ସ୍ବାସ୍ଥ୍ୟ ପାଇଁ ହିତକର ସାଇକେଲିଂ

ଯାତାୟାତ ଲାଗି ସାଇକେଲ ସ୍ବାସ୍ଥ୍ୟ ପାଇଁ ହିତକର । ଆଜିକାଲିର ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଦିନକୁ ଦିନ ଲୋକଙ୍କୁ ରୁଗ୍ଣ କରିଦେଉଛି। ଅଧିକ ଫ୍ୟାଟ୍‌ ଜାତୀୟ ଖାଦ୍ୟ ସାଙ୍ଗକୁ ବ୍ୟାୟାମର ଅଭାବ ଓ ଅଫିସ୍‌ରେ ବସି ରହି କାମ କରିବା ଯୋଗୁ ପେଟରେ ଚର୍ବି ଜମିବା ଭଳି ସମସ୍ୟା ସୃଷ୍ଟି ହେଉଛି। ଏହି ଚର୍ବି ଯୋଗୁ ଧମନୀଗୁଡିକର ସଙ୍କୋଚନ ପ୍ରସାରଣରେ ସମସ୍ୟା ଦେଖାଦିଏ। ହୃତ୍‌ପିଣ୍ଡ ଉପରେ ଚାପ ପଡିଥାଏ। ଫଳରେ ହୃଦ୍‌ରୋଗ ଆଶଙ୍କା ବଢିଯାଏ। ରକ୍ତଚାପ, ମସ୍ତିଷ୍କ ଆଘାତ ସହ କ୍ୟାନ୍ସର ଭଳି ରୋଗ ହେବାର ଆଶଙ୍କା ସୃଷ୍ଟି ହୁଏ। ପେଟର ଚର୍ବିରୁ ମାରାତ୍ମକ ବିଷ ବି ତିଆରି ହୁଏ। ତେଣୁ ପ୍ରତିଦିନ ଯଦି ଘଣ୍ଟାପ୍ରତି ୫ କି.ମି. ବେଗରେ ଏକଘଣ୍ଟା ସାଇକେଲିଂ କରାଯାଏ, ତେବେ ୨୫୦ରୁ ୩୦୦ କ୍ୟାଲୋରି ଦହନ ହୋଇଥାଏ। ଖାସ୍‌କରି ବାହାରେ ସାଇକେଲିଂ କଲେ ବେଶି ଉପକାର ମିଳିଥାଏ। ତେଣୁ ପ୍ରତିଦିନ ସାଇକେଲିଂ କରିବା ଜରୁରୀ ବୋଲି କୁହନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ନିରଞ୍ଜନ ତ୍ରିପାଠୀ। ସାଇକେଲିଂ ସ୍ବାସ୍ଥ୍ୟ ପାଇଁ ଯେତିକି ଉପକାରୀ ପରିବେଶ ପାଇଁ ବି ଏହା ସେତିକି ଭଲ। ଖର୍ଚ୍ଚ ବି ନାହିଁ କହିଲେ ଚଳେ। ତେଣୁ ଧୀରେ ଧୀରେ ସମସ୍ତେ ସାଇକେଲକୁ ସାଥୀଭାବେ ବାଛିନେବା ଭଲ। ଅଫିସ୍‌ ହେଉକି ଆଖପାଖ ଯେଉଁଠିକୁ ଗଲେ ବି ବାଇକ୍‌ ବ୍ୟବହାର ନ କରି ଯଦି ସାଇକେଲ ବ୍ୟବହାର କରାଯାଇପାରିବ ପ୍ରଦୂଷଣ ଅନେକାଂଶରେ କମିଯିବ। ଦ୍ରୁତ ଗତି ପାଇଁ ଚାହିଁଲେ ସୋଲାର ସାଇକେଲ୍‌ ବି ବ୍ୟବହାର କରିପାରିବେ। ଫଳରେ ଗନ୍ତବ୍ୟସ୍ଥଳକୁ ଠିକ୍‌ ସମୟରେ ପହଞ୍ଚିବା ସହ ବାୟୁ ପ୍ରଦୂଷିତ ହେବାର ଚିନ୍ତା ରହିବନି। ଯେବେ ସମସ୍ତେ ସଚେତନ ହେବେ ତେବେ ଯାଇ ପରିବେଶ ସୁସ୍ଥ ରହିପାରିବ ବୋଲି ବ୍ୟକ୍ତ କରନ୍ତି ଡା. ତ୍ରିପାଠୀ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri