ହାଇକୋର୍ଟରେ ମହିମାଙ୍କ ଜାମିନ ସଂକ୍ରାନ୍ତ ତଥ୍ୟ ଦାଖଲ

କଟକ ଅଫିସ, ୨୯।୮: ସିୱେଜ୍‌ ଶିପିଂ ପରିଚାଳକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ସମ୍ପର୍କିତ ତଥ୍ୟ ବୁଧବାର ହାଇକୋର୍ଟରେ ଦାଖଲ କରାଯାଇଛି। ଗତ ୧୪ ତାରିଖରେ ଅନୁଷ୍ଠିତ ଶୁଣାଣି ପରେ ବିଚାରପତି ଜଷ୍ଟିସ ଦେବବ୍ରତ ଦାଶଙ୍କ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ଅଭିଯୁକ୍ତ ମହିମା ମିଶ୍ରଙ୍କ ପକ୍ଷରୁ ୧୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ବୁଧବାର ମିଶ୍ରଙ୍କ ପକ୍ଷରୁ ତାଙ୍କ ସପକ୍ଷରେ ରହିଥିବା ବିଭିନ୍ନ ତଥ୍ୟ ଦାଖଲ କରାଯାଇଛି।
ସୂଚନା ଥାଉ କି, ମହେନ୍ଦ୍ର ସ୍ବାଇଁ ହତ୍ୟା ଘଟଣାରେ ଶିଳ୍ପପତି ମିଶ୍ରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ୨୦୧୭ ମେ ୧୬ରେ ହାଇକୋର୍ଟ ମିଶ୍ରଙ୍କ ଜାମିନ ମଞ୍ଜୁର କରିଥିଲେ । ମାତ୍ର ହାଇକୋର୍ଟଙ୍କ ଜାମିନ ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ। ହାଇକୋର୍ଟ ଦେଇଥିବା ଜାମିନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ଏହାପରେ ମିଶ୍ର ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାରେ ଶିଳ୍ପପତି ମିଶ୍ରଙ୍କୁ ୨୦୧୬ ଡିସେମ୍ବରରେ ପୋଲିସ ବ୍ୟାଙ୍କକ୍‌ରୁ ଗିରଫ କରିଥିଲା। ଏଠାରେ ପ୍ରକାଶ ଥାଉ କି, ୨୦୧୬ ଅକ୍ଟୋବର ୨୬ ତାରିଖରେ ପାରାଦୀପ ସିୱେଜ ଶିପିଂ ମ୍ୟାନେଜର ମହେନ୍ଦ୍ର ସ୍ବାଇଁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏ ନେଇ ମହେନ୍ଦ୍ରଙ୍କ ବଡ଼ଭାଇ ରାଜକିଶୋର ପାରାଦୀପ ଥାନାରେ ଅଭିଯୋଗ କରିଥିବାବେଳେ ମିଶ୍ରଙ୍କ ସମେତ ଓଡ଼ିିଶା ଷ୍ଟିଭେଡର୍ସ ଲିମିଟେଡ୍‌(ଓଏସ୍‌ଏଲ୍‌)ର ଅନ୍ୟ ଅଧିକାରୀଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହୋଇଥିଲା। ଏହି ମାମଲାରେ ପୋଲିସ ୧୬ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୪ଜଣ ଏବେବି ଫେରାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri