Posted inଖେଳ

ସ୍ବସ୍ତିକ, ଜ୍ୟୋତିକା ଚାମ୍ପିୟନ

କଟକ ଅଫିସ,୨୯ା୪- ମାଷ୍ଟର ଚେସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ରାଜ୍ୟ ୭ବର୍ଷରୁ କମ୍‌ ଓପନ ଓ ବାଳିକା ଚେସ୍‌ ଚାମ୍ପିୟନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି । ଓପନ ବର୍ଗରେ କଟକର ସ୍ବସ୍ତିକ ଶୁଭମ ପଟ୍ଟନାୟକ ଓ ବାଳିକା ବର୍ଗରେ ଜ୍ୟୋତିକା ସାହୁ ଚାମ୍ପିୟନ ହୋଇଛନ୍ତି । ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସ୍ବସ୍ତିକ ଓ ଜ୍ୟୋତିକା ୬.୫ ପଏଣ୍ଟ ଲେଖାଏ ହାସଲ କରିଛନ୍ତି । ଶନିବାର ୫ ରାଉଣ୍ଡ ଖେଳ ଶେଷ ସୁଦ୍ଧା ମଧ୍ୟ ସ୍ବସ୍ତିକ ୫ ପଏଣ୍ଟ ପାଇ ଏକକ ଅଗ୍ରଣୀ ଥିଲେ । ୬ଷ୍ଠ ରାଉଣ୍ଡରେ ଅଭିଜିତ ବିଶ୍ୱାଳଙ୍କ ସହ ମ୍ୟାଚ୍‌ ଡ୍ର ରହିବା ଯୋଗୁଁ ଉଭୟ ୦.୫ ପଏଣ୍ଟ ଲେଖାଏ ପାଇଥିଲେ । ହେଲେ ୭ମ ତଥା ଅନ୍ତିମ ରାଉଣ୍ଡରେ ସ୍ବସ୍ତିକ ଆୟୁଷ୍ମାନ ସାମନ୍ତରାୟଙ୍କୁ ପରାସ୍ତ କରି ଚାମ୍ପିୟନ ଟାଇଟଲ ହାସଲ କରିଛନ୍ତି । ମୋଟ ୬ ପଏଣ୍ଟ ପାଇଥିବା ଖୋର୍ଦ୍ଧାର ଅଭିଜିତ ବିଶ୍ୱାଳ ଓପନ ବର୍ଗରେ ରନର୍ସଅପ ହୋଇଥିବା ବେଳେ ୫.୫ ପଏଣ୍ଟ ସହ ସତ୍ୟାଂଶ ଶିୟମ ଦ୍ୱିତୀୟ ରନର୍ସଅପ ହୋଇଥିଲେ । ଜୟଦିତ୍ୟ ପାଢ଼ୀ, ଅର୍କ ମିଶ୍ର, ଉମଙ୍ଗ ନହର, ଆୟୁଷ୍ମାନ ସାମନ୍ତରାୟ, ପ୍ରତୀକ କୁଶଳ ରାଉତ, ଭିହାନ ରେଡ୍ଡୀ, ଅର୍ନଭ ବିଶ୍ୱାଳ ୫ ପଏଣ୍ଟ ଲେଖାଏ ପାଇ ୧୦ମ ସ୍ଥାନ ମଧ୍ୟରେ ଅଛନ୍ତି । ୫ରାଉଣ୍ଡ ଖେଳ ଶେଷ ସୁଦ୍ଧା ୪.୫ ପଏଣ୍ଟ ହାସଲ କରି ଜ୍ୟୋତିକା ସାହୁ ଦ୍ୱିତୀୟ ସ୍ଥାନରେ ଥିଲେ । ସମାନ ପଏଣ୍ଟ ସହ ଐଶ୍ୱର୍ଯ୍ୟା ସାହୁ ଅଗ୍ରଣୀ ନେଇଥିଲେ । ରବିବାର ଅନୁଷ୍ଠିତ ୬ଷ୍ଠ ରାଉଣ୍ଡ ମ୍ୟାଚ୍‌ରେ ରିପିଲ ପଣ୍ଡାଙ୍କୁ ଓ ୭ମ ରାଉଣ୍ଡରେ ହର୍ଷିତା ସିଂଙ୍କୁ ହରାଇ ଜ୍ୟୋତିକା ଟାଇଟଲ ବିଜୟୀ ହୋଇଛନ୍ତି। ଅନ୍ତିମ ଦୁଇଟି ଯାକ ରାଉଣ୍ଡରେ ଐଶ୍ୱର୍ଯ୍ୟା ପରାସ୍ତ ହୋଇଥିଲେ। ବାଳିକା ବର୍ଗରେ ରନର୍ସଅପ ହୋଇଛନ୍ତି ଖୋର୍ଦ୍ଧାର ଇଶାନୀ ଦାସ । ଇଶାନୀ ୬ ପଏଣ୍ଟ ପାଇଥିଲେ । ୫ ପଏଣ୍ଟ ପାଇ ରିପିଲ ପଣ୍ଡା ଦ୍ୱିତୀୟ ରନର୍ସଅପ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ଅଲ ଓଡ଼ିଶା ଚେସ ଆସୋସିଏଶନ ଉପସଭାପତି ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚେସ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ, ମନୋରମା ଜେନା, ନିରୂପମା ତ୍ରିପାଠୀ, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ଶଙ୍କର ନନ୍ଦ, ମାଷ୍ଟର ଚେସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଦିନିକିଆ ପଇଁ ଭାରତୀୟ ପ୍ଲେଇଂ-୧୧ରେ ହୋଇପାରେ ବଡ଼ ପରିବର୍ତ୍ତନ: ସିରାଜ୍‌ ଇନ୍‌, ନବି ଆଉଟ୍‌ !

ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍‌ର ରିଜିଓନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ…

ରୋହିତ-ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଜାନୁଆରୀ ୨୦୨୭ରେ ଟିମ ଇଣ୍ଡିଆ…

ନୂଆଦିଲ୍ଲୀ,୬।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁ ଦୁଇଥର ସିରିଜ ବାତିଲ ହୋଇଛି। ସେପ୍ଟେମ୍ବରରେ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା,…

କିଏ ସେହି ଗୌରିକା, ଯିଏ ଚାହୁଁଛନ୍ତି ଅର୍ଜୁନ ତେନ୍ଦୁଲକର ଚଳିତବର୍ଷ ଯାଆଁଳା ଶିଶୁଙ୍କ ହୁଅନ୍ତୁ ପିତା

ନୂଆଦିଲ୍ଲୀ,୬।୧୧: କ୍ରିକେଟ ଜଗତରେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ନିକଟରେ ସାରାଙ୍କ…

ସୋସିଆଲ ମିଡିଆରେ ବଡ଼ ସଙ୍କେତ ଦେଲେ ବୈଭବ ସୂର୍ଯ୍ୟବଂଶୀ, ଲେଖିଲେ ଏମିତି, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି T20I ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ବୈଭବ ସୂର୍ଯ୍ୟବଂଶୀ। ତେବେ ଚମତ୍କାର ଫର୍ମରେ ଥିବା ବୈଭବ ୨୦୨୬ରେ କ୍ରମାଗତ ଭାବେ…

IPLରେ ୪୦ କୋଟିର ବ୍ଲାକ୍‌ମେଲ୍‌! ମାଲିକଙ୍କ ହୋଶ୍‌ ଉଡ଼ାଇଲେ ଷ୍ଟାର ଖେଳାଳି, ଦେଉଛନି ଧମକ

ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍‌ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ…

ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର: କ୍ରିକେଟ୍‌ ଜଗତ ଲଜ୍ଜିତ, ଇସିବି କଲା ବାସନ୍ଦ

ସିଡନୀ,୬।୧୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର କ୍ରିସ ଲିନ ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କ ଶରୀରରେ କୋକେନ ସେବନର ପ୍ରମାଣ ମିଳିବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ…

ଇତିହାସ ରଚିଲେ ମିଜୋରାମ ବ୍ୟାଟର ଚିନ୍ମୟ ସୁତାର: ଭାଙ୍ଗିଲେ ୧୦୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଘରୋଇ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ମିଜୋରାମର ବ୍ୟାଟର ଚିନ୍ମୟ ସୁତାର। ରଣଜୀ ଟ୍ରଫି ୨୦୨୬-୨୭ର ପ୍ଲେଟ ଗ୍ରୁପ୍‌ରେ ଖେଳୁଥିବା ଚିନ୍ମୟ ୧୦୩ ବର୍ଷର…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ହାସଲ କଲା ଧମାକାଦାର ବିଜୟ

ନୂଆଦିଲ୍ଲୀ,୬।୧୧: SAFF ଚାମ୍ପିୟନଶିପ ୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ ଟିମ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?