ସ୍ମାର୍ଟକେମ୍‌ ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟକୁ ବିରୋଧ ଜାରି

ଛତ୍ରପୁର,୫।୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ ଟେକ୍ନୋଲୋଜିର ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟ ସ୍ଥାପନକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରିରହିଛିା ଊକ୍ତ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସରେ ସ୍ଥାନୀୟ ୧୮ ଗାଁର ଲୋକେ ବିଶେଷ ପ୍ରଭାବିତ ହେବେ ବୋଲି ଆଶଙ୍କା କରି ଲୋକେ ଏହି ପ୍ଲାଣ୍ଟ ସ୍ଥାପନକୁ ଗତ କିଛି ମାସ ହେଲା ବିରୋଧ କରିଆସୁଛନ୍ତି ା ଅପରପକ୍ଷରେ ଶନିବାର ଏ ସମ୍ପର୍କରେ ଆଲୋଚନା ପାଇଁ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ା ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ତେବେ ଏହି ଆଲୋଚନା ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନି ା ଫଳରେ ଆଲୋଚନା ବିଫଳ ହୋଇଥିବା ଗାଁ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି କମ୍ପାନୀ ସ୍ଥାପନକୁ ବିରୋଧ ଜାରିରହିବ ବୋଲି ଉକ୍ତ ବୈଠକରେ ଗାଁ କମିଟିର ପ୍ରତିନିଧିଦଳ ରୋକଠୋକ୍‌ ଶୁଣାଇଥିଲେ ା ଏଥିସହ ଏହା ବଦଳରେ ଆଉ କୌଣସି କମ୍ପାନୀ ଏଠାରେ ସ୍ଥାପନ ହେଲେ ସ୍ବାଗତ କରିବୁ ଏବଂ ଜନଶୁଣାଣି କରାଯାଉ ବୋଲି ଗାଁ କମିଟି ପକ୍ଷରୁ କୁହାଯାଇଥିଲା ା ଆଗାମୀ ୭ ଦିନ ମଧ୍ୟରେ ଗାଁରେ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି ା ଏହି ବୈଠକରେ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଏବଂ ଗାଁ କମିଟି ସଭାପତି ବି.ମୋହନ ପାତ୍ର, କୋଷାଧ୍ୟକ୍ଷ ଘନଶ୍ୟାମ ସାହୁ, ଗୁରୁଦେବ ବେହେରା, ଏସ.ଲାଛେୟା ରେଡ୍ଡୀ, ବି.ଗୌରେୟା ପାତ୍ର, କେ. ଗଶେଷ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ା

ଛତ୍ରପୁର ବ୍ଳକ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ କମ୍ପାନୀର ପ୍ରକଳ୍ପ ସ୍ଥାପନ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ା ଏହାକୁ ଗାଁ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏକ ବୈଠକ କରି ପ୍ରତିକ୍ରିୟା ପ୍ରକାଶ କରାଯାଇଛି ା ବର୍ତ୍ତମାନ ସୁଦ୍ଧା ୬୬ ଜଣଙ୍କୁ ପୋଲିସ ପକ୍ଷରୁ ନୋଟିସ୍‌ ଜାରି ହେଲାଣି ା ସେଥିରୁ ୧୩ଜଣଙ୍କୁ ସିଆରପିସିର ୧୦୭ରେ ନୋଟିସ୍‌ ଜାରି କରାଯାଇଥିବା ବେଳେ ଅନ୍ୟ ୫୩ ଜଣଙ୍କୁ ୧୧୨ରେ ନୋଟିସ୍‌ ଜାରି କରାଯାଇଥିବା ଗାଁ କମିଟି ପକ୍ଷରୁ ସୂଚନା ଦିଆଯାଇଛି ା ୧୩ ଜଣ ମାଜିଷ୍ଟ୍ରେଟ୍‌ ଆଗରେ ହାଜର ହୋଇସାରିଛନ୍ତି। ତେବେ ଆଉ ଅନ୍ୟ ୫୩ ଜଣ ମାଜିଷ୍ଟ୍ରେଟ୍‌ ଆଗରେ ହାଜର ହେବେନି ବୋଲି ଗାଁ କମିଟି ବୈଠକରେ ନିଷ୍ପତି ନେଇଛନ୍ତି। ସମସ୍ତ ଗାଁ ଲୋକଙ୍କୁ ନୋଟିସ୍‌ ଜାରି କରାଯାଉ ଏବଂ ସମସ୍ତ ଲୋକ ଛତ୍ରପୁର ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିବୁ ବୋଲି କୁହାଯାଇଛି ା ବିନା ଜନଶୁଣାଣି ଏବଂ ବିଷାକ୍ତ ଗ୍ୟାସ ଏହି ପ୍ରକଳ୍ପରୁ ନିର୍ଗତ ହେବାକୁ ଥିବାରୁ ଏହା ସ୍ଥାପନ କୁ ବିରୋଧ କରିବାକୁ ଏପରି ନୋଟିସ୍‌ ଦିଆଯାଉଛି ା
ଏହାକୁ ଗାଁ କମିଟି ସଭାପତି ବି.ମୋହନ ପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri