ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି ଭିକ୍ଟୋରିଆ ପାର୍କରୁ ଶୋଭାଯାତ୍ରାରେ ବାହାରିଥିଲେ। ୨ ମାଇଲ ବ୍ୟାପୀ ବିଶାଳ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ବିକ୍ଷୋଭକାରୀ ରାସ୍ତା ପାର୍ଶ୍ୱରେ ରାତି କଟାଇଛନ୍ତି। କିଛି ମାସ ହେଲା ପ୍ରତି ରବିବାର ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭକାରୀମାନେ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି। ଅନେକ ସମୟରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତିରୁ ହିଂସାକାଣ୍ଡ ସୃଷ୍ଟି ହେଉଛି। ତେବେ ଏଥର ସେଭଳି କୌଣସି ଭୟର ବାତାବରଣ ସୃଷ୍ଟି ହେବ ନାହିଁ ବୋଲି ଆୟୋଜକ ବୋନି ଲେଉଙ୍ଗ୍‌ ର଼୍ୟାଲି ପୂର୍ବରୁ ଆଶାବ୍ୟକ୍ତ କରିଥିଲେ।
ଜୁନ୍‌ରୁ ଇତିମଧ୍ୟରେ ଲେଉଙ୍ଗ୍‌ଙ୍କ ସିଭିଲ୍‌ ହ୍ୟୁମ୍ୟାନ୍‌ ରାଇଟ୍ସ ଫ୍ରଣ୍ଟ ହଂକଂରେ ତିନୋଟି ବିଶାଳ ରାଲି ଆୟୋଜନ କଲାଣି । ପୋଲିସ ରାଲି ପାଇଁ ଅନୁମତି ଦେଉଥିବାବେଳେ ଶୋଭାଯାତ୍ରା ପାଇଁ ସୁଯୋଗ ଦେଉ ନ ଥିବାରୁ ସଂଘର୍ଷ ହେଉଛି। ରାଲି ସ୍ଥଳରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ବିକ୍ଷୋଭକାରୀ ରାସ୍ତାରେ ରୁଣ୍ଡ ହେଉଥିବା ଜଣେ ଆନ୍ଦୋଳନକାରୀ କହିଛନ୍ତି। ଅଧିକ ଲୋକ ହେବା ଆଶଙ୍କାରେ ଟ୍ରେନ୍‌ଗୁଡିକ ବିକ୍ଷୋଭସ୍ଥଳ ନିକଟବର୍ତ୍ତୀ ଷ୍ଟେଶନରେ ଅଟକୁ ନାହିଁ। ହଂକଂରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନକୁ ଆମେରିକାର ଆଇନ ପ୍ରଣେତାମାନେ ସମର୍ଥନ କରିଥିବାବେଳେ ବେଜିଂ ପକ୍ଷରୁ ଏହାର ନିନ୍ଦା କରାଯାଇଛି। ଅଳ୍ପ ସଂଖ୍ୟକଙ୍କ ହିଂସାତ୍ମକ ପ୍ରତିବାଦକୁ ହଂକଂର ୭୫ ଲକ୍ଷ ଜନସାଧାରଣ ଓ ଚାଇନାବାସୀ ପ୍ରତ୍ୟାଖ୍ୟାନ କରିଥିବା ଚାଇନା ପାର୍ଲାମେଣ୍ଟ ମୁଖପାତ୍ର ୟୁ ଓ୍ବେଞ୍ଜେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri