Posted inଖେଳ

ହକିରେ ଭାରତ ଏଥର ଅଲିମ୍ପିକ୍‌ ପଦକ ଜିତିବ: ଠାକୁର

ଭୁବନେଶ୍ୱର,୨୬।୨(ସ୍ପୋଟର୍‌ସ ବ୍ୟୁରୋ)- କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ କ୍ରୀଡ଼ାକୁ ଏହି ପ୍ରୋଗ୍ରାମ ଏକ ନୂଆ ସୋପାନରେ ପହଞ୍ଚାଇବ। ଏହା ଦେଶକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବ ବୋଲି ପୂର୍ବତନ ଭାରତୀୟ ହକି ଖେଳାଳି ଦୀପକ ଠାକୁର କହିଛନ୍ତି। ଟ୍ୟାଲେଣ୍ଟ ସ୍କାଉଟ୍‌ ଏଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଯୋଗ ଦେବା ଅବସରରେ ସେ ଏହି କଥା କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଖେଲୋ ଇଣ୍ଡିଆ ମାଧ୍ୟମରେ ଏକ ବୈପ୍ଳବିକ ପଦକ୍ଷେପ ନେଇଛନ୍ତି। ଲୋକମାନଙ୍କ ମଧ୍ୟରେ ସବୁ ବୟସ ବର୍ଗରେ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବା ଦିଗରେ ଏହା ବେଶ୍‌ ସହାୟକ ହେବ ବୋଲି ସେ କହିଛନ୍ତି। ବହୁ ପୂର୍ବରୁ ଏହା ଆୟୋଜନ ହେବା ଜରୁରୀ ଥିଲା। ତେବେ ବର୍ତ୍ତମାନ ଏହାର ସଫଳ ଆୟୋଜନ ହେଉଥିବାରୁ ବହୁତ ଖୁସି ଅଛି। ଗତ କିଛ ଦିନ ହେବ ଟ୍ୟାଲେଣ୍ଟ ସ୍କାଉଟ୍‌ ହିସାବରେ ଏଠାରେ ରହୁଛି। ଏଠାରେ ମିଳୁଥିବା ସୁବିଧା ସୁଯୋଗ ଓ ପରିବେଶ ଖୁବ୍‌ ଉଚ୍ଚକୋଟୀର। ଏସିଆନ ଗେମ୍ସ କିମ୍ବା ରାଜ୍ୟ ଗୋଷ୍ଠୀକ୍ରୀଡ଼ା ପରିବେଶ ରହିବା ଭଳି ମନେ ହେଉଛି। ଖେଲୋ ଇଣ୍ଡିଆ ଦ୍ୱାରା ବହୁ ସଂଖ୍ୟାରେ ଯୁବ ଖେଳାଳି ସୃଷ୍ଟି ହେବେ। ଖୁବ୍‌ଶୀଘ୍ର ଭାରତ ଏକ ସ୍ପୋର୍ଟିଂ ନେଶନ ବା କ୍ରୀଡ଼ା ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମାନ ମଧ୍ୟ ଉଚ୍ଚକୋଟୀର ହୋଇପାରିଛି। ବିଭିନ୍ନ କ୍ରୀଡ଼ାରେ ଯୁବ ଖେଳାଳିମାନଙ୍କ ପ୍ରତିଭା ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ହୋଇଥିବା ଲକ୍ଷ୍ୟ କରିଛି। କ୍ରୀଡ଼ାର ମାନରେ ଯଥେଷ୍ଟ ଉନ୍ନତି ହୋଇଛି। ଏହା ଆମକୁ ଈର୍ଶାନ୍ବିତ କରିଛି। କାରଣ ଆମ ସମୟରେ ଏଭଳି ସୁବିଧା ସୁଯୋଗ ମିଳୁ ନ ଥିଲା ବୋଲି ୩୯ ବର୍ଷୀୟ ଠାକୁର କହିଛନ୍ତି। ଇତିମଧ୍ୟରେ ବହୁତ କିଛି ସକାରାତ୍ମକ ପରିବର୍ତ୍ତନ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କ୍ରୀଡ଼ା ଉନ୍ନତି ନେଇ ବେଶ୍‌ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି। ତାଙ୍କ ଦୂରଦୃଷ୍ଟି ଭାରତୀୟ କ୍ରୀଡ଼ା ଏକ ନୂଆ ଯୁଗରେ ପହଞ୍ଚିବ। ସରକାରଙ୍କ ପ୍ରୋତ୍ସାହନ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଉନ୍ନତିରେ ସହାୟ ହେବ। ତୃଣମୂଳ ସ୍ତରରେ କ୍ରିକେଟ ବହୁତ ଉନ୍ନତି କରିଛି। ତେଣୁ କ୍ରିକେଟ ଆଗକୁ ଯାଇପାରିଛି। କେବଳ କ୍ରିକେଟ ନୁହେଁ ସବୁ କ୍ରୀଡ଼ା ତୃଣମୂଳସ୍ତରରେ ବିକଶିତ ହେବ ଆବଶ୍ୟକ। କେବଳ ଅଲିମ୍ପିଆନ୍ସ ସୃଷ୍ଟି କରିବା ଉପରେ ଆମର ନଜର ନାହିଁ। ଏବେ ଅଲିମ୍ପିକ ପଦକ ଜିତିବା ନେଇ ଗୁରୁତ୍ୱ ଦିଆଯାଉଛି। ଏଥର ହକିରେ ଭାରତ ଗୋଟିଏ ଅଲିମ୍ପିକ ପଦକ ହାସଲ କରିବ। ଗତକିଛି ବର୍ଷରେ ହକିରେ ଆଶାତୀତ ଉନ୍ନତି ହୋଇଛି। ତେଣୁ ଭାରତ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବ ବୋଲି ସେ ଜୋର ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri