ହୃଦ୍‌ରୋଗରେ ଆକ୍ରାନ୍ତ କୈକେୟୀ, ଚିକିତ୍ସା ପାଇଁ ଅର୍ଥ ବାଧକ

ଖପା୍ରଖୋଲ, ୨୭ା୧୦(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତୁଲାମହୁଲ ଗାଁର ଦେବରାଜ ବରିହାଙ୍କ ଝିଅ କୈକେୟୀ (୧୫)। ନବମ ଶ୍ରେଣୀର ପଢୁଛନ୍ତି। କିଛି ଦିନ ହେଲା ହୃଦ୍‌ରୋଗରେ ପୀଡିତ। ଗରୀବ ପରିବାର ହୋଇଥିବାରୁ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ ା ୨ ମାସ ତଳେ ପରିବାର ଲୋକେ ତାଙ୍କୁ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲା ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ା ଧାରକରଜ ସହିତ ନିଜ ଚାଷ ଜମି ବନ୍ଧା ପକାଇ ଚିକିତ୍ସା କଲା ପରେ ମଧ୍ୟ ଆହୁରି ଟଙ୍କା ଆବଶ୍ୟକ ହେବାରୁ ଅନ୍ୟ ଉପାୟ ନ ପାଇ ଘରକୁ ଫେରାଇ ଆଣିଲେ ା ଏବେ କୈକେୟୀ ଘରେ ଶଯ୍ୟାଶାୟୀ, ଗୋଡ ହାତ ଫୁଲି ଯାଇଛି ା ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ା ଯାହା ସମ୍ପତ୍ତି ଥିଲା ଝିଅର ଚିକିତ୍ସାରେ ସାରି ଦେଇଥିବାବେଳେ ଏବେ ଦେବରାଜ ସରକାରୀ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ଚାହିଁ ବସିଛନ୍ତି। କୈକେୟୀଙ୍କ ସମ୍ପର୍କରେ ଖବର ପାଇ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡା.ଦିଲୀପ କୁମାର ପଧାନ, ସରପଞ୍ଚ ନରସିଂହ ସାହୁ, ଜିଆରଏସ ନୀଳମଣି ଜାଲ ପ୍ରମୁଖ କୈକେୟୀଙ୍କ ଘରେ ପହଞ୍ଚି ୫ହଜାର ଟଙ୍କା ପ୍ରଶାସନ ତରଫରୁ ଦେଇଛନ୍ତି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନାଙ୍କୁ ପଚାରିବାରୁ କୈକେୟୀଙ୍କ ଉଚ୍ଚତର ଚିକତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ସହାୟତାରେ କଟକ ବଡ ମେଡିକାଲକୁ ପଠାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri