ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତ୍ୟେଷ୍ଟିକ୍ରିୟା

ନବରଙ୍ଗପୁର,୨୭ା୬(ବି.ପ୍ର.)- ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍‌ରେ ତାଙ୍କ ଦେହାନ୍ତ ହୋଇଛି। ତେବେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ବାଜିଙ୍କ ଅନ୍ତେଷ୍ଟି କ୍ରିୟା ଶୁକ୍ରବାର ସମ୍ପନ୍ନ କରାଯିବ ସୂଚନା ମିଳିଛି।

ପ୍ରାକ୍ତନ ଶିକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବାଧିନତା ସଂଗ୍ରାମୀ ସଦାଶିବ ତ୍ରିପାଠୀଙ୍କ ଛାତ୍ର ବାଜି ଜୟପୁର ହାଇସ୍କୁଲଠାରେ ପାଠ ପଢିବା ସମୟରେ ରାଧାମୋହନ ବିଶ୍ୱାସରାୟ ଓ ରାଧାମୋହନ ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ଜାତୀୟ କଂଗ୍ରେସରେ ଯୋଗ ଦେଇଥିିଲେ। ଗାଁ ଗାଁ ବୁଲି ସ୍ବାଧୀନତା ସଂଗ୍ରାମର ବାର୍ତ୍ତା ବାଣ୍ଟି ସଂଗ୍ରାମୀଙ୍କୁ ସଙ୍ଗଠିତ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଭାରତ ଛାଡ ଆନ୍ଦୋଳନରେ ବହୁବାର ଜେଲ ଯାଇଥିଲେ। ବାଜି ଜଣେ ମୁସଲମାନ ହୋଇଥିଲେ ମଧ୍ୟ ସବୁ ଧର୍ମକୁ ସମାନ ଭାବେ ଦେଖୁଥିଲେ । ରଥଯାତ୍ରା, ବିଭିନ୍ନ ଦେବଦେବୀ ପର୍ବପର୍ବାଣିରେ ସେ ଉପସ୍ଥିତ ରହି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲେ । ଆଜୀବନ ଖଦି ବସ୍ତ୍ର ପିନ୍ଧିବା ସହ ନିଜେ ନିଜେ ସୂତା କାଟିବା ଭଳି ଅନେକ କିଛି ଉଲ୍ଲେଖନୀୟ କାର୍ଯ୍ୟ ସେ ଜୀବନକାଳ ମଧ୍ୟରେ କରୁଥିଲେ।

ବାଜି ଅବିବାହିତ ଓ ନିରାମିଷାଶୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପରିବାରର ପୁତୁରା ଏନ. ଅହମ୍ମଦ, ଅକତାରି ବେଗ, ନାତୁଣୀ ରୋସନ, ମହମ୍ମଦ ସାକୁର, ପାପଡାହାଣ୍ଡି ଶହୀଦ ସ୍ମୃତି କମିଟି ସଭାପତି ସମୋନାଥ ବିଷୋୟୀ, ଅକତାରି ବେଗମ୍‌ ପ୍ରମୁଖ ବାଜିଙ୍କ ବିୟୋଗ ଖବର ପାଇ ଜିଲାପାଳ ଡଃ. ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲାପାଳ ନିମାଇ ଚରଣ ସୂତାର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ଓ ପ୍ରଶାସନିକ ଅଧିକାରୀ, ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ନବରଙ୍ଗପୁର ମାଆ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, ପ୍ରାଧ୍ୟାପକ ଡ. ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri