ହଂକଂ ସୁରକ୍ଷା ବିଲ୍‌କୁ ଚାଇନାର ମଞ୍ଜୁରୀ

ବେଜିଂ/ହଂକଂ,୨୯ା୫: ଚାଇନା ପାର୍ଲାମେଣ୍ଟ ଗୁରୁବାର ହଂକଂ ସୁରକ୍ଷା ବିଲ୍‌କୁ ମଞ୍ଜୁରୀ ଦେଇଛି। ବେଜିଂର କ୍ଷମତାକୁ ଦୁର୍ବଳ କରିବା ଏହି ବିବାଦୀୟ ଆଇନ ଅନୁସାରେ ଅପରାଧ ବିବେଚିତ ହେବ। ତେବେ ଅର୍ଦ୍ଧ ସ୍ବୟଂଶାସିତ ଭୂଖଣ୍ଡ ତଥା ବିଶ୍ୱ ସ୍ତରୀୟ ବ୍ୟବସାୟିକ କେନ୍ଦ୍ର ହଂକଂର ମୌଳିକ ରାଜନୈତିକ ସ୍ବାଧୀନତା ଓ ନାଗରିକ ସ୍ବାଧୀନତା ପ୍ରତି ଏହି ଆଇନ ବିପଦ ସୃଷ୍ଟି କରିବ ବୋଲି ଅନେକେ ସମାଲୋଚନା କରୁଛନ୍ତି।
କୋଭିଡ୍‌-୧୯ ଯୋଗୁ ବିଳମ୍ବିତ ହୋଇଥିବା ଚାଇନାର ବାର୍ଷିକ ରାଜନୈତିକ ଅଧିବେଶନ ଗୁରୁବାର ଶେଷ ହୋଇଛି। ଏକଦା ବ୍ରିଟେନ ଅଧୀନରେ ଥିବା ହଂକଂ ସହର ପାଇଁ ଏକ ନୂଆ ସୁରକ୍ଷା ଆଇନ ଚାଇନା ପାର୍ଲାମେଣ୍ଟରେ ଅଣାଯାଇଥିବାବେଳେ ଏହାକୁ ବିପୁଳ ସମର୍ଥନ ମିଳିଛି। ଦେଶର ରବରଷ୍ଟାମ୍ପ୍‌ ପାର୍ଲାମେଣ୍ଟ ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନ୍‌ପିସି)ରେ ଏହା ଏକପ୍ରକାର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବିଧେୟକ ସପକ୍ଷରେ ୨,୮୭୮ ଖଣ୍ଡ ଭୋଟ ପଡ଼ିଥିବାବେଳେ ମାତ୍ର ଜଣେ ପ୍ରତିନିଧି ଏହାକୁ ବିରୋଧ କରିଥିଲେ। ଅନ୍ୟ ୬ ପ୍ରତିନିଧି ମତଦାନରୁ ବିରତ ରହିଥିଲେ। ଏବେ ଏହି ବିଧେୟକକୁ ଏନ୍‌ପିସିର ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ, ଯେଉଁଠି ବରିଷ୍ଠ ନେତୃତ୍ୱ ଏହାର ଚିଠା ପ୍ରସ୍ତୁତ କରିବେ। ଅଗଷ୍ଟ ସୁଦ୍ଧା ଏହା ଆଇନରେ ପରିଣତ ହେବ ବୋଲି କୁହାଯାଉଛି। ଏହା ଆଇନର ରୂପ ନେବା ପରେ ହଂକଂର ସ୍ବତନ୍ତ୍ର ମାନ୍ୟତା ଶେଷ ହୋଇଯିବ ବୋଲି ବହୁ ସଂଖ୍ୟକ ଲୋକ ଚିନ୍ତାବ୍ୟକ୍ତ କରୁଛନ୍ତି। ନୂଆ ସୁରକ୍ଷା ଆଇନ ଅନୁସାରେ ହଂକଂ ଭିତରେ ଚାଇନା ନିଜର ସୁରକ୍ଷା ଏଜେନ୍ସିଗୁଡ଼ିକ ଗଠନ କରିପାରିବ। ବର୍ତ୍ତମାନ ସୁଦ୍ଧା ଏହି ଆଇନ ସମ୍ପର୍କରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିପାରି ନ ଥିଲେ ହେଁ ବିଶେଷଜ୍ଞଙ୍କ ମତରେ ଦେଶ ସହ ସମ୍ପର୍କ ଛିନ୍ନ କରିବା, କେନ୍ଦ୍ରୀୟ ସରକାରଙ୍କ କ୍ଷମତା କିମ୍ବା ଅଧିକାରକୁ ଦୁର୍ବଳ କରିବା ଅପରାଧ ବିବେଚିତ ହେବ। ଲୋକଙ୍କୁ ଡରାଇ ଧମକାଇ ବା ସେମାନଙ୍କ ବିରୋଧରେ ହିଂସା ଭିଆଇଲେ କଠୋରପନ୍ଥୀ ଅପରାଧ ବୋଲି ଧରାଯିବ। ହଂକଂ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ବିଦେଶୀ ଶକ୍ତିଗୁଡ଼ିକର ଗତିବିଧି ମଧ୍ୟ ଅପରାଧ ଶ୍ରେଣୀଭୁକ୍ତ ହେବ। ପ୍ରସ୍ତାବିତ ଆଇନର ଯେଉଁ ନିୟମକୁ ନେଇ ଲୋକେ ଅଧିକ ଚିନ୍ତିତ ହୋଇଛନ୍ତି, ତାହା ହେଲା ଚାଇନା ହଂକଂରେ ଏପରି ଏଜେନ୍ସି ଗଠନ କରିପାରିବ, ଯାହା ଜାତୀୟ ସୁରକ୍ଷା ପାଇଁ ଉତ୍ତରଦାୟୀ ହେବ। ଏହାର ତାତ୍ପର୍ଯ୍ୟ ହେଉଛି ହଂକଂରେ ଚାଇନା ନିଜ ଆଇନ ଲାଗୁ କରାଇବା ଭଳି ସଂସ୍ଥା ରହିବ। ତେବେ ହଂକଂରେ କୌଣସି ଅପରାଧ ଘଟାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାମଲାର ବିଚାର ପାଇଁ ଚାଇନାକୁ ପଠାଯିବ ନାହିଁ ବୋଲି ବେଜିଂ ପକ୍ଷରୁ କୁହାଯାଇଛି।
ଏହି ଆଇନ ବିରୋଧରେ ହଂକଂରେ ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ବୁଧବାର ହଂକଂରେ ସୁରକ୍ଷା ବଳ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଦିନ ହଂକଂ ପାର୍ଲାମେଣ୍ଟରେ ଏକ ଭିନ୍ନ ପ୍ରସ୍ତାବିତ ଆଇନ ଉପରେ ବିତର୍କ ଚାଲିଥିଲା, ଯାହା ବଳରେ ଚାଇନାର ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ଅପରାଧ ମନେକରାଯିବ। ବୁଧବାର ହଂକଂରେ ବହୁ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା। ହଂକଂ ପାର୍ଲାମେଣ୍ଟରେ ଗୁରୁବାର ମଧ୍ୟ ପ୍ରସ୍ତାବିତ ଆଇନ ଉପରେ ବିତର୍କ ଚାଲିଛି ଏବଂ ସୁରକ୍ଷା ବଳକୁ ଆଲର୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri