ହାତିଆଗଣ୍ଡ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ରେମୁଣା, ୨୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଅଙ୍ଗନୱାଡ଼ି କେନ୍ଦ୍ରରେ ବର୍ଷେ ହେବ ତାଲା ଝୁଲୁଛି। କୋମଳମତି ଶିଶୁଙ୍କୁ ବାରଣ୍ଡାରେ ପାଠପଢା ଯାଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନାହଁି। ସରକାରଙ୍କ ଆମ ଅଙ୍ଗନୱାଡ଼ି ଯୋଜନା ଏଠି ଫେଲ୍‌ ମାରିଛି। ବାରଣ୍ଡାରେ କୋମଳମତି ଶିଶୁଙ୍କ ଭବିଷ୍ୟତ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।
୨୦ରୁ ଊର୍ଦ୍ଧ୍ୱ ପିଲା ଏହି କେନ୍ଦ୍ରରେ ଅଧ୍ୟୟନ କରନ୍ତି। କେନ୍ଦ୍ରରେ ତାଲା ପଡିଥିବାରୁ ଏବେ ଅଧାରୁ କମ୍‌ ପିଲା ପଢ଼ିବାକୁ ଆସୁଛନ୍ତି ବୋଲି ପତ୍ରିପାଳ ସେଣ୍ଟର ସୁପରଭାଇଜର ଚମ୍ପାରାଣୀ ମହାନ୍ତି କହିଛନ୍ତି। ପୁଷ୍ଟିସାର ଅଭାବ ପୂରଣ ପାଇଁ ସପ୍ତାହରେ ଦୁଇଦିନ ପିଲାଙ୍କୁ ଅଣ୍ଡା ପ୍ରଦାନ କରାଯିବା କଥା। ହେଲେ ସେମାନେ ଅଣ୍ଡା ପାଉନାହାନ୍ତି କି ଅନ୍ୟ ଖାଦ୍ୟ ମଧ୍ୟ ପାଉ ନ ଥିବା ଅଙ୍ଗନୱାଡ଼ି କର୍ମୀ ରୀତାଞ୍ଜଳି ଦାସ କହିଛନ୍ତି। କେନ୍ଦ୍ରରେ ତାଲା ଝୁଲୁଥିବା, ଦରମା ମିଳୁ ନ ଥିବା, ପିଲାଙ୍କୁ ଖାଦ୍ୟ ମିଳୁ ନ ଥିବା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ପରେ ବି କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେ କହିଛନ୍ତି। ଭାରପ୍ରାପ୍ତ ସିଡିପିଓ ସବିତା ରାଉତ କହିଛନ୍ତି ଯେ, ସହାୟିକା ନିଯୁକ୍ତି ନେଇ କେନ୍ଦ୍ରରେ ତାଲା ପକାଯାଇଛି। ପୂର୍ବତନ ସିଡ଼ିପିଓଙ୍କ ସମୟରେ ସେଠାରେ ସହାୟିକା ଭାବେ ଅନସୂୟା ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାକୁ କିଛି ଲୋକ ବିରୋଧ କରି କେନ୍ଦ୍ରରେ ତାଲା ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

GT ବସରେ କେମିତି ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭିଡ଼ିଓ, ଘଣ୍ଟାଏ ରାସ୍ତା କଡ଼ରେ ବସି ରହିଲେ ଖେଳାଳି

ନୂଆଦgିଲ୍ଲୀ,୧।୬: IPL 2026 ଫାଇନାଲ ପରେ ଦଳ ହୋଟେଲକୁ ଫେରୁଥିବା ବେଳେ ଗୁଜୁରାଟ ଟାଇଟାନ୍ସ ଦଳର ବସରେ ନିଆଁ ଲାଗିଯାଇଥିଲା; ଘଟଣାର ଏକ ଭିଡ଼ିଓ ଏବେ ସାମ୍ନାକୁ…

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ଆଉ ଏକ ଦେଶରେ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ, କେଉଁକେଉଁ ଦେଶରେ ନିଷେଧ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ,୧।୬: ମାଲେସିଆ ସୋମବାରଠାରୁ ଏକ ନୂତନ ନିୟମ ଲାଗୁ କରିଛି । ଏହି ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ…

ପଶ୍ଚିମବଙ୍ଗ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ

କୋଲକାତା,୧।୬: ସୋମବାର ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଶୁଭେନ୍ଦୁଙ୍କ ଦଳରେ ୩୫ ଜଣ ନୂତନ ମନ୍ତ୍ରୀ ଶପଥ ନେଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ, ମେଡିକାଲରୁ ଡିସ୍‌ଚାର୍ଜ ପରେ…

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ କଳାହାଣ୍ଡି ଜିଲା ମୁଖ୍ୟ ମେଡିକାଲରୁ ଆସିଛି। ଶନିବାର ଜିଲାର ନର୍ଲା ଥାନା…

ପାକିସ୍ତାନ ନୁହେଁ ଏହି ଦେଶ କରୁଛି ଆମେରିକା-ଇରାନ ମଧ୍ୟରେ ମଧ୍ୟସ୍ଥତା, ବଡ଼ ଦାବି କଲେ ରାଷ୍ଟ୍ରପତି

କାଏରୋ,୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପର୍କରେ ପାକିସ୍ତାନର ନାମ ପ୍ରାୟତଃ ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ…

ବାପାଙ୍କୁ ମେଡିକାଲରେ ଭର୍ତ୍ତି କରି ଘରକୁ ଫେରିବାବେଳେ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ପୁଅଙ୍କ ଜୀବନ

ସୁନ୍ଦରଗଡ଼,୧ା୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ…

ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ଦୁଇ ଘଣ୍ଟା ବାନ୍ଧି ରଖିଲା ସାପ, ତାପରେ ଯାହା ଘଟିଲା….

ହରଭଙ୍ଗା,୧।୬(ନରେନ୍ଦ୍ର ସାହୁ): ପୁରାଣରେ ସର୍ପ ବନ୍ଧନ କଥା ଶୁଣାଯାଏ କିନ୍ତୁ ବାସ୍ତବରେ କେହି ଦେଖି ନ ଥିବେ। ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri