ହାତ ଦେଖାଇଲେ ଆପେ ସ୍ପ୍ରେ ହେବ ସାନିଟାଇଜର

କଟକ ଅଫିସ,୨୧।୫: କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରୟାସ ଚାଲିଛି। ଏହି କ୍ରମରେ କରୋନା ଲଢ଼େଇରେ ସାମିଲ ହୋଇଛି କଟକସ୍ଥିତ ଖପୁରିଆ ସରକାରୀ ଆଇଟିଆଇ। ପୂର୍ବରୁ ଭ୍ରାମ୍ୟମାଣ କୋଭିଡ୍‌ ନମୁନା ସଂଗ୍ରହ ମେଶିନ ଓ କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଦୁଇଟି ରୋବୋଟ ତିଆରି କରାଯାଇଥିଲା। ସଂକ୍ରମଣ ରୋକିବା ଲାଗି ଏବେ ଏକ ଅଟୋମେଟିକ ସାନିଟାଇଜ ମେଶିନ ବିକଶିତ କରିଛି ଖପୁରିଆ ଆଇଟିଆଇ। ଏହି ମେଶିନକୁ ଆଇଟିଆଇର ମେକାନିକ ଇଲେକ୍ଟ୍ରୋନିକ ଟ୍ରେଡ୍‌ର ଅର୍ଚ୍ଚନା ସାହୁ, ଲଳିତ ମାର୍ଥା, ଅର୍ଚ୍ଚନା ପାଢ଼ୀ ତିଆରି କରିଛନ୍ତି।
ଏହି ମେଶିନ ମେଡିକାଲ, ସରକାରୀ କାର୍ଯ୍ୟାଳୟ ଓ ଦୋକାନରେ ବ୍ୟବହାର କରାଯାଇପାରିବ। ଏଥିରେ ଅଲଟ୍ରାସୋନିକ ସେନ୍ସର ଲାଗିଛି। ତେଣୁ ଏହାକୁ ସିଧାସଳଖ ଛୁଇଁବା ଆବଶ୍ୟକ ନାହିଁ। ସେନ୍ସର ଲାଗିଥିବାରୁ ମେଶିନ ପାଖରେ ହାତ ରଖିଲେ ଆପେଆପେ ଏହା ଆଲକହଲଯୁକ୍ତ ପାଣି ସ୍ପ୍ରେ କରିବ। ଏଥିଲାଗି ଏକ ଛୋଟ ନାଜାଲ ରହିଛି। ୩ ସେକେଣ୍ଡ ଭିତରେ ଏହା ୫ରୁ ୬ ମି.ଲି. ସାନିଟାଇଜର ସ୍ପ୍ରେ କରିପାରିବା ଦକ୍ଷତା ରଖୁଛି। ହାତ ସଫା କରିବା ବେଳେ ଏକ ଏଲ୍‌ଇଡି ଲାଇଟ୍‌ ଜଳେ, ଯାହା ହାତ ଠିକ୍‌ ଭାବେ ସଫା ହୋଇଛି କି ନା, ତା’ର ସୂଚନା ଦିଏ। ଏହି ମେଶିନର ଦାମ୍‌ କମ୍‌ ଥିବାରୁ ଏହାକୁ ସବୁ ଶ୍ରେଣୀର ଲୋକେ କିଣିପାରିବେ। ଏହାକୁ ସହଜରେ କାନ୍ଥ କିମ୍ବା କୌଣସି ଷ୍ଟାଣ୍ଡରେ ଲଗାଯାଇପାରିବ। ଏଥିରେ ଜଳ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ ରହିଛି। ଏରେଟର ଟେକ୍ନୋଲୋଜି ବ୍ୟବହାର ହୋଇଥିବାରୁ ଆଲକହଲ ଯୁକ୍ତ ଜଳକୁ ଏହା ସଂରକ୍ଷଣ କରିପାରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri