ସ୍ପା ଆଗରେ ସ୍ବାମୀଙ୍କୁ ପିଟିଲେ ସ୍ତ୍ରୀ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପ୍ରତିଦିନ ସ୍ବାମୀ ଲୁଚିକରି ସ୍ପାକୁ ମସାଜ ପାଇଁ ଯାଆନ୍ତି। ହେଲେ ଘରେ କେହି ଜାଣିପାରନ୍ତି ନାହିଁ। ଶେଷରେ ଶୁକ୍ରବାର ସ୍ତ୍ରୀଙ୍କ ହାତରେ ଧରା ପଡ଼ିଗଲେ ସ୍ବାମୀ। ଏହାପରେ ସ୍ତ୍ରୀ ସ୍ପା ସେଣ୍ଟର ଆଗରେ ସ୍ବାମୀଙ୍କୁ ନିସ୍ତୁକ ପିଟିବା ସହ ହୋହଲ୍ଲା କରିଥିଲେ। ସେଠାରେ ସ୍ପା ନଁ।ରେ ସେକ୍ସ ର଼୍ୟାକେଟ ଚାଲୁଥିବା ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ। ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳରେ ଥିବା ଉକ୍ତ ସ୍ପା ସେଣ୍ଟର ଆଗରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ସ୍ପା ସେଣ୍ଟରକୁ ଘେରାଉ କରିଥିଲେ। ଖବର ପାଇ ପୋଲିସ ପହଞ୍ଚିବାରୁ ସ୍ପା ସେଣ୍ଟରରେ ଥିବା ଯୁବତୀ ଓ ଗ୍ରାହକମାନେ ଫେରାର ହୋଇଯାଇଥିଲେ। ପୋଲିସ ଉକ୍ତ ଘର ଯାଞ୍ଚ କରିଥିଲେ ମଧ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ ମିଳି ନ ଥିଲା। ତେବେ ଉକ୍ତ ସ୍ପା ସେଣ୍ଟରର କେୟାର ଟେକରଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଶାସ୍ତ୍ରୀନଗରରେ ଥିବା ଏକ ୩ତାଲା କୋଠାର ଉପର ମହଲାକୁ ଜଣେ ମହିଳା ଭଡ଼ା ନେଇ ସ୍ପା ସେଣ୍ଟର ଖୋଲିଥିଲେ। ଘର ମାଲିକଙ୍କୁ ସେ ମାସକୁ ୧୭ ହଜାର ଟଙ୍କା ଭଡ଼ା ଦେଉଥିଲେ। ପ୍ରତିଦିନ ଉକ୍ତ ସ୍ପା ଆଗରେ ଦାମୀ ଗାଡ଼ିି ଲାଗୁଥିଲା। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ଜଣେ ବ୍ୟକ୍ତି ଉକ୍ତ ସ୍ପାକୁ ଯାଇଥିଲେ। ଦୀର୍ଘ ଏକ ଘଣ୍ଟା ପରେ ସେଠାରୁ ବାହାରିଥିଲେ। ଏହି ସମୟରେ ସ୍ପା ଆଗରେ ସ୍ତ୍ରୀଙ୍କୁ ଛିଡ଼ା ହୋଇଥିବା ଦେଖି ହଡ଼ବଡ଼େଇ ଯାଇଥିଲେ। ତେବେ ସ୍ତ୍ରୀ ତାଙ୍କୁ ଛାଡ଼ି ନ ଥିଲେ। ଏଠାକୁ କାହିଁକି ଆସୁଥିଲ କହି ପିଟିଥିଲେ। ସେଠାରେ ଲୋକେ ରୁଣ୍ଡ ହୋଇଯିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri