ହତ୍ୟାକରି ମହାନଦୀକୁ ଫିଙ୍ଗିଦେଇଥିଲେ

ଖୋର୍ଦ୍ଧା ଅଫିସ, ୨୬ା୮:ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୁବୁସାହିର ଯୁବକ ବାସୁଦେବ ପ୍ରଧାନଙ୍କ ନିଖୋଜ ଘଟଣା ନୂଆମୋଡ଼ ନେଇଛି। ବାସୁଦେବଙ୍କୁ ଅଭିଯୁକ୍ତ କବାଡ଼ିଆ ମାଲିକ ରବୀନ୍ଦ୍ର ମୁଦୁଲି ହତ୍ୟା କରି ବୋଲେରୋରେ ମୃତଦେହ ନେଇ ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା କଣ୍ଟିଲୋ ଫାଣ୍ଡି ଅଧୀନ ସିଦ୍ଧମୂଳ ବ୍ରିଜ ଉପରୁ ମହାନଦୀରେ ଫିଙ୍ଗିଦେଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ କବାଡ଼ିଆ ମାଲିକ ରବୀନ୍ଦ୍ର ମଧ୍ୟ ଏହି କଥା ସ୍ବୀକାର କରିଥିବା ଟାଉନ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି। ଗୁରୁବାର ପୂର୍ବାହ୍ନରେ ପୋଲିସ ଡଗ୍‌ ସ୍କାଡ୍‌ ସହ ରବୀନ୍ଦ୍ରଙ୍କ ଗୋଦାମରେ ପହଞ୍ଚି ଯାଞ୍ଚ କରିଥିଲା। ସେଠାରୁ ବ୍ୟବହୃତ ବୋଲେରୋ, ମୃତକ ବ୍ୟବହାର କରୁଥିବା ଗାମୁଛା, ପ୍ୟାଣ୍ଟଶାର୍ଟ ଜବତ କରାଯାଇଛି। ସମ୍ପୃକ୍ତ ବୋଲେରୋରେ ରକ୍ତଛିଟା ଲାଗିଥିବା ପୋଲିସ ଦେଖିବାକୁ ପାଇଛି। ଏ ନେଇ ପୋଲିସ ଏକ କେସ୍‌ (ନଂ. ୪୦୦/୨୨) ରୁଜୁ କରି ତଦନ୍ତ ଜାରି ରହିଛି।
ପରେ ଓଡ୍ରାଫ ଟିମ୍‌ ଓ ପୁବୁସାହି ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ନେଇ ମୃତଦେହ ଫିଙ୍ଗାଯାଇଥିବା ସ୍ଥାନରେ ପୋଲିସ ପହଞ୍ଚି ଅନୁସନ୍ଧାନ କରିଥିଲା। ଓଡ୍ରାଫ ଟିମ୍‌ ସେଠାରେ ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି ସତ୍ତ୍ୱେ କୌଣସି ସନ୍ଧାନ ନ ପାଇ ଫେରିଥିଲେ। ଏନେଇ ପୋଲିସ ସମସ୍ତ ଥାନାକୁ ଖବର ଦେଇଥିଲା। କଟକ ଜଗତପୁରସ୍ଥିତ ମହାନଦୀରେ ଭାସୁଥିବା ଏକ ମୃତଦେହକୁ ସ୍ଥାନୀୟ ପୋଲିସ ଗୁରୁବାର ଜବତ କରିଛି। ତାହା ବାସୁଦେବଙ୍କ ମୃତଦେହ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ଶୁକ୍ରବାର ଖୋର୍ଦ୍ଧା ଟାଉନଥାନା ପୋଲିସର ଏକ ଟିମ୍‌ ସେଠାକୁ ଯାଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ କରିବା ସହ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ପଟ୍ଟନାୟକ କହିଛନ୍ତି। ଏହି ହତ୍ୟାକାଣ୍ଡରେ ୩ରୁ ୪ଜଣ ସଂପୃକ୍ତ ଥିବା ଜଣାପଡ଼ିଛି। ଏ ନେଇ ଅଭିଯୁକ୍ତ ରବୀନ୍ଦ୍ରଙ୍କ ସମେତ ପୁବୁସାହି ଅଞ୍ଚଳର ୩ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚୁରା କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri