ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

ପର୍ଲା,(ଡି.ଏନ୍‌.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ଛଞ୍ଚାଣବାହାଳି ପଞ୍ଚାୟତ ବେହେରାଗୁଡାରେ ଦେଖିବାକୁ ମିଳିଛି। କୁଷ୍ଠରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଅନ୍ତିମ ସଂସ୍କାର ପାଇଁ କେହି ଆଗକୁ ଆସି ନ ଥିଲେ। ଫଳରେ ସାଇକେଲରେ ମୃତଦେହକୁ ଶ୍ମଶାନ ନିଆଯାଇଥିବା ଜଣାପଡ଼ିଛି।

ଗ୍ରାମର ସୁବାସ ଦୋରୁଆନ (୪୫)ଗତ ୪ବର୍ଷ ତଳେ କୁଷ୍ଠ ରୋଗରେ ପୀଡିତ ଥିଲେ। ଏହା ଜାଣିବା ପରେ ସ୍ତ୍ରୀ ସୁଲ ତାଙ୍କୁ ଛାଡ଼ି ପଳାଇଥିଲେ। ଏବେ ତାଙ୍କର ଗୋଟିଏ ଝିଅ ଓ ଦୁଇ ପୁଅ ରହିଛନ୍ତି। ଫଳରେ ଏବେ ବୃଦ୍ଧା ଜେଜେ ମା’ଙ୍କ ଉପରେ ପରିବାରର ବୋଝ ପଡ଼ିଛି। ସେ ଅନ୍ୟ ଘରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ଶୁକ୍ରବାର ରାତିରେ ପୁଅ ସୁବାସଙ୍କ ମୃତ୍ୟୁ ଘଟିବା ପରେ ସେ ମୃତଦେହ ଶ୍ମଶାନକୁ ନେବାପାଇଁ ଜାତି ଭାଇ ଓ ପରିଜନକୁ କାକୁତି ମିନତି କରିଥିଲେ। ହେଲେ କେହି ଆସି ନ ଥିଲେ। ଦୀର୍ଘ ୧୦ଘଣ୍ଟା ଧରି ମୃତଦେହ ପଡ଼ି ରହିବା ପରେ ଶେଷରେ ମୃତକଙ୍କ ଦାଦା ଏବଂ ପୁତୁରା ଶନିବାର ସାଇକେଲରେ ଲଦି ତାଙ୍କୁ ଶ୍ମଶାନକୁ ନେଇଥିଲେ। ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ମୃତକଙ୍କ ପୁଅ ଝିଅ ଓ ବୃଦ୍ଧା ମା’ ଅସହାୟ ହୋଇ ପଡିଛନ୍ତି। ଏମାନଙ୍କ ଥଇଥାନ ବ୍ୟବସ୍ଥା ପାଇଁ ପ୍ରଶାସନ ଓ ସରକାର ପଦକ୍ଷେପ ନେବା ସହ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri