୨୭୦କର୍ମଚାରୀଙ୍କୁ ଛଟେଇ କଲା ବୁକ୍‌ ମାଇଁ ସୋ

ମୁମ୍ବାଇ,୨୯।୫: ଦେଶର ଅଗ୍ରଣୀ ଅନଲାଇନ ଟିକେଟ ବୁକିଂ ପ୍ଲାଟଫର୍ମ ବୁକ୍‌ ମାଇଁ ସୋ ତା’ର ୨୭୦ ନିୟମିତ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ପର୍ଯ୍ୟାୟ ଜାରି ରହିଛି। ଯାହାର ପ୍ରଭାବ ଏହି ଅନଲାଇନ ସେବା ପ୍ରଦାନକାରୀ ସଂସ୍ଥା ଉପରେ ପଡିଛି । ସଂକ୍ରମଣର ଭୟାବହତା ଯୋଗୁ ସରକାର ବିଭିନ୍‌ ସଂସ୍ଥା ପାଇଁ ନାନା କଟକଣା ଜାରି କରିଛନ୍ତି। ସରକାରଙ୍କ ଉକ୍ତ କଟକଣା ଫଳରେ ଦେଶରେ ସବୁ କିଛି ବନ୍ଦ ରହିଛି । ଫଳରେ ବିଭିନ୍ନ ସେବା ପାଇଁ ଅନଲାଇନ ମାଧ୍ୟମରେ ଗ୍ରାହକମାନେ ନିଜ ନିଜର ଆବଶ୍ୟକତା ଅନୁସାରେ ଆଉ ଟିକେଟ ବୁକ୍‌ କରୁନାହାନ୍ତି । ଅତ୍ୟାଧୁନିକ ଅନଲାଇନ ଟିକେଟ ବୁକିଂ ଆପ ବୁକ୍‌ ମାଇଁ ସୋ’ରେ ଅଗ୍ରୀମ ବୁକିଂ କରିଥାନ୍ତି । ଗତ ୩ମାସ ରୁ ଉର୍ଦ୍ଧ ସମୟ ହେବ ଦେଶର ସବୁ କିଛି ବନ୍ଦ ରହିଛି ବୋଲି କମ୍ପାନୀର ସିଇଓ ଆଶିଷ ପେମରଜନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କମ୍ପାନୀର ଆର୍ଥିକ ମାନ୍ଦାବସ୍ଥା ଓ ରାଜସ୍ବ କ୍ଷତି କାରଣରୁ ସଂସ୍ଥାର ଭାରତ ବଜାର ଓ ଗ୍ଲୋବାଲ ମାର୍କେଟର ମୋଟ ୧୪୫୦ଜଣ ରୁ ୨୭୦ଜଣ କର୍ମଚାରୀଙ୍କୁ ସଂସ୍ଥା ଛଟେଇ କରିଛି । ମହାମାରୀ କାରଣରୁ କମ୍ପାନୀର ବାଣିଜି୍ୟକ କାରବାର ଏକ ପ୍ରକାରର ବନ୍ଦ ହୋଇ ଯାଇଛି । ଫଳରେ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ମେଲ ଓ ଟ୍ୟୁଟି ଜରିଆରେ ଅବଗତ କରାଇ ଦିଆଯାଇଛି ଯେ ଆସନ୍ତା ୬ମାସ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର କର୍ମଚାରୀଙ୍କର ମୂଳ ବେତନରୁ ୧୦ରୁ ୫୦ ପ୍ରତିଶତ ବେତନ ହ୍ରାସ କରାଯିବ । ଏହି ମହାମାରୀ ଯୋଗୁ ବହୁ ଅନଲାଇନ ସେବା ପ୍ରଦାନକାରୀ ସଂସ୍ଥା ଯେପରି ଓଲା, ଉବର, ସ୍ବିଗି, ଜମାଟୋ ଭଳି କମ୍ପାନୀ ମଧ୍ୟ ସେମାନଙ୍କର ୫ରୁ ୨୫% କର୍ମଚାରୀଙ୍କୁ ଛଟେଇ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri