ହାତୀ,ବାର୍‌ହା ଉପଦ୍ରବ: ଫସଲ ନଷ୍ଟ

ଭଞ୍ଜନଗର,୧୩।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବାର୍‌ହା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ସହ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି। ଏଥିସହ ହାତୀମାନେ ମଧ୍ୟ ଜଙ୍ଗଲରୁ ଆସି ଫସଲ ନଷ୍ଟ କରୁଛନ୍ତି। ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମୁଜାଗଡ଼ ରେଞ୍ଜରେ ୧୦ଟି ହାତୀ ଥିବା ସୂଚନା ମିଳିଛି। ଏଥିସହ ଜଗନ୍ନାଥପ୍ରସାଦ ରେଞ୍ଜରେ ୧୬ଟି ଓ ତାରସିଂ ରେଞ୍ଜରେ ୧୦ଟି ହାତୀ ଥିବା ଜଣାପଡ଼ିଛି। ବାର୍‌ହା ଓ ହାତୀମାନଙ୍କ ଦୌରାତ୍ମ୍ୟ ଦେଖି ବନ ବିଭାଗର ଚିନ୍ତା ବଢ଼ିଯାଇଛି। ଉତ୍ତ୍ୟକ୍ତ ଲୋକେ କାଳେ ବନ୍ୟପ୍ରାଣୀକୁ ଆକ୍ରମଣ କରିପାରନ୍ତି। ତେଣୁ ବନ ବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷା ନେଇ ଲୋକଙ୍କୁ ସଚେତନତା କରାଯାଉଛି। ଏଥିସହ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ବିଗତ କିଛିଦିନ ହେବ ହାତୀ ଓ ବାର୍‌ହା ଗେରେଡ଼ା, ଲଙ୍ଗଳଖୋଳା, ବିରିପଦର ପ୍ରମୁଖ ଗ୍ରାମରେ ଫସଲ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ଗତ ସପ୍ତାହରେ ଜଗନ୍ନାଥପ୍ରସାଦ ରେଞ୍ଜ ଲଣ୍ଡେଇହିଲ୍‌, ଗୁଣ୍ଡିରିବାଡ଼ି ଓ ତେନ୍ତୁଳିଆ ଅଞ୍ଚଳରେ ବାଘ ଆତଙ୍କ ନେଇ ଯେଉଁ ପ୍ରଚାର ହେଉଥିଲା ତାହା ମଙ୍ଗଳବାର ସୁଦ୍ଧା ପ୍ରମାଣିତ ହୋଇପାରିନାହିଁ। ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ରେଞ୍ଜର ଉମାକାନ୍ତ ଦାସଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ପଇଁତରା ମାରୁଛନ୍ତି। କିନ୍ତୁ ଟ୍ରାପ୍‌ କ୍ୟାମେରାରେ ବାଘ କିମ୍ବା ଅନ୍ୟ କୌଣସି ବନ୍ୟପ୍ରାଣୀର ଚିତ୍ର ଆସୁନାହିଁ। ତେଣୁ ଉକ୍ତ ଅଞ୍ଚଳରେ ବାଘ ଥିବା ନେଇ ଲୋକେ ଯେଉଁ ଅଭିଯୋଗ କରୁଥିଲେ, ସେ ନେଇ ଏବେ ବନ ବିଭାଗର ସନ୍ଦେହ ବଢ଼ିଛି। ବିଗତ ଦିନରେ ଉକ୍ତ ଅଞ୍ଚଳର କିଛି ଛେଳିକୁ କୌଣସି ପ୍ରାଣୀ ମାରି ଖାଇ ଦେଇଥିଲା। ବର୍ତ୍ତମାନ ବାଘର କୌଣସି ଚିହ୍ନାବର୍ଣ୍ଣ ମିଳୁ ନ ଥିବା ଯୋଗୁ ଏହା ବଣୁଆ କୁକୁରମାନଙ୍କ କାମ ହୋଇଥାଇପାରେ ବୋଲି ବନ ବିଭାଗ ସନ୍ଦେହ କରୁଛି। ଏନେଇ ଏସିଏଫ୍‌ ସୁଦର୍ଶନ ବାଦୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଟ୍ରାପ୍‌ କ୍ୟାମେରା ଲାଗିଥିବା ଅଞ୍ଚଳରେ କର୍ମଚାରୀମାନେ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଛନ୍ତି। ବନ୍ୟପ୍ରାଣୀ ଏବଂ ଲୋକଙ୍କ ଯେଭଳି କୌଣସି କ୍ଷତି ନ ହେବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବନ୍ୟପ୍ରାଣୀଙ୍କ ଦ୍ୱାରା ଫସଲ କ୍ଷତି ହେଉଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯାଉଛି। କ୍ଷତିଗ୍ରସ୍ତ ଚାଷୀ ଆବେଦନ କଲେ ନିର୍ଦ୍ଧାରିତ ସମୟରେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri