ହୃଦ୍‌ରୋଗରେ ଆକ୍ରାନ୍ତ କୈକେୟୀ, ଚିକିତ୍ସା ପାଇଁ ଅର୍ଥ ବାଧକ

ଖପା୍ରଖୋଲ, ୨୭ା୧୦(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତୁଲାମହୁଲ ଗାଁର ଦେବରାଜ ବରିହାଙ୍କ ଝିଅ କୈକେୟୀ (୧୫)। ନବମ ଶ୍ରେଣୀର ପଢୁଛନ୍ତି। କିଛି ଦିନ ହେଲା ହୃଦ୍‌ରୋଗରେ ପୀଡିତ। ଗରୀବ ପରିବାର ହୋଇଥିବାରୁ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ ା ୨ ମାସ ତଳେ ପରିବାର ଲୋକେ ତାଙ୍କୁ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲା ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ା ଧାରକରଜ ସହିତ ନିଜ ଚାଷ ଜମି ବନ୍ଧା ପକାଇ ଚିକିତ୍ସା କଲା ପରେ ମଧ୍ୟ ଆହୁରି ଟଙ୍କା ଆବଶ୍ୟକ ହେବାରୁ ଅନ୍ୟ ଉପାୟ ନ ପାଇ ଘରକୁ ଫେରାଇ ଆଣିଲେ ା ଏବେ କୈକେୟୀ ଘରେ ଶଯ୍ୟାଶାୟୀ, ଗୋଡ ହାତ ଫୁଲି ଯାଇଛି ା ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ା ଯାହା ସମ୍ପତ୍ତି ଥିଲା ଝିଅର ଚିକିତ୍ସାରେ ସାରି ଦେଇଥିବାବେଳେ ଏବେ ଦେବରାଜ ସରକାରୀ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ଚାହିଁ ବସିଛନ୍ତି। କୈକେୟୀଙ୍କ ସମ୍ପର୍କରେ ଖବର ପାଇ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡା.ଦିଲୀପ କୁମାର ପଧାନ, ସରପଞ୍ଚ ନରସିଂହ ସାହୁ, ଜିଆରଏସ ନୀଳମଣି ଜାଲ ପ୍ରମୁଖ କୈକେୟୀଙ୍କ ଘରେ ପହଞ୍ଚି ୫ହଜାର ଟଙ୍କା ପ୍ରଶାସନ ତରଫରୁ ଦେଇଛନ୍ତି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନାଙ୍କୁ ପଚାରିବାରୁ କୈକେୟୀଙ୍କ ଉଚ୍ଚତର ଚିକତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ସହାୟତାରେ କଟକ ବଡ ମେଡିକାଲକୁ ପଠାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri