ହତ୍ୟା କରିଥିବା ସ୍ବୀକାର କଲେ ଅନୁପ ସାଏ: ଜାଣନ୍ତୁ କାହିଁକି ତାଙ୍କ ଉପରେ ସନ୍ଦେହ କଲା ପୋଲିସ

ଝାରସୁଗୁଡ଼ା ଅଫିସ,୧୪।୨- ଝାରସୁଗଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତିରେ ଏଠାରୁ ଟେକି ନେଇଥିଲା। ଏକ ଡବଲ୍‌ ମର୍ଡରରେ ତାଙ୍କ ସମ୍ପୃୃକ୍ତି ନେଇ ତାଙ୍କୁ ପୋଲିସ ଗୁରୁବାର ରାତିରେ ଗିରଫ କରିଥିଲା। ଏ ସମ୍ପର୍କରେ ବିସ୍ତୃତ ଭାବେ ରାୟଗଡ଼ ଜିଲା ପୋଲିସ ଏସ୍‌ପି ସନ୍ତୋଷ ସିଂ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପି ସିଂଙ୍କ ସୂଚନା ମୁତାବକ, ଗତ ୭ ମେ ରେ ଏହି ହତ୍ୟାକାଣ୍ଡ ହୋଇଥିଲା। ହମିରପୁର ଜଙ୍ଗଲ ରାସ୍ତାରୁ ଜଣେ ମହିଳା ଓ ଜଣେ ଶିଶୁ କନ୍ୟାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ମୃତଦେହର ପରିଚୟ ମିଳି ନ ଥିବା ବେଳେ ପ୍ରାଥମିକ ତଦନ୍ତ ବେଳେ ପ୍ରଥମେ ହତ୍ୟାକରି ଏହାକୁ ଦୁର୍ଘଟଣା ରୂପ ଦିଆଯାଇଥିବା ଜଣାପଡିଥିଲା। ପରେ ପୋଲିସ ଏହି ମାମଲାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ଓଡିଶା, ପଶ୍ଚିମବଙ୍ଗ, ୟୁପି, ବିହାର, ଝାରଖଣ୍ଡ ଆଦି ରାଜ୍ୟର ପୋଲିସକୁ ମୃତଦେହର ଚିହ୍ନଟ ପାଇଁ ଫଟୋ ପଠାଇଥିଲା। ପରେ ପ୍ରାୟ ଏକ ବର୍ଷ ପରେ ଝାରସୁଗୁଡା ପୋଲିସରେ କାର୍ଯ୍ୟ କରୁଥିବା ଜଣେ ଏହି ମୃତଦେହଗୁଡିକୁ ଚିହ୍ନଟ କରିଥିଲେ। ସେମାନେ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ ଓ ତାଙ୍କ ଝିଅ ବବଳୀ ବୋଲି ଛତିଶଗଡ଼ ପୋଲିସକୁ ସମସ୍ତ ତଥ୍ୟ ଦେଇଥିଲେ। ଏହା ପରେ ପୋଲିସ ତଦନ୍ତକୁ ବଢ଼ାଇଥିଲା। ଘଟଣାସ୍ଥଳରୁ କଳ୍ପନାଙ୍କ ମୋବାଇଲ ମିଳି ନ ଥିଲେ ବି ସେ ବ୍ୟବହାର କରୁଥିବା ମୋବାଇଲ ନମ୍ବରର କଲ୍‌ ରେକର୍ଡକୁ ଯାଞ୍ଚ କରିଥିଲା ପୋଲିସ। ଏତିକି ବେଳେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସମ୍ପୃକ୍ତି ଜଣାପଡିଥିଲା। ପରେ ପୋଲିସ ପକ୍ଷରୁ ଅନୁପଙ୍କୁ ନୋଟସ ଓ ଫୋନ ଯୋଗେ ଡକାଯାଇଥିଲେ ମଧ୍ୟ ସେ ରାଜନୈତିକ ପଦବୀରେ ଥିବାରୁ ଏହାର ଫାଇଦା ନେଇ ପୋଲିସକୁ ସହଯୋଗ କରି ନ ଥିଲେ। ପରେ ଆବଶ୍ୟକ ପ୍ରମାଣ ଯୋଗାଡ଼କରି ଚକ୍ରଧରନଗର ଥାନା ପୋଲିସ ବିଗତ ୬ ମାସ ହେବ ଅନୁପଙ୍କ ଗତିବିଧି ଉପରେ ନଜର ରଖୁଥିଲା। ଏବଂ ଶେଷରେ ବୁଧବାର ରାତିରେ ତାଙ୍କୁ ଏଠାରୁ ଉଠାଇ ନେଇ ଗିରଫ କରାଯାଇଥିଲା। ସେଠାରେ ପଚରାଉଚରା କରାଯିବା ପରେ ସେ ହତ୍ୟା କରିଥିବା ସ୍ବୀକାର କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri