ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ ଭାଜପା

ରସୁଲପୁର,୫ା୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ (ପିଇଓ) ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଜଟିଳ ହେବାରେ ଲଗିଛି। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଛି। ଘଟଣାର ୨୦ଦିନ ପରେ ବି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡୁନି। ହେଲେ ପୋଲିସର ଅସମ୍ଭବ ପ୍ରକାର ନୀରବତା ଯୋଗୁ ଏ ଦିଗରେ ତଦନ୍ତ ଅଧିକାରୀଙ୍କ ଆଭିମୁଖ୍ୟ ଉପରୁ ସନ୍ଦେହ ହଟି ପାରୁନାହିଁ। ଏହିଭଳି ଗୋଳିଆ ସ୍ଥିତିକୁ ନେଇ ବିରୋଧୀଙ୍କ ତୁଣ୍ଡ ଚୁପ୍‌ ହେବାର ନାଁ ଧରୁନି। ବିଧାନସଭା ଚାଲିବା ପର୍ଯ୍ୟନ୍ତ ଉଭୟ କଂଗ୍ରେସ ଓ ଭାଜପା ସେମାନଙ୍କର ଆନ୍ଦୋଳନ ଜାରି ରଖିବେ। ଉଭୟ ଦଳ ଏହାକୁ ବିଧାନସଭାରେ ପ୍ରସଙ୍ଗ କରିବେ ବୋଲି ଚେତାବନୀ ଦେଇସାରିଲେଣି। ସ୍ମିତାରାଣୀ ମାମଲା ବେବିନା, ମାଧବୀଲତା, ଇତିଶ୍ରୀ ଘଟଣାକୁ ବଳିଗଲା। ଏ ସମସ୍ତଙ୍କର ଅତିି ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା। ଏଠାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସରକାର ଚୁପ୍‌ କାହିଁକି ବୋଲି ବିରୋଧୀ ପ୍ରଶ୍ନ କରିବା ସହ ମଙ୍ଗଳବାର ଭାଜପା ସିବିଆଇ ତଦନ୍ତ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଏହାଛଡା ଏହି ମାମଲାକୁ ନେଇ ପୋଲିସ ଭିନ୍ନ ଭିନ୍ନ ବୟାନ ଦେଉଥିବାବେଳେ ମାମଲାର ମୋଡ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି। ସ୍ମିତାରାଣୀ ମୃତ୍ୟୁର ପୂର୍ବଦିନ ସରପଞ୍ଚ ସ୍ବାମୀ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ ଭୁବନେଶ୍ୱର ଯାଇଥିଲେ। ସେଠାରେ ଏକ ପ୍ରତିଷ୍ଠିତ ସୁନାଗହଣା ଦୋକାନରୁ ସ୍ମିତାରାଣୀ ଗହଣା କିଣିଥିଲେ। ଗହଣାର ମୂଲ୍ୟ ରୂପେଶ ପ୍ରଦାନ କରୁଥିବା ସମ୍ପର୍କରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି। ଏହି ଘଟଣା ସମ୍ପର୍କରେ ସରପଞ୍ଚ ମଧୁସ୍ମିତା ଜାଣିବା ପରେ ପିଇଓଙ୍କ ସହ ତାଙ୍କର ଝଗଡା ହୋଇଥିବା କୁହାଯାଉଛି। ଉକ୍ତ ଝଗଡା ପିଇଓ ସି୍ମତାଙ୍କର ମୃତ୍ୟୁର କାରଣ ହୋଇଥିବ ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ଅଧିକ ପଚରା ଉଚୁରା କରିବାର ଆବଶ୍ୟକତା ରହିଛି। ସରପଞ୍ଚ ମଧୁସ୍ମିତାଙ୍କୁ କାହିଁକି ଏ ସମ୍ପର୍କରେ ପଚରା ଉଚୁରା କରୁନାହିଁ ବୋଲି ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି। ଘଟଣାର ୩ ସପ୍ତାହ ପରେ ବି ପୋଲିସ ଅଭିଯୁକ୍ତଙ୍କୁ କାହିଁକି ରିମାଣ୍ଡରେ ଆଣୁନାହିଁ, ଘଟଣା ଦିନ ଅତିଥି ଭବନରେ ଅଭିଯୁକ୍ତଙ୍କ ସହଯୋଗୀ ଭାବେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କୁ ନେଇ ପୋଲିସର ଆଭିମୁଖ୍ୟ କଣ ରହିଛି ତା ସ୍ପଷ୍ଟ ହୋଇପାରୁ ନାହିଁ। ଏହି ମାମଲାରେ ପୋଲିସ ଗଣମାଧ୍ୟମକୁ ସହଯୋଗ କରୁନାହିଁ। ଏ ଘଟଣା ଉଠିବା କ୍ଷଣି ତଦନ୍ତ ଅଧିକାରୀ ସରୋଜ କୁମାର ସାହୁ ଅନ୍ୟ କାର୍ଯ୍ୟର ବାହାନା ନେଇ ମୂଳ ମାମଲାକୁ ଏଡାଇ ଯାଉଛନ୍ତି। ଖୋଦ୍‌ ଏସଡିପିଓ କେଦାରନାଥ ସାହୁ ମାମଲାକୁ ଅତ୍ୟନ୍ତ ସହଜ ଭାବରେ ନେଇଛନ୍ତି। ଖବର କାଗଜରେ କ’ଣ ବାହାରୁଛି ତାକୁ ପଢିବାକୁ ପୋଲିସ ପାଖରେ ସମୟ ନାହିଁ ବୋଲି ସାହୁ ମନ୍ତବ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri