ସ୍ବଚ୍ଛ ଭାରତ ମିଶନ: ଘରୋଇ ପାଇଖାନାରୁ ବଞ୍ଚିତ ଆଦିବାସୀ

ନୂଆଗାଁ,୨୫ା୮ (ଡି.ଏନ.ଏ.): ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ଦେଶର ପ୍ରତ୍ୟେକ ପରିବାରକୁ ଘରୋଇ ପାଇଖାନା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ହେଲେ କେତେଜଣ କର୍ମଚାରୀଙ୍କ ଅବହେଳା ଯୋଗୁ ଏହାର ସୁଫଳ ଲୋକମାନେ ପାଇପାରୁ ନାହାନ୍ତି। ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏହାର ନମୁନା ଦେଖିବାକୁ ମିଳିଛି। ବ୍ଲକ ଅନ୍ତର୍ଗତ ଜାକେଡା, ଗୁମୀ, କାପ୍ତାପଲ୍ଲୀ ପଞ୍ଚାୟତରେ ଅନେକ ଆଦିବାସୀ ପରିବାର ଏହି କାର୍ଯ୍ୟକ୍ରମ ଜରିଆରେ ଘରୋଇ ପାଇଖାନା ପାଇବାରୁ ବଞ୍ଚିତ ହୋଇଛନ୍ତି।
ଘରୋଇ ପାଇଖାନା ନିର୍ମାଣ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ପ୍ରଥମେ ଏକ ବେସ୍‌ ଲାଇନ ସର୍ଭେ କରାଯାଇଥିଲା। ସେଥିରେ ନୂଆଗାଁ ବ୍ଲକର ୨୫୯୬୩ ହିତାଧିକାରୀଙ୍କ ନାମ ପଞ୍ଜୀକୃତ ହୋଇ ପ୍ରଥମ ପର୍ଯ୍ୟାୟରେ ୪୯୯୦ ହିତାଧିକାରୀଙ୍କ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୨୦୯୭୩ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ୨୦୧୯ ଅକ୍ଟୋବର ସୁଦ୍ଧା କରାଇବାର ଯୋଜନା ରହିଥିବା ବେଳେ ଅଦ୍ୟାବଧି ପ୍ରାୟ ୭ ହଜାର ହିତାଧିକାରୀଙ୍କ ପାଇଖାନା ନିର୍ମାଣ ହୋଇପାରି ନାହିଁ । ସେହିପରି ଦୁଇଟି ଯାକ ତାଲିକାରୁ ବାଦ୍‌ ପଡିଥିବା ବଡଜିରି, ତାକୁଡା, ଲୁଣି, ବାଗିଆମା, କେନ୍ଦୁବଣିଆ, କୁଶବିଡା, ସୁଡୁଙ୍ଗି, ବାମୁରୀ ଆଦି ଗ୍ରାମର ଆଦିବାସୀଙ୍କ ସମେତ ଅନ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାହା କରାଯାଇ ନାହିଁ। ତେଣୁ ଅକ୍ଟୋବର ମାସରେ ସ୍ବଚ୍ଛ ଭାରତ ମିଶନ ଦ୍ୱାରା କରାଯାଉଥିବା ଘରୋଇ ପାଇଖାନା ନିର୍ମାଣ ବନ୍ଦ ହେବାକୁ ବସିଥିବା ବେଳେ ତାଲିକାରୁ ବାଦ୍‌ ପଡିଥିବା ଆଦିବାସୀମାନେ କିଭଳି ପାଇଖାନା ନିର୍ମାଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି। ଅନ୍ୟପକ୍ଷେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ବ୍ୟସ୍ତ ଯୋଗୁ ନୂଆଗାଁ ବ୍ଲକର ଆମ ଗାଁ ଆମ ବିକାଶ କାର୍ଯ୍ୟ ହୋଇପାରୁ ନ ଥିବା ନେଇ ଗତ ସମିତି ବୈଠକରେ ବିଡିଓ ସଫେଇ ଦେଇଥିବା ବେଳେ ପ୍ରାୟ ୭ ହଜାର ହିତାଧିକାରୀଙ୍କ ପାଇଖାନା ନିର୍ମାଣ ନ ହେବା ଓ ଆଦିବାସୀମାନଙ୍କ ନାମ ତାଲିକାଭୁକ୍ତ କରାଯାଇ ନ ପାରିବା କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲକ ଅଧିକାରୀମାନଙ୍କ ଅବହେଳା ଯୋଗୁ ଜନସାଧାରଣ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଥିବା କହିଛନ୍ତି ଜାକେଡା ସରପଞ୍ଚ ତ୍ରିଲୋଚନ ସାହୁ। ଏ ସମ୍ପର୍କରେ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କୁ ପଚାରିବାରୁ ସେ କହିଥିଲେ, ତାଲିକାରୁ ବାଦ୍‌ ପଡିଥିବା ଲୋକମାନଙ୍କ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ପାଇଖାନା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶତପ୍ରତିଶତ ପରୀକ୍ଷା ଫଳ ଉପରେ ଗୁରୁତ୍ୱ: କେନ୍ଦ୍ରୀୟ ବିଦ୍ୟାଳୟ…

ଭଞ୍ଜନଗର,୧୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା କଲେଜ ପରିଚାଳନା...

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ସ୍ଥାନରେ 5 ଦିନ ପୋଷାକ ପିନ୍ଧନ୍ତିନି ମହିଳା

ନୂଆଦିଲ୍ଲୀ,୧୧|୧୨ : ଭାରତ ଅନନ୍ୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତା ପାଇଁ ସାରା ବିଶ୍ବରେ ପରିଚିତ । ଦେଶର ଏକ ସ୍ଥାନରେ ଏପରି ଏକ ପରମ୍ପରା...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri