Posted inଖେଳ

ହାମିଲଟନ ଜିତିଲେ ସ୍ପାନିଶ ଗ୍ରାଁ ପ୍ରି

ମଣ୍ଟମେଲ (ସ୍ପେନ୍‌), ୧୩ା୫ (ଏଏଫ୍‌ପି)-ମର୍ସିଡିଜର ଲୁଇସ୍‌ ହାମିଲଟନ ସ୍ପାନିଶ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ରେସ୍‌ରେ ତାଙ୍କ ମର୍ସିଡିଜ ଟିମ୍‌ମେଟ୍‌ ଭାଲଟୋରି ବୋଟାସ ଦ୍ୱିତୀୟ ହୋଇଛନ୍ତି। ଫଳରେ ଚଳିତ ସିଜନରେ ମର୍ସିଡିଜ ଟିମ୍‌ କ୍ରମାଗତ ଭାବେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସମର୍ଥ ହୋଇଛି। ଫେରାରି ଟିମ୍‌ର କୌଶଳ ସତ୍ତ୍ୱେ ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ତୃତୀୟ ହୋଇଥିଲେ। ଫେରାରିର ସେବାଷ୍ଟିଆନ ଭେଟେଲ ଏବଂ ଚାଲର୍‌ସ ଲେକ୍‌ରେକ୍‌ଙ୍କୁ ଯଥାକ୍ରମେ ୪ର୍ଥ ଓ ୫ମସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଟପ୍‌ ୧୦ରେ ଯଥାକ୍ରମେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ପିଏରେ ଗାସ୍‌ଲି (ରେଡ୍‌ ବୁଲ୍‌), କେଭିନ ମାଗ୍ନସେନ (ହାସ୍‌), କାର୍ଲୋସ ସେଞ୍ଜ ଜୁନିୟର (ମ୍ୟାକଲରେନ), ଡାନିଲ କ୍ୟାତ୍‌(ଟୋରୋ ରୋସୋ) ଏବଂ ରୋମେନ ଗ୍ରୋସ୍‌ଜେଁ (ହାସ୍‌)। କ୍ରମାଗତ ୫ଟି ରେସ୍‌ରେ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ମର୍ସିଡିଜର ଦୁଇ ଡ୍ରାଇଭରଙ୍କ ମଧ୍ୟରୁ ହାମିଲଟନ ୩ନୋଟି ବିଜୟ ଲାଭ କରିଛନ୍ତି। ସ୍ପେନରେ ଟାଇଟଲ ହାସଲ ଦ୍ୱାରା ହାମିଲଟନ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ବୋଟାସଙ୍କଠାରୁ ୭ ପଏଣ୍ଟ ଆଗରେ ପ୍ରଥମ ସ୍ଥାନରେ ଅଛନ୍ତି। ଉଭୟଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭର୍ଷ୍ଟାପେନ ୪୬ ପଏଣ୍ଟ ପଛରେ ରହିଛନ୍ତି। ଭେଟେଲ ଭର୍ଷ୍ଟାପେନଙ୍କଠାରୁ ୨ ପଏଣ୍ଟ ପଛରେ ଚତୁର୍ଥ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri