Posted inପୁରୀ

ସ୍ବାଧୀନତା ଲାଗି ନାରୀ ଆଜି ବି ସଂଘର୍ଷରତ

ପୁରୀ ଅଫିସ, ୧୩।୮: ପୁରୀର ନାଟ୍ୟାନୁଷ୍ଠାନ ‘ରଙ୍ଗଶାଳା’ ଆନୁକୂଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଚାଲିଥିବା ଦ୍ୱାଦଶ ଜାତୀୟ ନାଟକ ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ଦିବସ। ଭୁବନେଶ୍ୱରର ନାଟ୍ୟାନୁଷ୍ଠାନ ‘ଜୀବନ ରେଖା’ ପକ୍ଷରୁ ପରିବେଷିତ ହୋଇଥିଲା ନାଟକ ‘ଚୁପ! କୋର୍ଟ ଚାଲିଛି’। ଜଣେ ନାରୀର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବସିତ ଥିଲା ଏହି ନାଟକ।
ଏମିତି ଥିଲା କାହାଣୀ। କନ୍ୟାଭ୍ରୂଣ ହତ୍ୟା ଉପରେ ନାଟକ ମଞ୍ଚସ୍ଥ ଲାଗି ସ୍ଥିର କଲେ ଗୋଟିଏ ନାଟ୍ୟ ଦଳ। ରିହର୍ସାଲ ଆରମ୍ଭ ହେଲା। କନ୍ୟାଭ୍ରୂଣକୁ ନେଇ କୋର୍ଟରେ କେସ୍‌ ଚାଲିଲା। ଅଦାଲତରେ ଗୋଟିଏ ପଟେ ଜଣେ ନାରୀ ନିଜ ସ୍ବାଧୀନତା ଲାଗି କାଠଗଡ଼ାରେ ଠିଆ ହୋଇଥାନ୍ତି। ଅନ୍ୟପଟେ ଜଣକ ପରେ ଜଣେ ସାକ୍ଷୀ ସାକ୍ଷ୍ୟ ଦେଇ ଚାଲି ଯାଉଥାନ୍ତି। ଆରୋପ ପ୍ରତ୍ୟାରୋପ ମଧ୍ୟରେ ସମ୍ପୃକ୍ତା ମହିଳାଙ୍କ ଚରିତ୍ର ଉପରେ ଉଠିଲା ଅଙ୍ଗୁଳି। ପେଶାରେ ସେ ଶିକ୍ଷୟିତ୍ରୀ। ହେଲେ ନିଶା ଅଭିନୟ। ସେ ବିବାହ ପୂର୍ବରୁ ମାତୃତ୍ୱ ଲାଭ କରିଛନ୍ତି। ଏଥିପାଇଁ ଅତି ସ୍ବାର୍ଥପର ଭାବେ ସମସ୍ତେ ତାଙ୍କୁ ଦୋଷାରୋପ କରୁଛନ୍ତି। ସେ ନ୍ୟାୟ ପାଇବା ଲାଗି ସଂଘର୍ଷଜାରି ରଖିଛନ୍ତି। ଏମିତି ରୋଚକମୋଡ଼ରେ କାହାଣୀ ଗତିଶୀଳ ଥିବାବେଳେ ନାଟକ ମଞ୍ଚସ୍ଥର ସମୟ ହୋଇଗଲାଣି ବୋଲି କେତେଜଣ କହିଥିଲେ। ନିର୍ଦ୍ଦେଶକ କହିଥିଲେ, ‘ଚୁପ୍‌! କୋର୍ଟ ଚାଲିଛି’। ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ଏହି ନାଟକରେ ବିଭିନ୍ନ ଭୂମିକାରେ ମମତା ତ୍ରିପାଠୀ, ଇନା ପୁରୋହିତ, ମାନୁ ପଟ୍ଟନାୟକ, ସୁନିଲ ପଟ୍ଟନାୟକ, ଦେବେନ୍ଦ୍ର ସୁନ୍ଦର ରାୟ, ପବିତ୍ର ମହାନ୍ତି, ପ୍ରଦୀପ ନାୟକ, ସିଦ୍ଧାର୍ଥ ରାୟ, ସୂର୍ଯ୍ୟ ନାରାୟଣ ପତି, ନିଗମେଶ, ଗଗନ ଦୀପ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ପ୍ରତାପ ରାଉତ, ମଞ୍ଚରେ ବିଶ୍ୱଜିତ ରାଉତ, ଆଲୋକ ଓ ରୁପସଜ୍ଜାରେ ସଞ୍ଜୟ ସାହା ଓ ବାଞ୍ଛାନିଧି ପାତ୍ର ଦାୟିତ୍ୱ ତୁଲାଇଥିଲେ। ୨ୟ ଦିବସରେ ସଭାପତି ଶିଳ୍ପପତି ଗିରୀଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପାରାଦୀପ ପିପିଏଲର ମାନବ ସମ୍ବଳ ବିଭାଗ ମ୍ୟାନେଜର ଜଗନ୍ନାଥ ଖୁଣ୍ଟିଆ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ରୀଡ଼ାବିତ୍‌ ରବୀନ୍ଦ୍ର ସେନାପତି, ବରିଷ୍ଠ ସାମାଜିକ କର୍ମୀ ବଦ୍ରି ମିଶ୍ର, ଶିଳ୍ପପତି ବିଜୟ ସୁବୁଦ୍ଧି, ନାଟ୍ୟ ନିର୍ଦ୍ଦେଶକ ପତିତ ପରିଡ଼ା, ନାଟ୍ୟକାର ଭରତ ନାୟକ ମଞ୍ଚାସୀନ ଥିଲେ। ଏହି ଅବସରରେ ମଞ୍ଚ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି କଳାକାର, ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri