୨୭୦କର୍ମଚାରୀଙ୍କୁ ଛଟେଇ କଲା ବୁକ୍‌ ମାଇଁ ସୋ

ମୁମ୍ବାଇ,୨୯।୫: ଦେଶର ଅଗ୍ରଣୀ ଅନଲାଇନ ଟିକେଟ ବୁକିଂ ପ୍ଲାଟଫର୍ମ ବୁକ୍‌ ମାଇଁ ସୋ ତା’ର ୨୭୦ ନିୟମିତ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ପର୍ଯ୍ୟାୟ ଜାରି ରହିଛି। ଯାହାର ପ୍ରଭାବ ଏହି ଅନଲାଇନ ସେବା ପ୍ରଦାନକାରୀ ସଂସ୍ଥା ଉପରେ ପଡିଛି । ସଂକ୍ରମଣର ଭୟାବହତା ଯୋଗୁ ସରକାର ବିଭିନ୍‌ ସଂସ୍ଥା ପାଇଁ ନାନା କଟକଣା ଜାରି କରିଛନ୍ତି। ସରକାରଙ୍କ ଉକ୍ତ କଟକଣା ଫଳରେ ଦେଶରେ ସବୁ କିଛି ବନ୍ଦ ରହିଛି । ଫଳରେ ବିଭିନ୍ନ ସେବା ପାଇଁ ଅନଲାଇନ ମାଧ୍ୟମରେ ଗ୍ରାହକମାନେ ନିଜ ନିଜର ଆବଶ୍ୟକତା ଅନୁସାରେ ଆଉ ଟିକେଟ ବୁକ୍‌ କରୁନାହାନ୍ତି । ଅତ୍ୟାଧୁନିକ ଅନଲାଇନ ଟିକେଟ ବୁକିଂ ଆପ ବୁକ୍‌ ମାଇଁ ସୋ’ରେ ଅଗ୍ରୀମ ବୁକିଂ କରିଥାନ୍ତି । ଗତ ୩ମାସ ରୁ ଉର୍ଦ୍ଧ ସମୟ ହେବ ଦେଶର ସବୁ କିଛି ବନ୍ଦ ରହିଛି ବୋଲି କମ୍ପାନୀର ସିଇଓ ଆଶିଷ ପେମରଜନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କମ୍ପାନୀର ଆର୍ଥିକ ମାନ୍ଦାବସ୍ଥା ଓ ରାଜସ୍ବ କ୍ଷତି କାରଣରୁ ସଂସ୍ଥାର ଭାରତ ବଜାର ଓ ଗ୍ଲୋବାଲ ମାର୍କେଟର ମୋଟ ୧୪୫୦ଜଣ ରୁ ୨୭୦ଜଣ କର୍ମଚାରୀଙ୍କୁ ସଂସ୍ଥା ଛଟେଇ କରିଛି । ମହାମାରୀ କାରଣରୁ କମ୍ପାନୀର ବାଣିଜି୍ୟକ କାରବାର ଏକ ପ୍ରକାରର ବନ୍ଦ ହୋଇ ଯାଇଛି । ଫଳରେ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ମେଲ ଓ ଟ୍ୟୁଟି ଜରିଆରେ ଅବଗତ କରାଇ ଦିଆଯାଇଛି ଯେ ଆସନ୍ତା ୬ମାସ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର କର୍ମଚାରୀଙ୍କର ମୂଳ ବେତନରୁ ୧୦ରୁ ୫୦ ପ୍ରତିଶତ ବେତନ ହ୍ରାସ କରାଯିବ । ଏହି ମହାମାରୀ ଯୋଗୁ ବହୁ ଅନଲାଇନ ସେବା ପ୍ରଦାନକାରୀ ସଂସ୍ଥା ଯେପରି ଓଲା, ଉବର, ସ୍ବିଗି, ଜମାଟୋ ଭଳି କମ୍ପାନୀ ମଧ୍ୟ ସେମାନଙ୍କର ୫ରୁ ୨୫% କର୍ମଚାରୀଙ୍କୁ ଛଟେଇ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri