Posted inଖେଳ

ସ୍ବତନ୍ତ୍ର ବୋଲିଂ ଶୈଳୀଯୋଗୁ ବୁମ୍‌ରା ଭିନ୍ନ : ଥମ୍ପସନ

ନୂଆଦିଲ୍ଲୀ, ୨୧।୫(ପି.ଟି.)-ଦ୍ରୁତ ବୋଲିଂ ମାଧ୍ୟମରେ ନିଜ ସମୟରେ ବିଶ୍ୱର ବ୍ୟାଟ୍ସମ୍ୟାନମାନଙ୍କୁ ଭୟଭୀତ କରାଇ ପାରିଥିବା ଇଂଲଣ୍ଡର ଜେଫ୍‌ ଥମ୍ପସନ ଏବେ ଭାରତର ଯଶପ୍ରୀତ ବୁମ୍‌ରାଙ୍କ ପ୍ରଦର୍ଶନରେ ବେଶ୍‌ ପ୍ରଭାବିତ। ନିଜ ପେସ୍‌ ମାଧ୍ୟମରେ ବିପକ୍ଷ ଦଳକୁ କ୍ଷତି ପହଞ୍ଚାଇବାର ଦକ୍ଷତା ବୁମ୍‌ରାଙ୍କ ନିକଟରେ ଅଛି ବୋଲି ସେ ଅନୁଭବ କରୁଛନ୍ତି। କିଛିଦିନ ତଳେ ବୁମ୍‌ରାଙ୍କୁ ବିଶ୍ୱର ଶ୍ରେଷ୍ଠ ବୋଲର ବୋଲି ଅବିହିତ କରିଥିଲେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର। ଏବେ ଡେନିସ ଲିଲିଙ୍କ ପୂର୍ବତନ ନୂଆ ବଲ୍‌ ପାର୍ଟନର ଥମ୍ପସନଙ୍କ ମନ୍ତବ୍ୟ ବୁମ୍‌ରାଙ୍କ ପ୍ରତିଷ୍ଠାକୁ ବଢ଼ାଇ ଦେଇଛି।
” ପ୍ରକୃତରେ ବୁମ୍‌ରା ଭଲ ବୋଲିଂ କରୁଛନ୍ତି। ସେ ଯେପରି ବୋଲିଂ କରୁଛନ୍ତି ତା’ଠାରୁ ଅଧିକ କିଛି କରିବାର ଦକ୍ଷତା ରଖିଛନ୍ତି। ସେ ଯାହାବି କିଛି ହାସଲ କରଛନ୍ତି ତା’ଠାରୁ ଆହୁରି ଅଧିକ କିଛି ହାସଲର କ୍ଷମତା ତାଙ୍କ ନିକଟରେ ରହିଛି“ ବୋଲି ୧୯୭୦ ଦର୍ଶକରେ ମାଲ୍‌କମ ମାର୍ଶାଲଙ୍କ ସହ ବିଶ୍ୱର ଦ୍ରୁତତମ ବୋଲରର ମାନ୍ୟତା ପାଇଥିବା ଥମ୍ପସନ ପ୍ରକାଶ କରିଛନ୍ତି। ବୁମ୍‌ରାଙ୍କ ର’ ପେସ୍‌ ପ୍ରତିପକ୍ଷ ଦଳକୁ କ୍ଷତି ପହଞ୍ଚାଇବାକୁ ପର୍ଯ୍ୟାପ୍ତ। ସେ ଯେତେବେଳେ ବୋଲିଂରେ ବିବିଧତା ଆଣିବାକୁ ଚେଷ୍ଟା କରିଛନ୍ତି ଆହୁରି ସଫଳ ହୋଇଛନ୍ତି। ତାଙ୍କ ବୋଲିଂକୁ ବୁଝିବା କଷ୍ଟକର। କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ବୋଲିଂ ଶୈଳୀକୁ ଠିକ୍‌ଭାବେ ବୁଝି ପାରିଥିବା ମୁଁ ଅନୁଭବ କରୁନାହିଁ। ସେ ଜଣେ ଅର୍ଥୋଡକ୍ସ ବୋଲର, ଏହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ଦେଇଛି ବୋଲି ଥମ୍ପସନ କହିଛନ୍ତି।
ଥମ୍ପସନଙ୍କ କହିବା ଅନୁସାରେ ବିଶ୍ୱର ୨ ବୋଲର ବୁମ୍‌ରା ଓ କାଗିସୋ ରାବାଡ଼ାଙ୍କ ବୋଲିଂ ଦେଖିବାଭଳି। ସେମାନେ ବିଭିନ୍ନ ପରିସ୍ଥିତିରେ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ମିଚେଲ ଷ୍ଟାର୍କଙ୍କ ଫର୍ମକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଥମ୍ପସନ। ତେବେ ଅଷ୍ଟ୍ରେଲିଆ ଦୃଷ୍ଟିକୋଣରୁ ବାମହାତୀ ପେସର ଷ୍ଟାର୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ବୋଲି ସେ ସ୍ବିକାର କରିଛନ୍ତି। ”ଷ୍ଟାର୍କ ଗତ ସିଜନ ପରି ଆଗାମୀ ବିଶ୍ୱକପରେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବେ ବୋଲି ମୋର ଆଶା। ସେ ଜଣେ କ୍ୱାଲିଟି ବୋଲର। ତେଣୁ ସେ ଫର୍ମକୁ ଫେରିବାନେଇ ମୁଁ ଆଶାବାଦୀ। ଷ୍ଟାର୍କ ଯଦି ଭଲ ବୋଲିଂ କରିବେ ବିଶ୍ୱର ଯେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରିବେ। ସେ ଦ୍ରୁତ ବୋଲିଂ ସହ ଠିକ୍‌ ସ୍ଥାନରେ ବଲ୍‌କୁ ପିଚ୍‌ କରିବା ଆବଶ୍ୟକ, ଯାହାକି ସେ ଅତୀତରେ କରି ଦେଖାଇଛନ୍ତି“ ବୋଲି ଥମ୍ପସନ କହିଛନ୍ତି। ତେବେ ଭଲ ବୋଲିଂ କରୁଥିଲେ ହେଁ ଜୋଶ୍‌ ହାଜେଲଉଡ୍‌ ଅଷ୍ଟ୍ରେଲିଆର ବୋଲିଂ ୟୁନିଟ୍‌ରେ ନ ଥିବାରୁ ଖୁସି ନାହାନ୍ତି କିମ୍ବଦନ୍ତୀ ବୋଲର ଥମ୍ପସନ। ”ପ୍ୟାଟ୍‌ କୁମିନ୍ସଙ୍କୁ ନେଇ ମୋର କିଛି ଆପତ୍ତି ନାହିଁ। ତାଙ୍କ ନିକଟରେ ପ୍ରତିଭା ଅଛି। ମାତ୍ର ହାଜେଲ୍‌ଉଡ୍‌ଙ୍କୁ ମୁଁ ଅଷ୍ଟ୍ରେଲିଆ ବୋଲିଂ ୟୁନିଟରେ ଦେଖିବାକୁ ଚାହେଁ। ମୋଟାମୋଟି ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣ ବେଶ୍‌ ଭଲ“ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri