ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ୨୧ପର୍ଯ୍ୟନ୍ତ ବୃଦ୍ଧି

କଟକ ଅଫିସ, ୧୭।୧୦: ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ମଙ୍ଗଳବାର ନିଜଆଡ଼ୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ପକ୍ଷରୁ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସହ ରାଜ୍ୟର ୬୮ଟି ବାର୍‌ ଆସୋସିଏଶନକୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ ପ୍ରମୁଖଙ୍କ ସହ ୧୩୬ ପ୍ରତିପକ୍ଷଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୧ ତାରିଖକୁ ଧାର୍ଯ୍ୟ ହୋଇଥିବାବେଳେ ବୁଧବାର ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୋର୍ଟ ବର୍ଜନ ଆନ୍ଦୋଳନକୁ ୨୧ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇଛି। ତେବେ ଆସନ୍ତା ୧୮ତାରିଖରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ରାଜ୍ୟର ସମସ୍ତ ୧୪୬ଟି ବାର୍‌ ଆସୋସିଏଶନ କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ସ୍ଥିର କରାଯାଇଛି। ବାର୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ବୈଠକରେ ହାଇକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସର ଜବାବ ଦେବା ସମ୍ପର୍କରେ ଆଲୋଚନା କରାଯିବ। ସେହିପରି ଏହି ଦିନ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ଅଦାଲତ କାର୍ଯ୍ୟରେ ଯୋଗ ନ ଦେବାକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା ଗୁରୁବାର ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏପରି କି ଆଗାମୀ ଦିନରେ ବାର୍‌ ଆସୋସିଏଶନର ଏକ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରସ୍ତୁତି ଚଳାଇଥିବା କୁହାଯାଇଛି। ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି, ସମ୍ପାଦକ ସଞ୍ଜୟ କୁମାର ଦାସ ଉପସ୍ଥିତ ରହି ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶା ହାଇକୋର୍ଟରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ପୂର୍ବରୁ ବାର୍‌ ଆସୋସିଏଶନ ପକ୍ଷରୁ ଆନ୍ଦୋଳନର କାର୍ଯ୍ୟପନ୍ଥା ଓ ଏସମ୍ପର୍କରେ ପରାମର୍ଶ ପାଇଁ ଏକ ଆକ୍ସନ କମିଟି ଗଠନ କରାଯାଇଥିଲା। ମଙ୍ଗଳବାର ଏହି କମିଟି ବସି ଏକାଧିକ କାର୍ଯ୍ୟପନ୍ଥା ସମ୍ପର୍କରେ ହାଇକୋର୍ଟ ବାର୍‌ ଆସୋସିଏଶନକୁ ପରାମର୍ଶ ଦେଇଥିଲା। ବୁଧବାର ଅପରାହ୍ନରେ ବାର୍‌ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବା ସହ ଆକ୍ସନ କମିଟିର ସୁପାରିସ ଉପରେ ତର୍ଜମା କରାଯାଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।
ଦୀର୍ଘ ୪ବର୍ଷ ହେବ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ପାଇଁ ଦାବି ହୋଇ ଆସୁଛି। ହାଇକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ୨୭ରହିଥିବାବେଳେ ବର୍ତ୍ତମାନେ ମାତ୍ର ୧୪ଜଣ ବିଚାରପତି ରହିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଆସନ୍ତା ନଭେମ୍ବରରେ ଅବସର ଗ୍ରହଣ କରିବେ। ସେହିପରି ଏବେ ହାଇକୋର୍ଟରେ ୧ଲକ୍ଷ ୭୨ହଜାର ମାମଲା ପଡ଼ି ରହିଛି। ସେହିପରି ସ୍ୟାଟ୍‌ ଉଚ୍ଛେଦ ହେବା ପରେ ଅଧିକ ୭୨ ହଜାର ମାମଲା ହାଇକୋର୍ଟଙ୍କୁ ଆସିବାର ସମ୍ଭାବନା ରହିଛି। ଏହି ଅତିରିକ୍ତ ମାମଲାର ବିଚାର ପାଇଁ ଅଧିକ ୬ଜଣ ବିଚାରପତିଙ୍କ ଆବଶ୍ୟକତା ରହିଛି। ତେଣୁ ଏହି ପାଖାପାଖି ୨.୫ଲକ୍ଷ ମାମଲାର ବିଚାର ପାଇଁ ୨୦ଜଣ ବିଚାରପତିଙ୍କ ଆବଶ୍ୟକତା ପଡ଼ିବ ବୋଲି ବାର୍‌ ଆସୋସିଏଶନ ପକ୍ଷରୁ କୁହାଯାଇଛି। ତେଣୁ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ସମେତ ବିଚାରପତି ନିଯୁକ୍ତି ପାଇଁ ରହିଥିବା କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ବାର୍‌ ଆସୋସିଏଶନ ପକ୍ଷରୁ ଦାବି କରାଯାଇଛି। ନ୍ୟାସନାଲ ଜୁଡ଼ିସିଆଲ୍‌ ଆପଏଣ୍ଟମେଣ୍ଟ କମିଶନ(ଏନ୍‌ଜେଏସି) ଦ୍ୱାରା ବିଚାରପତି ନିଯୁକ୍ତି କରାଇବାକୁ ମଧ୍ୟ ଆସୋସିଏଶନ ପକ୍ଷରୁ ଦାବି ହୋଇଛି। ଅନ୍ୟପକ୍ଷରେ ହାଇକୋର୍ଟରେ ନିୟମିତ ପ୍ରାକ୍ଟିସନରଙ୍କୁ ବିଚାରପତି ପାଇଁ ନିଯୁକ୍ତି ସମ୍ପର୍କରେ ନାମ ସୁପାରିସ କରାଯିବାକୁ ମଧ୍ୟ ଆସୋସିଏଶନ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ ଚଳିତ ମାସ ୩ତାରିଖରେ ସୁପ୍ରିମ କୋର୍ଟଙ୍କ କଲେଜିୟମ ଓଡ଼ିଶା ହାଇକୋର୍ଟରେ ୨ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବା ଲାଗି ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି। କଲେଜିୟମଙ୍କ ଏହି ସୁପାରିସକୁ ଓଡ଼ିଶା ହାଇକୋର୍ଟ ବାର୍‌ ବିରୋଧ କରି ଆନ୍ଦୋଳନ ଚଳାଇଛି। ଏହି ଖବରଦାତା ସମ୍ମିଳନୀରେ ବାର୍‌ ଆସୋସିଏଶନର ଯୁଗ୍ମ ସମ୍ପାଦକ ଜଟେଶ୍ୱର ନାୟକ, ସହ ସମ୍ପାଦକ ପଦ୍ମାଳୟା ମହାପାତ୍ରଙ୍କ ସହ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri