Posted inରାଜ୍ୟ

ହାଓଡ଼ାରେ ଦୁର୍ଘଟଣା: ୪ ଓଡ଼ିଆ ମୃତ

ଭଦ୍ରକ ଅଫିସ, ୧୮।୭ : ପଶ୍ଚିମବଙ୍ଗର ହାଓଡ଼ା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ କ୍ରିକେଟ ଖେଳାଳିଙ୍କ ସମେତ ୪ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକମାନେ ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା ଜିଲାର। ସେମାନେ ମଙ୍ଗଳବାର ଅପରାହ୍ନରେ ଏକ ବିବାହ ଭୋଜିରେ ଯୋଗଦେବାକୁ କାର୍‌ ଯୋଗେ କଲିକତା ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଏକ ଟ୍ରେଲର ଚକ ତଳେ କାର୍‌ ପଶିଯାଇଥିଲା। ମୃତକଙ୍କ ମଧ୍ୟରେ ଭଦ୍ରକ କୁଅଁାସ ଅଞ୍ଚଳର ଦିଗ୍‌ବିଜୟ ଦାସ(୩୫) ଓରଫ୍‌ ଦୀପୁ ଓ ଅନ୍ୟ ଜଣେ ଯାଜପୁର ଜିଲା ବିଞ୍ଝାରପୁର ବାସିନ୍ଦା ମନୋଜ ମହାନ୍ତି, ଭୁବନେଶ୍ୱର ଚନ୍ଦକା ଅଞ୍ଚଳର ଦିଲୀପ କୁମାର ନାୟକ ଓ ଶହୀଦନଗରର ପି. ତେଜେଶ୍ୱର ରାଓ ବୋଲି ଜଣାପଡ଼ିଛି। ଏହି ୪ ମୃତଦେହକୁ ପଶ୍ଚିମବଙ୍ଗ ପୋଲିସ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ପରେ ହସ୍ତାନ୍ତର କରିଛି। ଏହି ଖବର ପହଞ୍ଚିବା ପରେ ଭଦ୍ରକର କୁଆଁସ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗୁରୁତର ଥିତ୍ବା ଖୋର୍ଦ୍ଧା ଅଞ୍ଚଳର କ୍ରିଷ୍ଣା ରାଓଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଢୁଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦିଗ୍‌ବିଜୟ ଜଣେ ଜିଲାସ୍ତରୀୟ କ୍ରିକେଟ ଖେଳାଳି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ଗର୍ବ: ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନ

ଭୁବନେଶ୍ୱର,୧୮ା୪(ବନ୍ଦନା ସେଠୀ):ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ମୁମ୍ବାଇରେ ଆୟୋଜିତ ଇନ୍‌କା (ଆଇଏନ୍‌ସିଏ) ଆୱାଡର୍‌ସ ଉତ୍ସବରେ ଏହାକୁ…

ମୋଦିଙ୍କୁ ‘ଯାଦୁକର’ କହିଲେ ରାହୁଲ: ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୧୮ା୪: ଯାଦୁକରଙ୍କ ଟ୍ରିକ୍‌ (କୌଶଳ) ଆଉ ପୂର୍ବଭଳି କାମ କରୁନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଲୋକ…

ବେଆଇନ ଚାଲାଣବେଳେ ମହୁଲ ବୋଝେଇ ପିକ୍‌ଅପ୍‌ ଜବତ: ଚାଳକ ଅଟକ

ଦେବଗଡ,୧୮ା୪(ଶଶାଙ୍କ ଶେଖର ଝାଙ୍କର): ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ ବେଆଇନ ମହୁଲ ଚାଲାଣବେଳେ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଜବତ କରାଯିବା ସହ ଚାଳକଙ୍କୁ ଅଟକ ରଖାଯାଇଛି…

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri