ସେହିପରିି ଦରକାର ହେଲେ ସେ ରୋଗୀଙ୍କୁ ଗରମ ପାଣି ଯୋଗାଇବା ସହ ଆବଶ୍ୟକ ସାହାଯ୍ୟ କରିଥାନ୍ତି। ନିଜ ଅଞ୍ଚଳରେ ରାସ୍ତା ଦୁର୍ଘଟଣା ଘଟିଲେ ସେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହାଛଡା ସେ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କୁ ରକ୍ତ ଯୋଗାଇଥାନ୍ତି। ଏଥିଲାଗି ରେଡକ୍ରସ ସୋସାଇଟିରେ ସେ ଆଜୀବନ ସଦସ୍ୟ ହୋଇ ପାରିଛନ୍ତି। ଏଭଳି ସମାଜସେବା କାର୍ଯ୍ୟ ଲାଗି ଚଳିତବର୍ଷ ଜାନୁୟାରୀ ୨୬ ତାରିଖ ସଧାରଣତନ୍ତ୍ର ଦିବସରେ ସେ ତତ୍କାଳୀନ ଏସ୍‌ପି ଜେ.ଏନ୍‌. ପଙ୍କଜଙ୍କ ନିକଟରୁ ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri