ସ୍ବଚ୍ଛତା ନେଇ ବିଏମ୍‌ସିର କଡ଼ା ଆଭିମୁଖ୍ୟ: ସଫେଇ ସଂସ୍ଥା ଲାୟନ୍ସକୁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର, ୩।୧୧(ବ୍ୟୁରୋ)ସହରର ପରିମଳ ବ୍ୟବସ୍ଥା ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ବତନ୍ତ୍ର ଭାବେ ଗୁରୁତ୍ୱ ଦେଉଛି। ଆଗକୁ ସ୍ବଚ୍ଛ ସର୍ବେକ୍ଷଣ ଥିବାରୁ ଚଳିତବର୍ଷ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ସହରର ପରିମଳ ଦାୟିତ୍ୱରେ ଥିବା ବିଭିନ୍ନ ଘରୋଇ ସଂସ୍ଥାକୁ ବିଏମ୍‌ସି ତାଗିଦ୍‌ କରିବା ସହ ସ୍ବଚ୍ଛତା ବଜାୟ ରଖିବା ଲାଗି ନିର୍ଦ୍ଦେଶ ଦେଇଛି। ଏହି ମର୍ମରେ କାର୍ଯ୍ୟରେ ଅହେତୁକ ଅବହେଳା ପାଇଁ ମେକାନିକାଲ ସୁଇପିଂ ସଂସ୍ଥା ‘ଲାୟନ୍ସ’କୁ ସଫେଇ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୩୦ ତାରିଖରେ ଉକ୍ତ ସଂସ୍ଥାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସହର ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ‘ଲାୟନ୍ସ’ର ଖରାପ କାର୍ଯ୍ୟଶୈଳୀ ପାଇଁ ତାକୁ ବିଏମ୍‌ସି ବାଦ୍‌ ଦେବାକୁ ସ୍ଥିର କରିଛି। ଗତ ଦୁର୍ଗାପୂଜାରେ ସଫେଇ କାର୍ଯ୍ୟ ଓ ମାନବ ସମ୍ବଳ ସ୍ଥିତି ପରଖିବା ପରେ ବିଏମ୍‌ସି ଏହି ପଦକ୍ଷେପ ନେଇଛି। ବର୍ତ୍ତମାନ ସହରର କିଛି ସ୍ଥାନରେ ଉକ୍ତ ସଂସ୍ଥା ଦ୍ୱାରା ସଫେଇ ଚାଲିଛି। କିନ୍ତୁ ଆସନ୍ତା ୩୦ ତାରିଖ ପରଠାରୁ ତାକୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଘରୋଇ ଠିକା ସଂସ୍ଥା ‘ଜାଗୃତି’ ସମ୍ପୃକ୍ତ ଦାୟିତ୍ୱ ହାତକୁ ନେବ। ରାସ୍ତା ଓ ଫୁଟପାଥ୍‌ ଦୁଇଟି ସ୍ଥାନକୁ ‘ଜାଗୃତି’ ସଫେଇ କରିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ଅକ୍ଟୋବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ମେକାନିକାଲ ସୁଇପିଂ ଯୋଜନା’ ଆରମ୍ଭ ହୋଇଥିଲା। ଲାୟନ୍ସ ସମେତ ଆଉ ଏକ ଘରୋଇ ଠିକା ସଂସ୍ଥାକୁ ୩ବର୍ଷ ପାଇଁ ସଫେଇ ଦାୟିତ୍ୱ ଦିଆଯାଇଥିଲା। ପ୍ରାରମ୍ଭରେ ମାତ୍ର ୪ଟି ଗାଡ଼ି ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କେବଳ ସହରର ମୁଖ୍ୟ ରାସ୍ତା ସଫେଇ କରାଯାଉଥିଲା। ସମୟାନୁକ୍ରମେ ଗାଡ଼ି ସଂଖ୍ୟା ବଢିଥିଲା, ମାତ୍ର ଘରୋଇ ସଂସ୍ଥା ‘ଲାୟନ୍ସ’ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରି ନ ଥିଲା। ଫଳରେ କାର୍ଯ୍ୟରେ ଅବହେଳା ପରିଲକ୍ଷିତ ହୋଇଥିଲା। ସଫେଇ ଠିକ୍‌ ଭାବେ ହେଉ ନ ଥିଲା। ଏଥିପାଇଁ ବିଏମ୍‌ସି ଏବେ ଲାୟନ୍ସକୁ କାର୍ଯ୍ୟବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri