ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ‘ଓଡ଼ିଶାକୁ ଅନ୍ତର୍ଜାତୀୟ ବିମାନ ସଂଖ୍ୟା ବୃଦ୍ଧି କରାଯାଉ’

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ସଂଯୋଗ ଓ ଘରୋଇ ବିମାନ ଚଳାଚଳକୁ ଆହୁରି ବ୍ୟାପକ କରିବା ପାଇଁ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଏଠାରେ ଯଥେଷ୍ଟ ସୁଯୋଗ ସହ ଆବଶ୍ୟକ ଭିତ୍ତିଭୂମି ରହିଛି। ଓଡ଼ିଶାର ବିଭିନ୍ନ ବିକଶିତ କ୍ଷେତ୍ର ଓ ସମ୍ବଳର ଉଦାହରଣ ଦେଇ ହରଦୀପଙ୍କୁ ରାଜ୍ୟ ପରିଦର୍ଶନରେ ଆସିବାକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ବିଗତ କିଛିବର୍ଷ ମଧ୍ୟରେ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରର ବୃଦ୍ଧି ଘଟିବା ସହ ଘରୋଇ ବିମାନ ଚଳାଚଳରେ ମଧ୍ୟ ଆଖିଦୃଶିଆ ଉନ୍ନତି ହୋଇଛି। ଏବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଉ। ବର୍ତ୍ତମାନ ଓଡ଼ିଶାରୁ ଗୋଟିଏମାତ୍ର ବିମାନ ବିଦେଶକୁ ଉଡ଼ାଣ କରୁଛି। ଏହା ବ୍ୟତୀତ ଆଉ କିଛି ବିମାନ ଭାୟା ଦିଲ୍ଲୀ ଓ କୋଲକାତା ଦେଇ ବିଦେଶକୁ ଉଡ଼ାଣ କରୁଛି। ବିଦେଶରେ ବୈଷୟିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ବିମାନ ଚଳାଚଳ, ଉତ୍ପାଦନ ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ଅଧିକ ରହିଛି। ଆମେରିକା ଓ ୟୁରୋପ ଭଳି ବିକଶିତ ମହାଦେଶରେ ପ୍ରବାସୀ ଓଡ଼ିଆ ବେଶ୍‌ ସଫଳ ଓ ସମୃଦ୍ଧ ହୋଇଛନ୍ତି। ଯୋଗାଯୋଗର ସହଜ ମାଧ୍ୟମ ଯୋଗୁ ପୂରା ବିଶ୍ୱରେ ଓଡ଼ିଆମାନେ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି। ମଧ୍ୟପୂର୍ବ ଦେଶଗୁଡ଼ିକରେ ମଧ୍ୟ ଓଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଫଳ ଭାବେ କାର୍ଯ୍ୟ କରୁଥିବାରୁ ବିଦେଶୀ ସଂସ୍ଥାଗୁଡ଼ିକ ଓଡ଼ିଆଙ୍କୁ ନିଯୁକ୍ତି ଦେବାରେ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିପାଇଁ ଓଡ଼ିଶା ସହ ବିଶ୍ୱର ଲିଙ୍କ୍‌ ପରିବ୍ୟାପ୍ତ ହୋଇଚାଲିଛି। ଓଡ଼ିଶାରେ ଭଲ ଭିତ୍ତିଭୂମି ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ରହିଛି। ବିଶେଷକରି ପର୍ଯ୍ୟାବରଣ ପର୍ଯ୍ୟଟନସ୍ଥଳୀ ଚିଲିକା ହ୍ରଦ, ଶିମିଳିପାଳ, ଭିତରକନିକା ଓ ସାତକୋଶିଆ ଆଦି ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ସମୃଦ୍ଧ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ରହିଥିବାରୁ ଅନ୍ତର୍ଜାତୀୟ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଆଗାମୀ ଦିନରେ ଅନ୍ତର୍ଜାତୀୟ ଟୁର୍‌ ଅପରେଟରଙ୍କୁ ଆକୃଷ୍ଟ କରିବ। ଉଡ଼ାନ ଯୋଜନାରେ ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ରାଉରକେଲା ଓ ଜୟପୁରକୁ ଖୁବ୍‌ଶୀଘ୍ର ଯୋଡିବାକୁ ଆମେ ଚାହୁଁଛୁ ବୋଲି ନବୀନ ଲେଖିଛନ୍ତି। ରାଉରକେଲାରେ ଆଗକୁ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି। ପ୍ରମୁଖ ଶିଳ୍ପସଂସ୍ଥା ସହ ଓଡ଼ିଶା ଯୋଡିହୋଇଛି। ନିବେଶ ଉପଯୋଗୀ, ଦକ୍ଷ ମାନବ ଓ ଖଣିଜ ସମ୍ବଳ ଯୋଗୁ ଓଡ଼ିଶା ବିଦେଶୀ ପୁଞ୍ଜି ପାଇଁ ଉପଯୁକ୍ତ ସ୍ଥଳ ହେବ। ତେଣୁ ବିଭାଗୀୟ ଅଧିକାରୀ ଓ ପ୍ରମୁଖ ବିମାନ ଚଳାଚଳ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଧରି ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ହରଦୀପଙ୍କୁ ଆମନ୍ତ୍ରିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri