ହପ୍‌ତେ ଭିତରେ ବାପ୍‌, ପୁଓ ଆରପାରେ: ପରିବାର ଚିନ୍‌ତାରେ ବାଟ୍‌ବନା ନିସାହା ଅନୁପମା

ମୋହନଗିରି,୨୧।୧୦(ଡି.ଏନ.ଏ.)-  କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଧୀନ ମୋହନଗିରି ଗାଁର ଅନୁପମା ପୂଝାରୀ। ତାକର ପରିବାରଟା ନିହାତି ଗରିବ ହେଇଥିଲାବେଲେ କୁଲିମଜୁରି କରି ପେଟ୍‌ ପାଲୁଛନ୍‌। ହେଲେ ଏହେଦେ ଇ ପରିବାର ଉପରେ ଦୁଖର ପାହାଡ଼ ଲଦି ହେଇଯାଇଛେ।
ସୂଚନା ଅନ୍‌ସାରେ ମୋହନଗିରି ଗାଁର ଅନୁପମାକଁର ଆପ୍‌ନେ ସୀମାଞ୍ଚଳ ପୂଝାରୀ(୪୦) ଗଲା ୭ ତାରିଖ କିଡ଼୍‌ନୀ ରୋଗ୍‌ରେ ଆରପାରକେ ଚାଲିଯାଇଛନ୍‌। ସେ ପରିବାରର ଝନେ ବଲି ରୁଜଗାରିଆ ଲୋକ୍‌ ଥିଲେ। ପୁଓର ମୁର୍‌ତୁରେ ଭାଂଗି ପଢ଼ି ୭ ଦିନ୍‌ ଉତାରୁ ବୁଢ଼ା ବାପ୍‌ କାର୍ତ୍ତିକ ପୂଝାରୀ(୬୮) ବି ଆଏଁଖ୍‌ ମୁଜିଦେଲେ। ଏନ୍‌ତାଥି ୬୭ ବଛ୍‌ରିଆ ବୁଢ଼ି ଶାଶ୍‌, ୭ ଆର ୯ ବଛରର ଦୁଇ ଝି’ର ବୋଝ୍‌ ନିସାହା ବିଧବା ଅନୁପମାକଁର ଉପରେ ପଡ଼ିଛେ। ଇଆଡ଼େ ଆପ୍‌ନେ ଆର ଶଶୁରକଁର ସୁଧିକାଯ୍‌ କରବାକେ ଅନୁପମାକଁର ହାତେ କାଣି କଉଡ଼ିଟେ ନଁାଇଁନ। ଏନ୍‌ତାଥି ଗାଁର ଲୋକ୍‌ ମିଶି ସମକର ଘରୁ ଚାଉଲ ଦୁରା ଆର କିଛି ପଏସା ଠୁଲ କରି ଇ ଦୁଖି ପରିବାରକେ ବାପ୍‌, ପୁଓର ସୁଧି କାଯ୍‌ ଲାଗି ଦେଇଛନ୍‌। ଗାଁରେ କେହେନ୍‌ସି ଗରିବ୍‌ଦୁଖି ପରିବାରରେ କେହି ମରିଗଲେ ସୁଧିକାଯ୍‌ ଲାଗି ହରିଶ୍ଚନ୍ଦ୍ର ଯୋଜନାରେ ସାହାଯ୍‌ ମିଲ୍‌ସି। ହେଲେ ଇ ଦୁଖି ପରିବାର ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ରୁ ବଁଚିତ୍‌ ହେଇଛନ୍‌। ଇଆଡ଼େ ନିସାହା ବିଧବା ଅନୁପମା ନିଜର ୧ ଡେସିମିଲ ଝାଟିମାଟି ଘରେ ଦୁଇ ଛୁଆ ଆର ବୁଢ଼ି ଶାଶ୍‌କେ ଧରି ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ଘରର ଛାତର ଅବସ୍‌ତା ଭଲ ନାଇଁଥିଲାବେଲେ ଉପରେ ପଲିଥିନ୍‌ ଢାପି କୁଟୁମ୍‌ବସିଆ ରହୁଛନ୍‌। ସବୁଠାନୁ ଦୁଖର କଥା ସ୍ବର୍ଗତ ସୀମାଞ୍ଚଳକଁର ନଁା ସରକାରକଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏସ୍‌ଇସିସି ତାଲିକାର ୨୪ ନମ୍ବରରେ ରହିଛେ। ନିୟମ ହିସାବେ ତାହାକୁ ଘର ମିଲିଯିବାର କଥା। ହେଲେ ନମ୍ବରର ପଛେ ଥିବାର ଲୋକ୍‌ ଘର ପାଇଥିଲାବେଲେ ଇ ଦୁଖି ପରିବାର ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଇଥିବାର ପରିବାର ଲୋକ୍‌ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ମ.ରାମପୁର ବିଡିଓ ରୋମାନା ଜାଫ୍ରିକୁଁ ପଚ୍‌ରାଲାରୁ ଦୁଖି ପରିବାରକେ ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ ଦେବାକେ ମୋହନଗିରି ପଁଚେତ୍‌ ଅଧ୍‌କାରୀକୁଁ ସେ ନିରଦେଶ ଦେଇଥିଲେ। ସେନ୍‌ତା ପରିବାରଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ କେନ୍‌ କାରନ୍‌ରୁ ବାଦ୍‌ ପଡ଼ିଛନ୍‌ ସେଟା ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri