ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସିର କ୍ରମାଗତ ଖରାପ ପ୍ରଦର୍ଶନ: ରାଜ୍ୟର ୫ ସହର ତଳେ ଭୁବନେଶ୍ୱର

ଭୁବନେଶ୍ୱର, ୪ା୧(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିବା ପରେ ଆଗକୁ ଭଲ ପ୍ରଦର୍ଶନ ନିମନ୍ତେ ଅଣ୍ଟା ଭିଡ଼ିଲାଣି। ଇତିମଧ୍ୟରେ ଏହି ସର୍ବେକ୍ଷଣର ଦୁଇଟି କ୍ବାର୍ଟର ସରି ଫଳାଫଳ ପ୍ରକାଶ ପାଇଛି। ଯେଉଁଥିରେ ଭୁବନେଶ୍ୱରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପ୍ରଥମ କ୍ୱାର୍ଟରରେ ୩୧୧ ଓ ଦ୍ୱିତୀୟ କ୍ୱାର୍ଟରରେ ୧୬୬ ର଼୍ୟାଙ୍କରେ ରହିଛି। ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାର ଅନ୍ୟ ସହର ତୁଳନାରେ ପୁଣି ଥରେ ଭୁବନେଶ୍ୱରର ପ୍ରଦର୍ଶନ ଖରାପ ପରିଲକ୍ଷିତ ହୋଇଛି। ପ୍ରଥମ କ୍ୱାର୍ଟରରେ ଓଡ଼ିଶାରୁ ତାଲିକାରେ ସ୍ଥାନ ପାଇଥିବା ସହର ମଧ୍ୟରୁ ବ୍ରହ୍ମପୁର, ରାଉରକେଲା, କଟକ, ସମ୍ବଲପୁର ପରେ ୨୨୫.୧୩ ସ୍କୋର ପାଇ ଭୁବନେଶ୍ୱର ପଞ୍ଚମ ସ୍ଥାନରେ ରହିଛି। ସେହିପରି ଦ୍ୱିତୀୟ କ୍ୱାର୍ଟରରେ ଭଦ୍ରକ, ବ୍ରହ୍ମପୁର ପରେ ୭୭୯.୯୬ ସ୍କୋର ପାଇ ଭୁବନେଶ୍ୱର ରାଜ୍ୟର ତୃତୀୟ ସ୍ଥାନରେ ରହିଛି। ଏହା ତଳକୁ ବାଲେଶ୍ୱର, ପୁରୀ, ରାଉରକେଲା, କଟକ, ସମ୍ବଲପୁର ଓ ବାରିପଦା ସହର ରହିଛି।
ଉଲ୍ଲେଖଯୋଗ୍ୟ, ୨୦୧୭ରେ ଭୁବନେଶ୍ୱର ୯୪ତମ ସ୍ଥାନରେ ଥିବାବେଳେ ୨୦୧୮ରେ ଏହା ଖସି ୨୧୮ ଓ ୨୦୧୯ରେ ୨୮୮ରେ ପହଞ୍ଚିଥିଲା। ସାରା ଦେଶରୁ ୪ ହଜାର ୨୩୭ ସହରକୁ ଏହି ସର୍ଭେରେ ସାମିଲ କରାଯାଇଥିବାବେଳେ କ୍ରମାଗତ ଭାବେ ଭୁବନେଶ୍ୱରର ଖରାପ ପ୍ରଦର୍ଶନ ବିଏମ୍‌ସିର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ଗତଥର ଭୁବନେଶ୍ୱରକୁ କମ୍‌ ମାର୍କ ମିଳିଥିବା ଯୋଗୁ ଚଳିତ ଥର ଭଲ ପ୍ରଦର୍ଶନ କରିବା ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା। ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଥିବା କଥା ଅଧିକାରୀମାନେ କହୁଥିଲେ। ମାତ୍ର ମୁକୁଳା ଡ୍ରେନ ସାଙ୍ଗକୁ କୁଢ କୁଢ ଆବର୍ଜନା ଯୋଗୁ ପ୍ରଥମ ଦୁଇଟି କ୍ୱାର୍ଟରର ପ୍ରଦର୍ଶନ ଆଶାଜନକ ହୋଇପାରିନାହିଁ।

ଆଜିଠୁ କ୍ଷେତ୍ର ପରିଦର୍ଶନ
କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସହରରେ କରାଯାଉଥିବା ସ୍ବଚ୍ଛତା ସର୍ବେକ୍ଷଣ ପାଇଁ ଜାନୁୟାରୀ ୪ରୁ ୩୧ ଯାଏ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ। ଏ ନେଇ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ବିଏମ୍‌ସି ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି। ସର୍ଭେକୁ ଠିକ୍‌ ଢଙ୍ଗରେ ପରଚାଳନା କରିବା ପାଇଁ ବିଏମ୍‌ସି ବିଭିନ୍ନ କର୍ମଚାରୀ, ଘରୋଇ ସଂସ୍ଥା ଓ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବା ସହ ସହରକୁ ସ୍ବଚ୍ଛ ରଖିବା ଲାଗି ପଦକ୍ଷେପ ନେଉଛି ବୋଲି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯେ କୌଣସି ଦିନ ସର୍ବେକ୍ଷଣ ଦଳ ପହଞ୍ଚତ୍ବ। ବର୍ତ୍ତମାନ ନାଗରିକଙ୍କୁ ସ୍ବଚ୍ଛତା ଆପ୍ଲିକେଶନ ସହ ଯୋଡ଼ିବା ଏବଂ ସ୍ବଚ୍ଛତା ନେଇ ଆପ୍‌ରେ ମତାମତ ହେବାକୁ ବିଏମ୍‌ସି ସଚେତନ କରୁଛି। ସେହିପରି ନାଗରିକଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିବା, ସ୍ବଚ୍ଛ ସର୍ବେକ୍ଷଣ ନେଇ ସଚେତନ କରିବା, ସମସ୍ତେ ଡଷ୍ଟବିନ୍‌ ରଖିବା, ଶୌଚାଳୟକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଖୋଲାରେ ମଳତ୍ୟାଗ ନ କରିବା, ମୁଖ୍ୟ ସ୍ଥାନରେ ଥିବା ହୋର୍ଡିଂ ଓ ପ୍ରାଚୀରରେ ସ୍ବଚ୍ଛତା ବାର୍ତ୍ତା ଦେବା ସହ ରାସ୍ତାପାର୍ଶ୍ୱରେ ବୃକ୍ଷଲତା ଲଗାଇବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ଡେପୁଟି କମିଶନର ସେଠୀ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡ ବଡ଼ଦାଣ୍ଡ ଭକ୍ତମୟ: ମାଉସୀମା ମନ୍ଦିରରେ ଲାଗିଲା ରଥ, ମଝି ରାସ୍ତାକୁ ଆଣିବା ପାଇଁ ନିଆଯାଇଥିଲା ହାଇୱାର ସହାୟତା

ଭଞ୍ଜନଗର, ୧୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି…

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

ସରିଲା ରଥ ଟଣା, ଅଳ୍ପବାଟ ଗଡ଼ି ଅଟକିଲା ନନ୍ଦିଘୋଷ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସ ପରିବେଶରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ ରଥ। ଘଣ୍ଟ, ଘଣ୍ଟା…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri