ହଂକଂ ସୁରକ୍ଷା ବିଲ୍‌କୁ ଚାଇନାର ମଞ୍ଜୁରୀ

ବେଜିଂ/ହଂକଂ,୨୯ା୫: ଚାଇନା ପାର୍ଲାମେଣ୍ଟ ଗୁରୁବାର ହଂକଂ ସୁରକ୍ଷା ବିଲ୍‌କୁ ମଞ୍ଜୁରୀ ଦେଇଛି। ବେଜିଂର କ୍ଷମତାକୁ ଦୁର୍ବଳ କରିବା ଏହି ବିବାଦୀୟ ଆଇନ ଅନୁସାରେ ଅପରାଧ ବିବେଚିତ ହେବ। ତେବେ ଅର୍ଦ୍ଧ ସ୍ବୟଂଶାସିତ ଭୂଖଣ୍ଡ ତଥା ବିଶ୍ୱ ସ୍ତରୀୟ ବ୍ୟବସାୟିକ କେନ୍ଦ୍ର ହଂକଂର ମୌଳିକ ରାଜନୈତିକ ସ୍ବାଧୀନତା ଓ ନାଗରିକ ସ୍ବାଧୀନତା ପ୍ରତି ଏହି ଆଇନ ବିପଦ ସୃଷ୍ଟି କରିବ ବୋଲି ଅନେକେ ସମାଲୋଚନା କରୁଛନ୍ତି।
କୋଭିଡ୍‌-୧୯ ଯୋଗୁ ବିଳମ୍ବିତ ହୋଇଥିବା ଚାଇନାର ବାର୍ଷିକ ରାଜନୈତିକ ଅଧିବେଶନ ଗୁରୁବାର ଶେଷ ହୋଇଛି। ଏକଦା ବ୍ରିଟେନ ଅଧୀନରେ ଥିବା ହଂକଂ ସହର ପାଇଁ ଏକ ନୂଆ ସୁରକ୍ଷା ଆଇନ ଚାଇନା ପାର୍ଲାମେଣ୍ଟରେ ଅଣାଯାଇଥିବାବେଳେ ଏହାକୁ ବିପୁଳ ସମର୍ଥନ ମିଳିଛି। ଦେଶର ରବରଷ୍ଟାମ୍ପ୍‌ ପାର୍ଲାମେଣ୍ଟ ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନ୍‌ପିସି)ରେ ଏହା ଏକପ୍ରକାର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବିଧେୟକ ସପକ୍ଷରେ ୨,୮୭୮ ଖଣ୍ଡ ଭୋଟ ପଡ଼ିଥିବାବେଳେ ମାତ୍ର ଜଣେ ପ୍ରତିନିଧି ଏହାକୁ ବିରୋଧ କରିଥିଲେ। ଅନ୍ୟ ୬ ପ୍ରତିନିଧି ମତଦାନରୁ ବିରତ ରହିଥିଲେ। ଏବେ ଏହି ବିଧେୟକକୁ ଏନ୍‌ପିସିର ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ, ଯେଉଁଠି ବରିଷ୍ଠ ନେତୃତ୍ୱ ଏହାର ଚିଠା ପ୍ରସ୍ତୁତ କରିବେ। ଅଗଷ୍ଟ ସୁଦ୍ଧା ଏହା ଆଇନରେ ପରିଣତ ହେବ ବୋଲି କୁହାଯାଉଛି। ଏହା ଆଇନର ରୂପ ନେବା ପରେ ହଂକଂର ସ୍ବତନ୍ତ୍ର ମାନ୍ୟତା ଶେଷ ହୋଇଯିବ ବୋଲି ବହୁ ସଂଖ୍ୟକ ଲୋକ ଚିନ୍ତାବ୍ୟକ୍ତ କରୁଛନ୍ତି। ନୂଆ ସୁରକ୍ଷା ଆଇନ ଅନୁସାରେ ହଂକଂ ଭିତରେ ଚାଇନା ନିଜର ସୁରକ୍ଷା ଏଜେନ୍ସିଗୁଡ଼ିକ ଗଠନ କରିପାରିବ। ବର୍ତ୍ତମାନ ସୁଦ୍ଧା ଏହି ଆଇନ ସମ୍ପର୍କରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିପାରି ନ ଥିଲେ ହେଁ ବିଶେଷଜ୍ଞଙ୍କ ମତରେ ଦେଶ ସହ ସମ୍ପର୍କ ଛିନ୍ନ କରିବା, କେନ୍ଦ୍ରୀୟ ସରକାରଙ୍କ କ୍ଷମତା କିମ୍ବା ଅଧିକାରକୁ ଦୁର୍ବଳ କରିବା ଅପରାଧ ବିବେଚିତ ହେବ। ଲୋକଙ୍କୁ ଡରାଇ ଧମକାଇ ବା ସେମାନଙ୍କ ବିରୋଧରେ ହିଂସା ଭିଆଇଲେ କଠୋରପନ୍ଥୀ ଅପରାଧ ବୋଲି ଧରାଯିବ। ହଂକଂ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ବିଦେଶୀ ଶକ୍ତିଗୁଡ଼ିକର ଗତିବିଧି ମଧ୍ୟ ଅପରାଧ ଶ୍ରେଣୀଭୁକ୍ତ ହେବ। ପ୍ରସ୍ତାବିତ ଆଇନର ଯେଉଁ ନିୟମକୁ ନେଇ ଲୋକେ ଅଧିକ ଚିନ୍ତିତ ହୋଇଛନ୍ତି, ତାହା ହେଲା ଚାଇନା ହଂକଂରେ ଏପରି ଏଜେନ୍ସି ଗଠନ କରିପାରିବ, ଯାହା ଜାତୀୟ ସୁରକ୍ଷା ପାଇଁ ଉତ୍ତରଦାୟୀ ହେବ। ଏହାର ତାତ୍ପର୍ଯ୍ୟ ହେଉଛି ହଂକଂରେ ଚାଇନା ନିଜ ଆଇନ ଲାଗୁ କରାଇବା ଭଳି ସଂସ୍ଥା ରହିବ। ତେବେ ହଂକଂରେ କୌଣସି ଅପରାଧ ଘଟାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାମଲାର ବିଚାର ପାଇଁ ଚାଇନାକୁ ପଠାଯିବ ନାହିଁ ବୋଲି ବେଜିଂ ପକ୍ଷରୁ କୁହାଯାଇଛି।
ଏହି ଆଇନ ବିରୋଧରେ ହଂକଂରେ ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ବୁଧବାର ହଂକଂରେ ସୁରକ୍ଷା ବଳ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଦିନ ହଂକଂ ପାର୍ଲାମେଣ୍ଟରେ ଏକ ଭିନ୍ନ ପ୍ରସ୍ତାବିତ ଆଇନ ଉପରେ ବିତର୍କ ଚାଲିଥିଲା, ଯାହା ବଳରେ ଚାଇନାର ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ଅପରାଧ ମନେକରାଯିବ। ବୁଧବାର ହଂକଂରେ ବହୁ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା। ହଂକଂ ପାର୍ଲାମେଣ୍ଟରେ ଗୁରୁବାର ମଧ୍ୟ ପ୍ରସ୍ତାବିତ ଆଇନ ଉପରେ ବିତର୍କ ଚାଲିଛି ଏବଂ ସୁରକ୍ଷା ବଳକୁ ଆଲର୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri