Posted inଖେଳ

ହାମିଲଟନ ଜିତିଲେ ମୋନାକୋ ଗ୍ରାଁ ପ୍ରି

ମୋନାକୋ, ୨୭ା୫-ମର୍ସିଡିଜର ଲୁଇସ୍‌ ହାମିଲଟନ ମୋନାକୋ ଫର୍ମୁଲା ଓ୍ବାନ ଗ୍ରଁାପ୍ରି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଏହି ଘଟଣାବହୁଳ ରେସ୍‌ରେ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରି କି ତାଙ୍କ ସହ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ସେ ଏଡାଇ ଯାଇଥିଲେ। ମଣ୍ଟେ କାର୍ଲୋର ପ୍ରସିଦ୍ଧ ଷ୍ଟ୍ରିଟ୍‌ରେ ହାମିଲଟନଙ୍କର ଏହା ହେଉଛି ତୃତୀୟ ଏବଂ ଚଳିତ ସିଜନରେ ୪ର୍ଥ ଟାଇଟଲ। ରେସ୍‌ ଫଳାଫଳରେ ଭର୍ଷ୍ଟାପେନ ଯଦିଓ ଦ୍ୱିତୀୟ ହୋଇଥିଲେ ତଥାପି ୫ସେକେଣ୍ଡ ପେନାଲ୍‌ଟି ଯୋଗୁ ସେ ଚତୁର୍ଥ ସ୍ଥାନକୁ ଖସି ଥିଲେ। ଯାହାଫଳରେ ଫେରାରିର ସେବାଷ୍ଟିଆନ ଭେଟେଲ ଦ୍ୱିତୀୟ ଏବଂ ମର୍ସିଡିଜର ଭାଲ୍‌ଟେରୀ ବୋଟାସ ତୃତୀୟ ସ୍ଥାନ ଅଧିକାର କରିନେଇଥିଲେ। ବୋଟାସଙ୍କ ଦୁର୍ଭାଗ୍ୟ ଯୋଗୁ ମର୍ସିଡିଜର କ୍ରମାଗତ ପ୍ରଥମ-ଦ୍ୱିତୀୟ ସ୍ଥାନ ହାସଲ ଧାରାରେ ବ୍ରେକ୍‌ ଲାଗିଥିଲା। ଚାମ୍ପିୟନଶିପ୍‌ରେ ହାମିଲଟନ ବର୍ତ୍ତମାନ ତାଙ୍କ ଟିମ୍‌ମେଟ୍‌ଙ୍କଠାରୁ ୧୭ ପଏଣ୍ଟ ଆଗରେ ରହିଛନ୍ତି। ରବିବାର ରେସ୍‌ରେ ଯଥାକ୍ରମେ ୫ରୁ ୧୦ମ ସ୍ଥାନ ଅଧିକାର କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ପଏରେ ଗାସ୍‌ଲି (ରେଡ୍‌ବୁଲ୍‌), କାର୍ଲୋସ ସେଞ୍ଜ୍‌ ଜୁନିୟର (ମ୍ୟାକଲରେନ), ଡାନିଲ କ୍ୟାତ୍‌ (ଟୋରୋ ରୋସୋ), ଆଲେକ୍‌ଜାଣ୍ଡର ଆଲବନ୍‌ (ଟୋରୋ ରୋସୋ), ଡାନିଏଲ ରିକାର୍ଡୋ(ରେନଲ୍ଟ) ଏବଂ ରୋମେନ୍‌ ଗ୍ରୋସ୍‌ଜେଁ (ହାସ୍‌)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri