ହାଇକୋର୍ଟରେ ଏଏସ୍‌ଆଇ ଡିଜିଙ୍କ ବ୍ୟକ୍ତିଗତ ହାଜିରା: ୪ମାସ ମଧ୍ୟରେ ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିର ମରାମତି ଶେଷ ହେବ

କଟକ ଅଫିସ,୨୪ା୧୨- ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଡିଜି ଉଷା ଶର୍ମା ସୋମବାର ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ଶର୍ମାଙ୍କ ସହିତ ସଂସ୍ଥାର ଯୁଗ୍ମ ନିର୍ଦ୍ଦେଶକ(ସଂରକ୍ଷଣ) ଓ ଓଡ଼ିଶା ଅଧୀକ୍ଷକ ମଧ୍ୟ ହାଜର ହୋଇଥିଲେ। ଆସନ୍ତା ୪ ମାସ ମଧ୍ୟରେ ଉଭୟ ମନ୍ଦିରର ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସ୍‌ଆଇ ଅଧିକାରୀମାନେ ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମରାମତି ନିମନ୍ତେ ସେମାନେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ଏବଂ ବିଶେଷଜ୍ଞମାନଙ୍କ ମତାମତ ଓ ପରାମର୍ଶ ନେବାକୁ କୋର୍ଟ ଆଦେଶ ଦେଇଛନ୍ତି। ଏପରି କି ଆବଶ୍ୟକସ୍ଥଳେ ସରକାରଙ୍କ ସହାୟତା ନେବାକୁ ମଧ୍ୟ ଆଦେଶରେ କୁହାଯାଇଛି। ଆସନ୍ତା ମେ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉକ୍ତ ଦିନ ଏଏସ୍‌ଆଇ ଅଧିକାରୀମାନେ ମରାମତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବେ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ବିଚାରପତି ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କୋଣାର୍କ ମାମଲା ଉପରେ ଆବେଦନକାରୀ ଦିଲୀପ ମହାପାତ୍ର ଆଉ ଏକ ଅନ୍ତରୀଣ ପିଟିଶନ ଦାଏର କରିଛନ୍ତି। ପିଟିଶନରେ ସେ କୋଣାର୍କକୁ ନବଗ୍ରହ ମୂର୍ତ୍ତି ଫେରାଇ ଆଣିବା ପାଇଁ ଦାବି କରିଛନ୍ତି। ଉକ୍ତ ମୂର୍ତ୍ତିଗୁଡ଼ିକ ଏବେ ଲଣ୍ଡନର ଏକ ସଂଗ୍ରହାଳୟରେ ରହିଛି। ମହାପାତ୍ର ଦର୍ଶାଇଛନ୍ତି, ଉକ୍ତ ନବଗ୍ରହ ମୂର୍ତ୍ତି ମଧ୍ୟରେ ସୂର୍ଯ୍ୟଙ୍କର ମୂର୍ତ୍ତି ରହିଛି। ତେଣୁ ଉକ୍ତ ମୂର୍ତ୍ତିଗୁଡ଼ିକ ଫେରସ୍ତ ଅଣାଗଲେ କୋଣାର୍କର ଶୋଭା ଅଧିକ ବୃଦ୍ଧି ପାଇବ। ସେହିପରି ମହାପାତ୍ର ଦର୍ଶାଇଛନ୍ତି, ରଙ୍ଗନାଥ ସ୍ବାମୀ ମନ୍ଦିର ମରାମତି ପାଇଁ ମାତ୍ର ୧୬ ମାସ ସମୟ ଲାଗିଥିଲା। ମନ୍ଦିରରୁ ୫୦ହଜାର ଟନ୍‌ ଆବର୍ଜନା ବାହାରିଥିଲା। ଏତେ କମ୍‌ ସମୟ ମଧ୍ୟରେ ମନ୍ଦିର ମରାମତି ଶେଷ କରାଯାଇଥିବାରୁ ୟୁନେସ୍କୋ ପୁରସ୍କାର ମିଳିଥିଲା। ମାତ୍ର ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିର ମରାମତି ପାଇଁ ୨୦୧୦ରୁ କାମ ଜାରି ରହିଛି। ବିଭିନ୍ନ ବାହାନା ଦେଖାଇ ଏହି କାମକୁ ଶେଷ କରାଯାଉନାହିଁ। ଅର୍ଥାତ୍‌ ଏଥିପ୍ରତି ସରକାର କିମ୍ବା ଏଏସ୍‌ଆଇ ଯତ୍ନବାନ ରହୁନାହାନ୍ତି। ସୂଚନାଥାଉ କି, ଶ୍ରୀମନ୍ଦିରକୁ ନେଇ ଅଭିଷେକ ଦାସ ଓ ସୂର୍ଯ୍ୟମନ୍ଦିରକୁ କୋଣାର୍କକୁ ନେଇ ଦିଲୀପ ମହାପାତ୍ର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଉଭୟ ମାମଲାକୁ ବରିଷ୍ଠ ଆଡଭୋକେଟ ଅଶୋକ ମହାପାତ୍ର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ ଏନଇଇଟିରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri