ହିତାଧିକାରୀଙ୍କ ଘର ଆଗରେ ଅଧିକାରୀ

ଭଦ୍ରକ ଅଫିସ,୧୪।୩- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଗୃହ ଯୋଗାଇ ଦିଆଯାଉଛି। ସମସ୍ତେ ଯେପରି ପକ୍କାଘର ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି। କିନ୍ତୁ ଭଦ୍ରକ ଜିଲାରେ ଅଧିକାଂଶ ହିତାଧିକାରୀ କାର୍ଯ୍ୟାଦେଶ ପାଇ ମଧ୍ୟ ଘର କରିନାହାନ୍ତି, ଯାହାର ପରିଣାମସ୍ବରୂପ ଜିଲା ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି। ଏଥିପାଇଁ ଜିଲାସ୍ତରୀୟ ଅଧିକାରୀମାନେ ଗଁାକୁ ଯାଇ ଘର ଘର ବୁଲି ହିତାଧିକାରୀମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି।
୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଯୋଜନାରେ ଭଦ୍ରକ ଜିଲା ରାଜ୍ୟରେ ୨୫ ନମ୍ବରରେ ରହିଛି। ଅର୍ଥାତ୍‌ ସ୍ଥିତି ନୈରାଶ୍ୟଜନକ। ଏ ସମ୍ପର୍କରେ ଦୈନିକ ରାଜ୍ୟସ୍ତରରୁ ସମୀକ୍ଷା ପରେ ସମୀକ୍ଷା କରାଯାଉଛି, କିନ୍ତୁ ଫଳ ଆଶାତୀତ ମିଳିପାରୁନାହିଁ। ଜିଲାସ୍ତରୀୟ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ଭେଟିବା ପାଇଁ ଏବେ ସପ୍ତାହରେ ପ୍ରାୟ ୩ରୁ ୪ଦିନ ଗଁାମୁହଁା। ବ୍ଲକସ୍ତରୀୟ ଅଧିକାରୀ, ପଞ୍ଚାୟତର ଜିଆର୍‌ଏସ୍‌ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ହିତାଧିକାରୀଙ୍କ ଘରକୁ ଯାଇ ତୁରନ୍ତ କାମ ସାରିବାକୁ ପରାମର୍ଶ ଦେବା ସହ ତାଗିଦ୍‌ ମଧ୍ୟ କରୁଛନ୍ତି। ହେଲେ ଆଶାତୀତ ଫଳ ମିଳିପାରୁ ନ ଥିବା ରିପୋର୍ଟରୁ ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ସମ୍ବଲପୁର ଜିଲାର ହିତାଧିକାରୀ ସର୍ବାଧିକ ଘର ସମ୍ପୂର୍ଣ୍ଣ କରି ୧ ନମ୍ବରରେ ରହିଥିବାବେଳେ ଝାରସୁଗୁଡ଼ା ୨ ଓ ଗଞ୍ଜାମ ୩ ନମ୍ବରରେ ରହିଛି। ଭଦ୍ରକର ସ୍ଥାନ ନୈରାଶ୍ୟଜନକ ନେଇ ଅଧିକାରୀମାନଙ୍କୁ ଚିନ୍ତାରେ ପକାଇଛି।
ଜିଲାସ୍ତରୀୟ ରିପୋର୍ଟକୁ ସମୀକ୍ଷା କଲେ ଜିଲାର ୭ଟି ବ୍ଲକରେ ଆର୍ଥତ୍କ ବର୍ଷର ଏପ୍ରିଲରେ ୨୯,୪୨୯ଟି ଗୃହ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା। ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ମାସ ଶେଷହେବାକୁ ୧୫ ଦିନ ବାକି ରହିଥିଲେ ମଧ୍ୟ ଫଳ ନୈରାଶ୍ୟଜନକ ରହିଛି। ମାତ୍ର ୪୨.୪୮ ପ୍ରତିଶତ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୧ ହଜାର ୫୭ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବାସୁଦେବପୁର ବ୍ଲକରେ ୨୨୯୫, ଭଦ୍ରକରେ ୧୦୩୭, ଭଣ୍ଡାରିପୋଖରୀରେ ୮୧୨, ବନ୍ତରେ ୧୨୧୧, ଚାନ୍ଦବାଲିରେ ୨୭୭୫, ଧାମନଗରରେ ୧୧୬୧ ଏବଂ ତିହିଡ଼ିରେ ୧୭୬୬ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ନେଇ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ଜିଲାସ୍ତରୀୟ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ, ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ, ଏଷ୍ଟିମେଟର ଓ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରମାନେ ଏହି ହିତାଧିକାରୀମାନଙ୍କ ଘରକୁ ଯାଇ ତୁରନ୍ତ ଘର ନିର୍ମାଣ କରି ସରକାରୀ ଟଙ୍କା ନେବାକୁ ପରାମର୍ଶ ଦେଉଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘର ଘର ବୁଲି ସଚେତନ କରାଯାଉଛି ହେଲେ ହିତାଧିକାରୀମାନେ ବିଭିନ୍ନ କାରଣ ଦର୍ଶାଇ ଫାଙ୍କୁଛନ୍ତି। କିଏ ଲଗାଣ ବର୍ଷା କାରଣରୁ ଘର କରିପାରି ନ ଥିବା ଦର୍ଶାଉଥିବା ବେଳେ ଅନ୍ୟ କେତେଜଣ ଚତୁରତାର ସହ ପ୍ରତିକ୍ରିୟା ରଖୁଛନ୍ତି। ଅନ୍ୟପକ୍ଷେ ବିଡିଓମାନଙ୍କୁ ନେଇ ଉପଯୁକ୍ତ ସମୟ ବ୍ୟବଧାନରେ ସ୍ଥିତିର ଉନ୍ନତି ଲାଗି ସମୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri