ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ ଅଫିସ,୧୯ା୭-ଢେଙ୍କାନାଳ ଜିଲା ସଦର ଥାନା ଝାରଗାଡିଆ ଫାଣ୍ଡି କାଉଁରିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଉର୍ମିଳା ନାଏକ(୪୦)ଙ୍କ ମୃତ୍ୟୁ ଘଟିଛି। ସେ ଶୌଚ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର, ସଦର ରେଞ୍ଜର ମନାୱର ଖାଁ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ଅଞ୍ଚଳରେ ବିଟ୍‌ ହାଉସ କାର୍ଯ୍ୟକ୍ଷମ କରିବା, ମୃତ ମହିଳାଙ୍କ ସ୍ବାମୀଙ୍କୁ ନିଯୁକ୍ତି, ଗ୍ରାମ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ସହିତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏସବୁ ଦାବି ଗୁଡ଼ିକୁ ପୂରଣ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ମୃତକଙ୍କ ପରିବାରକୁ ୪୦ହଜାର ଟଙ୍କା ପ୍ରଦାନ କରାଯିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏ ସଂକ୍ରାନ୍ତରେ ଝାରଗାଡିଆ ଫାଣ୍ଡିରେ କେସ୍‌ ନଂ. ୩୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri