Posted inଖେଳ

ସ୍ଥଗିତ ରହିପାରେ ବିଶ୍ୱକପ୍‌ କ୍ୱାଲିଫାୟର୍ସ

ଜୁରିଚ୍‌, ୫ା୩- ମାରାତ୍ମକ କରୋନା ଭାଇରସ୍‌ ବିପଦ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପକାଇବାରେ ଲାଗିଛି। ଏଥିପାଇଁ ଅନେକ ଟୁର୍ନାମେଣ୍ଟ ବାତିଲ ହୋଇଥିବାବେଳେ ଆଉ କେତେକ ପ୍ରତିଯୋଗିତାକୁ ସ୍ଥଗିତ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଥଲେଟ୍‌ଙ୍କ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହି କ୍ରମରେ ଚଳିତମାସ ୨୬ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଭାରତ-କାତାର ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସ୍ଥଗିତ ରହିବା ସମ୍ଭାବନା ବଢ଼ି ଯାଇଛି। ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ଗୁରୁବାର ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ୨୦୨୨ ବିଶ୍ୱକପ୍‌ ଏବଂ ୨୦୨୩ ଏସିଆନ କପ୍‌ ପାଇଁ ଆଗକୁ ଖେଳାଯିବାକୁ ଥିବା ସମସ୍ତ କ୍ୱାଲିଫାୟର୍ସ ମ୍ୟାଚକୁ ସ୍ଥଗିତ ରଖିବା ଲାଗି ପ୍ରସ୍ତାବ ଦିଆ ଯାଇଛି। ତନ୍ମଧ୍ୟରେ କାତାର ବିପକ୍ଷରେ ଭାରତ ଖେଳିବାକୁଥିବା ହୋମ୍‌ ଗେମ୍‌ (କଳିଙ୍ଗ ଷ୍ଟାଡିୟମ) ରହିଛି। ବିଶ୍ୱ ଫୁଟ୍‌ବଲ ପରିଚାଳନା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଫିଫା ଏବଂ ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ମଧ୍ୟରେ ଏକ ବୈଠକ ବସିଥିଲା। ଏଥିରେ ଏସିଆରେ ଫୁଟ୍‌ବଲ କାର୍ଯ୍ୟକଳାପକୁ ନେଇ ଆଲୋଚନା ହୋଇଥିଲା। କ୍ୱାଲିଫାୟର୍ସ ମ୍ୟାଚ ସ୍ଥଗିତ ରଖିବା ପାଇଁ ଫିଫା ପକ୍ଷରୁ ପ୍ରସ୍ତାବ ଦିଆ ଯାଇଥିବାରୁ ଏହା ଶତପ୍ରତିଶତ କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି।
ଫୁଟ୍‌ବଲ ସହିତ ସମ୍ପୃକ୍ତଥିବା ସମସ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଉଭୟ ଫିଫା ଓ ଏଏଫ୍‌ସି ଗୁରୁତ୍ୱ ଦିଅନ୍ତି ବୋଲି ଫିଫା ତରଫରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି। ଆଗକୁଥିବା କ୍ୱାଲିଫାଇଂ ମ୍ୟାଚଗୁଡ଼ିକୁ ସ୍ଥଗିତ ରଖିବା ଲାଗି ନେଇ ସମ୍ପୃକ୍ତ ସଦସ୍ୟ ଆସୋସିଏଶନ ଗୁଡ଼ିକର ମତାମତ ଲୋଡାଯାଇଛି। ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଜିତିପାରି ନ ଥିବାରୁ ଭାରତ ଯଦିଓ ବିଶ୍ୱକପ୍‌ ଦୌଡ଼ରେ ନାହିଁ ତେବେ କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟରେ ମାର୍ଚ୍ଚ ୨୬ରେ ଭୁବନେଶ୍ୱରରେ କାତାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଦଳ ପରେ ଜୁନ୍‌ରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ସହ ମୁକାବିଲା କରିବ। ସୂଚନାଯୋଗ୍ୟ, ଓମାନ ବିପକ୍ଷରେ ଭାରତ ଏହାର ପ୍ରଥମ ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ ମ୍ୟାଚ ହାରିଯାଇଥିଲା। କିନ୍ତୁ ଦେଶ ବାହାରେ ଏସିଆନ ଚାମ୍ପିୟନ କାତାର ବିପକ୍ଷ ମ୍ୟାଚ ଗୋଲ ଶୂନ୍ୟ ଡ୍ର ରଖି ସମ୍ଭାବନା ଉଜ୍ଜୀବିତ ରଖିଥିଲା। ପରେ ଦଳ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଶେଷ ମୁହୂର୍ତ୍ତରେ ଡ୍ର ରଖିଥିଲା। ବିଦେଶରେ ଓମାନ ବିପକ୍ଷ ମ୍ୟାଚ ୧-୦ ଗୋଲରେ ପରାଜିତ ହେବା ଦ୍ୱାରା ଭାରତ ବିଶ୍ୱକପ୍‌ ଯୋଗ୍ୟତା ହାସଲ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଦଳ ବର୍ତ୍ତମାନ ୨୦୨୩ ଏସିଆ କପ୍‌ ପାଇଁ ଯୋଗ୍ୟତା ହାସଲ କରିବାକୁ ଚାହୁଛି। ଉକ୍ତ ବୈଠକରେ ଆହୁରି ମଧ୍ୟ କୋରିଆ ରିପବ୍ଲିକ ଏବଂ ଚାଇନା ମଧ୍ୟରେ ଖେଳାଯିବାକୁଥିବା ମହିଳା ଅଲିମ୍ପିକ ପ୍ଲେ-ଅଫ୍‌ ଏବଂ ୨୦୨୦ରେ ତୁର୍କମେନିସ୍ତାନରେ ହେବାକୁଥିବା ଏଏଫ୍‌ସି ଫୁଟ୍‌ସାଲ ଚାମ୍ପିୟନଶିପ୍‌ ସମ୍ପର୍କରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri