ମୌସୁମୀ ପୂର୍ବରୁ ସଫା ହେବ ସମସ୍ତ ଡ୍ରେନ୍‌ : ୨୩୦ ଶ୍ରମିକ ନିୟୋଜିତ, ୬୭ ଓ୍ବାର୍ଡରେ ବିଏମ୍‌ସି ପକ୍ଷରୁ ୨୫ ଘରୋଇ ଠିକା ସଂସ୍ଥାକୁ ଦାୟିତ୍ୱ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ମୁଖ୍ୟ ଓ ସବ୍‌ ଡ୍ରେନ୍‌ ସଫା କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗତ ୨୪ତାରିଖରୁ ମୁଖ୍ୟ ୧୦ ଡ୍ରେନ୍‌ର ସଫେଇ ସହିତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଏବେ ପ୍ରମୁଖ ରାସ୍ତାକଡ଼ରେ ଥିବା ସବ୍‌ ଡ୍ରେନ୍‌ଗୁଡ଼ିକର ସଫେଇ କାର୍ଯ୍ୟ ଜାରି ରହିଛି। ଡ୍ରେନ୍‌ରେ ଜମିଥିବା ଅଳିଆ ଆବର୍ଜନା ସହ ମାଟି କଢ଼ାଯାଇ ତାକୁ ନିଷ୍କାସନ ଉପଯୋଗୀ କରାଯାଉଛି। ୬୭ ଓ୍ବାର୍ଡରେ ବିଏମ୍‌ସି ପକ୍ଷରୁ ୨୫ ଘରୋଇ ଠିକା ସଂସ୍ଥାକୁ ଏ ନେଇ ଦାୟିତ୍ୱ ଦିଆଯାଇଥିବା ବେଳେ ୩ ସଫେଇ ସଂସ୍ଥା କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ବିଏମ୍‌ସି ଦ୍ୱାରା ପରିଚାଳିତ ଡ୍ରେନେଜ ଡିଭିଜନ ନିଜେ ୧୦ ଓ୍ବାର୍ଡରେ ଥିବା ମୁଖ୍ୟ ଓ ସବ୍‌ ଡ୍ରେନ୍‌ର ସଫେଇ ଦାୟିତ୍ୱ ନେଇଛି। ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ତଦାରଖରେ ଏହି ସଫେଇ କାର୍ଯ୍ୟ ଜାରି ରହିଛି। ମୌସୁମୀ ଆସିବା ପୂର୍ବରୁ ସମସ୍ତ ଡ୍ରେନ୍‌ର କାର୍ଯ୍ୟ ସରିଯିବ ବୋଲି ବିଏମ୍‌ସି ଆଶା ପ୍ରକାଶ କରିଛି।
ମୁଖ୍ୟ ଡ୍ରେନ୍‌ଗୁଡ଼ିକରେ ୧୦ରୁ ୧୨ ପ୍ରୋକ୍‌ଲିନ୍‌ ମେଶିନ ଏବେଠାରୁ ପ୍ରତ୍ୟେକ ଦିନ ସଫେଇ କରିବେ। ଆବଶ୍ୟକ ପଡ଼ିଲେ ଅଧିକ ମେଶିନ ଯୋଗାଇ ଦିଆଯିବ। ଯେଉଁ ସ୍ଥାନରେ ମେଶିନରେ କାମ କରିହେବ ନାହିଁ, ସେଠାରେ ଶ୍ରମିକ ନିୟୋଜିତ ରହିବେ। ଏଥିପାଇଁ ୨୩୦ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ ୧୦ ମୁଖ୍ୟ ଡ୍ରେନ୍‌ ରହିଛି। ସେଗୁଡ଼ିକ ମିଶି ପାଖାପାଖି ୬୦କିମି ଲମ୍ବ ହୋଇଥିବା ବେଳେ ସବ୍‌ ଡ୍ରେନ୍‌ଗୁଡ଼ିକ ମିଶି ୫୬୦କିମି ଲମ୍ବ। ସମସ୍ତ ଡ୍ରେନ୍‌ ଗଙ୍ଗୁଆ ନାଳ ସହ ସଂଯୋଗ ହୋଇଛି। ସେହିପରି ଗଙ୍ଗୁଆ ନାଳକୁ ଦୟା ନଦୀ ସହ ସଂଯୋଗ କରାଯାଇଛି। ଭୁବନେଶ୍ୱରରେ ଥିବା ମୁଖ୍ୟ ଡ୍ରେନ୍‌ଗୁଡ଼ିକ ଯଥା- ଡ୍ରେନ୍‌ ନଂ-୧ ଫରେଷ୍ଟ ଲେକ୍‌ ଚନ୍ଦ୍ରଶେଖରପୁରଠାରୁ ଆରମ୍ଭ ହୋଇ ଗଙ୍ଗୁଆରେ ପଡ଼ିଛି, ଯାହାକି ୫.୭କିମି ଲମ୍ବ। ଡ୍ରେନ୍‌ ନଂ-୨ ସୈନିକ ସ୍କୁଲ ନିକଟରୁ ବାହାରି ୦.୮୫ କିମି ଯିବା ପରେ ଭିଏସ୍‌ଏସ୍‌ ନଗର ରେଲଓ୍ବେ ବ୍ରିଜ୍‌ ନିକଟରେ ଡ୍ରେନ୍‌ ନଂ-୩ରେ ମିଶିଛି। ଡ୍ରେନ୍‌ ନଂ-୩ ଗଜପତି ନଗରରୁ ଆରମ୍ଭ ହୋଇ ଗଙ୍ଗୁଆରେ ମିଶିଛି, ଯାହାକି ୪.୨୨କିମି ଲମ୍ବ। ଡ୍ରେନ୍‌ ନଂ-୪ ଏକାମ୍ର କାନନ ଲେକ୍‌ଠାରୁ ଆରମ୍ଭ ହୋଇ ଗଙ୍ଗୁଆରେ ମିଶିଛି। ଏହା ୭.୫କିମି ଲମ୍ବ। ସେହିପରି ଡ୍ରେନ୍‌ ନଂ-୫ ଗୁରୁଦ୍ୱାରା ସିଂ ସଭାଠାରୁ ଆରମ୍ଭ ହୋଇ ଗଙ୍ଗୁଆରେ ମିଶିଛି, ଯାହାକି ୩.୫୪କିମି ଲମ୍ବ। ଡ୍ରେନ୍‌ ନଂ-୬ ଅଶୋକ ନଗରରୁ ବାହାରି ୩.୫କିମି ଯାଇ ଗଙ୍ଗୁଆରେ ମିଶିଥିବା ବେଳେ ଡ୍ରେନ୍‌ ନଂ-୭ ଗଙ୍ଗନଗରସ୍ଥିତ ବନଦୁର୍ଗା ମନ୍ଦିରରୁ ବାହାରି ୫.୪୫କିମି ଯାଇ ଗଙ୍ଗୁଆରେ ପଡ଼ିଛି। ସେପଟେ ଡ୍ରେନ୍‌ ନଂ-୮ ଓୟୁଏଟିଠାରୁ ବାହାରି ୫.୩୬କିମି ଯାଇ ଗଙ୍ଗୁଆରେ ମିଶିଛି, ଡ୍ରେନ୍‌ ନଂ-୯ ପଚଶଖା ନଗରରୁ ବାହାରି ସବୁଠୁ ଅଧିକ ଅର୍ଥାତ୍‌ ୧୫.୫କିମି ଯାଇ ଗଙ୍ଗୁଆରେ ମିଶିଛି। ସେହିପରି ଡ୍ରେନ୍‌ ନଂ-୧୦ ମୁମତାଜ ଅଲ୍ଲୀ ହାଇସ୍କୁଲ ନୟାପଲ୍ଲୀରୁ ବାହାରି ୭.୩୭କିମି ଯାଇ ଗଙ୍ଗୁଆରେ ପଡ଼ିଛି। ବର୍ତ୍ତମାନ ଏହି ସମସ୍ତ ଡ୍ରେନ୍‌ରେ ବିଏମ୍‌ସି ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri