Posted inପୁରୀ

ସ୍ବାଧୀନତା ଲାଗି ନାରୀ ଆଜି ବି ସଂଘର୍ଷରତ

ପୁରୀ ଅଫିସ, ୧୩।୮: ପୁରୀର ନାଟ୍ୟାନୁଷ୍ଠାନ ‘ରଙ୍ଗଶାଳା’ ଆନୁକୂଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଚାଲିଥିବା ଦ୍ୱାଦଶ ଜାତୀୟ ନାଟକ ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ଦିବସ। ଭୁବନେଶ୍ୱରର ନାଟ୍ୟାନୁଷ୍ଠାନ ‘ଜୀବନ ରେଖା’ ପକ୍ଷରୁ ପରିବେଷିତ ହୋଇଥିଲା ନାଟକ ‘ଚୁପ! କୋର୍ଟ ଚାଲିଛି’। ଜଣେ ନାରୀର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବସିତ ଥିଲା ଏହି ନାଟକ।
ଏମିତି ଥିଲା କାହାଣୀ। କନ୍ୟାଭ୍ରୂଣ ହତ୍ୟା ଉପରେ ନାଟକ ମଞ୍ଚସ୍ଥ ଲାଗି ସ୍ଥିର କଲେ ଗୋଟିଏ ନାଟ୍ୟ ଦଳ। ରିହର୍ସାଲ ଆରମ୍ଭ ହେଲା। କନ୍ୟାଭ୍ରୂଣକୁ ନେଇ କୋର୍ଟରେ କେସ୍‌ ଚାଲିଲା। ଅଦାଲତରେ ଗୋଟିଏ ପଟେ ଜଣେ ନାରୀ ନିଜ ସ୍ବାଧୀନତା ଲାଗି କାଠଗଡ଼ାରେ ଠିଆ ହୋଇଥାନ୍ତି। ଅନ୍ୟପଟେ ଜଣକ ପରେ ଜଣେ ସାକ୍ଷୀ ସାକ୍ଷ୍ୟ ଦେଇ ଚାଲି ଯାଉଥାନ୍ତି। ଆରୋପ ପ୍ରତ୍ୟାରୋପ ମଧ୍ୟରେ ସମ୍ପୃକ୍ତା ମହିଳାଙ୍କ ଚରିତ୍ର ଉପରେ ଉଠିଲା ଅଙ୍ଗୁଳି। ପେଶାରେ ସେ ଶିକ୍ଷୟିତ୍ରୀ। ହେଲେ ନିଶା ଅଭିନୟ। ସେ ବିବାହ ପୂର୍ବରୁ ମାତୃତ୍ୱ ଲାଭ କରିଛନ୍ତି। ଏଥିପାଇଁ ଅତି ସ୍ବାର୍ଥପର ଭାବେ ସମସ୍ତେ ତାଙ୍କୁ ଦୋଷାରୋପ କରୁଛନ୍ତି। ସେ ନ୍ୟାୟ ପାଇବା ଲାଗି ସଂଘର୍ଷଜାରି ରଖିଛନ୍ତି। ଏମିତି ରୋଚକମୋଡ଼ରେ କାହାଣୀ ଗତିଶୀଳ ଥିବାବେଳେ ନାଟକ ମଞ୍ଚସ୍ଥର ସମୟ ହୋଇଗଲାଣି ବୋଲି କେତେଜଣ କହିଥିଲେ। ନିର୍ଦ୍ଦେଶକ କହିଥିଲେ, ‘ଚୁପ୍‌! କୋର୍ଟ ଚାଲିଛି’। ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ଏହି ନାଟକରେ ବିଭିନ୍ନ ଭୂମିକାରେ ମମତା ତ୍ରିପାଠୀ, ଇନା ପୁରୋହିତ, ମାନୁ ପଟ୍ଟନାୟକ, ସୁନିଲ ପଟ୍ଟନାୟକ, ଦେବେନ୍ଦ୍ର ସୁନ୍ଦର ରାୟ, ପବିତ୍ର ମହାନ୍ତି, ପ୍ରଦୀପ ନାୟକ, ସିଦ୍ଧାର୍ଥ ରାୟ, ସୂର୍ଯ୍ୟ ନାରାୟଣ ପତି, ନିଗମେଶ, ଗଗନ ଦୀପ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ପ୍ରତାପ ରାଉତ, ମଞ୍ଚରେ ବିଶ୍ୱଜିତ ରାଉତ, ଆଲୋକ ଓ ରୁପସଜ୍ଜାରେ ସଞ୍ଜୟ ସାହା ଓ ବାଞ୍ଛାନିଧି ପାତ୍ର ଦାୟିତ୍ୱ ତୁଲାଇଥିଲେ। ୨ୟ ଦିବସରେ ସଭାପତି ଶିଳ୍ପପତି ଗିରୀଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପାରାଦୀପ ପିପିଏଲର ମାନବ ସମ୍ବଳ ବିଭାଗ ମ୍ୟାନେଜର ଜଗନ୍ନାଥ ଖୁଣ୍ଟିଆ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ରୀଡ଼ାବିତ୍‌ ରବୀନ୍ଦ୍ର ସେନାପତି, ବରିଷ୍ଠ ସାମାଜିକ କର୍ମୀ ବଦ୍ରି ମିଶ୍ର, ଶିଳ୍ପପତି ବିଜୟ ସୁବୁଦ୍ଧି, ନାଟ୍ୟ ନିର୍ଦ୍ଦେଶକ ପତିତ ପରିଡ଼ା, ନାଟ୍ୟକାର ଭରତ ନାୟକ ମଞ୍ଚାସୀନ ଥିଲେ। ଏହି ଅବସରରେ ମଞ୍ଚ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି କଳାକାର, ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri