ସ୍ବାମୀଙ୍କ ଘରୁ ଚୋରି କରି ଚମ୍ପଟ ହେବା ଘଟଣା: ଉତ୍ତରପ୍ରଦେଶରୁ ସ୍ତ୍ରୀ ଗିରଫ

ରୂପ୍‌ସା, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ମାଣିକପୁରା ଗ୍ରାମର ଖଗେନ୍ଦ୍ର ପରିଡ଼ାଙ୍କ ଘରୁ ବିଭିନ୍ନ ଘରକରଣା ସାମଗ୍ରୀ ସହ ସୁନାଗହଣା ଚୋରି ଅଭିଯୋଗରେ ପନତ୍ୀ ଟିକିଲି ପରିଡ଼ାଙ୍କୁ ପୋଲିସ ଉତ୍ତରପ୍ରଦେଶରୁ ଗିରଫ କରିଛି। ରବିବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି।
ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳର ଟିକିଲିଙ୍କୁ ଖଗେନ୍ଦ୍ର ୨୦୧୪ରେ ପ୍ରେମ ବିବାହ କରିଥିଲେ। ଖଗେନ୍ଦ୍ର ଜଣେ ଦିନ ମଜୁରିଆ ଓ ମତ୍ସ୍ୟଜୀବୀ ଭାବେ ଜୀବିକା ନିର୍ବାହ କରନ୍ତି। ବିବାହର ୪ ବର୍ଷ ପରେ ପନତ୍ୀପତିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାହ ସମୟରେ ଟିକିଲି ତାଙ୍କ ବାପଘରୁ କୌଣସି ସାମଗ୍ରୀ, ସ୍ବର୍ଣ୍ଣ ଅଳଙ୍କାର ଆଣି ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ଖଗେନ୍ଦ୍ର ଘରେ ନ ଥିବାବେଳେ ସ୍ତ୍ରୀ ଟିକିଲି ଗଡ଼ରେଜ, ପଲଙ୍କ, ଘରକରଣା ସାମଗ୍ରୀ ସହ ସୁନା ଅଳଙ୍କାର ଲୁଟ୍‌ କରି ଚମ୍ପଟ ମାରିଥିଲେ। ଏ ସମ୍ପକର୍ର୍ରେ ଖଗେନ୍ଦ୍ର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ପିଟିଶନ ଅନୁଯାୟୀ ଗତ ମାର୍ଚ୍ଚ ୧୮ ତାରିଖରେ ସଦର ଥାନାରେ ପୋଲିସ ଏକ ମାମଲା (ନଂ. ୬୬/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ପରିକ୍ଷୀ ଫାଣ୍ଡି ଅଧିକାରୀ ଏଏସ୍‌ଆଇ ଉମାକାନ୍ତ ଧଳ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ସହ ଉତ୍ତରପ୍ରଦେଶର ସମ୍ବଲ ଜିଲା ଅନ୍ତର୍ଗତ ବଣିଆଫେର ଥାନା ଅଞ୍ଚଳରେ ସେଠାକାର ପୋଲିସ ସହାୟତାରେ ଚଢ଼ାଉ କରି ଗତ ୧୮ ତାରିଖରେ ଅଭିଯୁକ୍ତ ପନତ୍ୀଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ୪ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ସେଠାରୁ ବାଲେଶ୍ୱର ଆଣିଥିଲେ। ଟିକିଲିଙ୍କ ବାପଘରୁ ପୋଲିସ ଚୋରି ସାମଗ୍ରୀ ଜବତ କରିଛି। ସେମାନଙ୍କର ସାଢ଼େ ୪ବର୍ଷର ଶିଶୁକନ୍ୟା ଅଛି। ସ୍ବାମୀଙ୍କ ଘରୁ ଆସବାବପତ୍ର ଚୋରି କରିବା ପରଠୁଁ ଟିକିଲି ଶିଶୁକନ୍ୟାକୁ ନେଇ ଉତ୍ତରପ୍ରଦେଶରେ ରହୁଥିବା ପୋଲିସ ଖବର ପାଇ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri