Posted inଭଦ୍ରକ

ସ୍ନେହାଙ୍କୁ ସ୍ବର୍ଣ୍ଣ

ଭଦ୍ରକ ଅଫିସ, ୫।୯ – ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ସାମରାଇପୁର ବିଜୁ ପଟ୍ଟନାୟକ ନଗରର ୮ମ ଶ୍ରେଣୀର ଛାତ୍ରୀ ସ୍ନେହା ଦାସ ଆଧୁନିକ ଚିତ୍ର ଆଙ୍କି ଦିଲ୍ଲୀରୁ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେ ଶରତ ଚନ୍ଦ୍ର ଦାସ ଓ ସୁପ୍ରଭା ଦାସଙ୍କ ଝିଅ। ସେ ଅନ୍‌ଲାଇନ୍‌ରେ ପ୍ରତିଯୋଗିତାରେ ଭାଗନେଇ ଏହି ସଫଳତା ପାଇଛନ୍ତି। ମଡର୍ଣ୍ଣ ଆର୍ଟ ବିଭାଗରେ ସେ ଆଙ୍କିଥିବା ରାଧାକୃଷ୍ଣଙ୍କ ମିଳନ ଚିତ୍ର ସମସ୍ତଙ୍କ ମନ ଜିଣିଥିଲା। ଦିଲ୍ଲୀସ୍ଥିତ ଆର୍ଟ, ଆଟିଷ୍ଟ୍‌ ଓ ଆଟିଷ୍ଟିକ୍‌ ଅନୁଷ୍ଠାନ ପକ୍ଷରୁ ନିକଟରେ ତାଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏହାପୂର୍ବରୁ ହାଇଦ୍ରାବାଦ କୁନାସୀମା ଚିଲ୍‌ଡ୍ରେନ ଆର୍ଟ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ, ଓଡ଼ିଶା ଲଳିତ କଳା ଏକାଡେମୀ, ଧଉଳି ଇଣ୍ଟରନ୍ୟାଶନାଲ ଆର୍ଟ ଫେଷ୍ଟିଭାଲ, ଜିଲାସ୍ତରୀୟ ଓ ବ୍ଲକସ୍ତରୀୟ ବିଭିନ୍ନ ସ୍ଥାନରୁ ସ୍ବର୍ଣ୍ଣପଦକ ଓ ବିଭିନ୍ନ ପଦକ ହାସଲ କରି ଜିଲା ପାଇଁ ଗର୍ବ ଆଣିଛନ୍ତି। ସେ ଏସ୍‌ବିଡି ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri