ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଫୁଲବାଣୀ ଅଫିସ,୧୬ା୧୨-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଏମ୍‌ପି ଡା. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବିଭିନ୍ନ ଉଦ୍‌ଘାଟନ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଜାତୀୟ ସ୍ବାସ୍ଥ୍ୟ ମିଶନ ସହାୟତାରେ ନିର୍ମିତ ସମନ୍ବିତ ପରୀକ୍ଷାଗାର, ଯାନ୍ତ୍ରିକ ଲୁଗାସଫା ଗୃହ, କର୍କଟ ରୋଗୀଙ୍କ ଉପଶମ କେନ୍ଦ୍ରକୁ ଏମ୍‌ପି ଉଦ୍‌ଘାଟନ କରିଥିଲେ ା ଏମ୍‌ପିଙ୍କ ପାଣ୍ଠି ସହାୟତାରେ କିଣା ଯାଇଥିବା ଦୁଇଟି ଆମ୍ବୁଲାନ୍ସ ଜି.ଉଦୟଗିରି ଓ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦିଆଯାଇଥିଲା ା ସେହିପରି ଆରଇସିପିଡିସିଏଲ ନୂଆ ଦିଲ୍ଲୀର ସିଏସ୍‌ଆର କାର୍ଯ୍ୟକ୍ରମ ସହାୟତାରେ ବାଲିଗୁଡା ଉପଖଣ୍ଡ ଚିକିିତ୍ସାଳୟ, ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ଚିକିତ୍ସା କେନ୍ଦ୍ର, ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ଲେଖାଏ ଆମ୍ବୁଲାନ୍ସ ଦିଆଯାଇଥିଲା ା ବିଗତ ଦିନରେ ୫-ଟି ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ଏଠାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ସହାୟତା ଦେଇଥିଲେ। ଉକ୍ତ ଟଙ୍କାରେ ଏସ୍‌ସି, ଚେୟାର ଟେବୁଲ, ଆଲମିରା, ଚପଲ ଷ୍ଟାଣ୍ଡ, ହୁଇଲ ଚେୟାର, ଫ୍ୟାନ ଆଦି କିଣାଯାଇ ରୋଗୀଙ୍କ ସେବାରେ ଲଗାଯାଇଛି ା ଏସବୁକୁ ଏମ୍‌ପି ସାମନ୍ତ ବୁଲି ଦେଖିଥିଲେ। ପରେ ପାଦବିକୃତି ଅସ୍ତ୍ରୋପଚାର ହୋଇଥିବା ଶିଶୁଙ୍କୁ ଭେଟି କମ୍ବଳ ବଣ୍ଟନ କରିଥିଲେ ା କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଏସ୍‌ପି ପ୍ରତୀକ ଗୀତା ସିଂ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ବିଜୟ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଚିକିତ୍ସାଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ ଓ ଡା.ମନୋରଞ୍ଜନ ରାଉତ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବସନ୍ତ କୁମାର ପାତ୍ର, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ସସ୍ମିତା ଦେବୀ, ଜିଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ଜିଲାପାଳଙ୍କ ଜନ ଶୁଣାଣିରେ ପହଞ୍ଚିଲେ ଅଲେଖ ବାବା: ଜାଣନ୍ତୁ କାହିଁକି

କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri