ବୁଗୁଡ଼ା,୩୦ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ଥାନା ପୁରୁଣା ପାଣିକେଶର ଗ୍ରାମର ଶୁଭଶ୍ରୀ ଗୌଡ଼ଙ୍କୁ ହତ୍ୟା କରି ଅଖାରେ ବାନ୍ଧି ତାଙ୍କ ସ୍ବାମୀ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ବୁଗୁଡ଼ା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଓ ପୋଲିସ ଟିମ୍ ମଙ୍ଗଳବାର ତାରସିଙ୍ଗି ଜଙ୍ଗଲରେ ଥିବା ଏକ କେନାଲ ପାଖରୁ ଅଖାରେ ବନ୍ଧା ହୋଇ ପଡିଥିବା ଶୁଭଶ୍ରୀଙ୍କ ଚୁନି, ପାଉଁଜି, ଚୁଡ଼ି ଓ କଙ୍କାଳ ଜବତ କରିଛନ୍ତିି। କଙ୍କାଳକୁ ଏଫଏମ୍ଟି ପାଇଁ ବ୍ରହ୍ମପୁର ପଠାଯିବ ବୋଲି ପୋଲିସ କହିଛି। ଶୁଭଶ୍ରୀଙ୍କ ମା’ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ପ୍ରକାଶ ଯେ, ବୁଗୁଡ଼ା ଥାନା ପାଣିକେଶର ଗ୍ରାମର ଦୁଃଖା ଗୌଡ଼ଙ୍କ ଝିଅ ଶୁଭଶ୍ରୀଙ୍କ ସହ ଭଗବାନପୁର ଗ୍ରାମର ଜୟ ଗୌଡ଼ଙ୍କ ପୁଅ ଶରତଙ୍କର ଏପ୍ରିଲ ୧୭ରେ ବିନା ଯୌତୁକରେ ବିବାହ ହୋଇଥିଲା। ପରେ ଶୁଭଶ୍ରୀଙ୍କ ଶ୍ୱଶୁର ଘର ଲୋକେ ୨ ଲକ୍ଷ ଟଙ୍କା, ସୁନାମୁଦି ଓ ଚେନ ଦାବିକରି ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିଲେ। ୨ ମାସ ମଧ୍ୟରେ ଏସବୁ ଯୌତୁକ ଦେବେ ବୋଲି ଶୁଭଶ୍ରୀଙ୍କ ବାପଘରୁ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏହାକୁ ବିଶ୍ୱାସ ନ କରି ଶ୍ୱଶୁର ଘର ଲୋକେ ଶୁଭଶ୍ରୀଙ୍କୁ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସେପ୍ଟେମ୍ବର ୧୮ରେ ତୁମ ଝିଅ ୨ ମାସ ହେଲା କୁଆଡ଼େ ଚାଲିଯାଇଛନ୍ତି ବୋଲି ଜ୍ୱାଇଁ ଶରତ ଶୁଭଶ୍ରୀଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ। ଏପରିକି ଶୁଭଶ୍ରୀ ତାଙ୍କ ମାଙ୍କୁ ଫୋନ କରୁ ନ ଥିଲେ, କିମ୍ବା ଜ୍ୱାଇଁଙ୍କୁ ଫୋନ କଲେ ସେ ଉଠାଉ ନ ଥିବାରୁ ତାଙ୍କ ମା’ ବ୍ୟସ୍ତ ହେଉଥିଲେ। ତେଣୁ ଝିଅ ଶୁଭଶ୍ରୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହରେ ମା’ ସେପ୍ଟେମ୍ବର ୨୫ ରେ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୨୧୬/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ସନ୍ଦେହରେ ସ୍ବାମୀ ଶରତଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲା। ଶରତଙ୍କୁ ପୋଲିସ ବାରମ୍ବାର ପଚରାଉଚରା ପରେ ସେ ଶୁଭଶ୍ରୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ । କିନ୍ତୁ ମୃତଦେହ ପକାଇ ଥିବା ସ୍ଥାନ ଠିକ୍ରେ ନ କହି ବାରମ୍ବାର ମତ ବଦଳାଉଥିଲେ। ପୋଲିସ ତାରସିଙ୍ଗି ଜଙ୍ଗଲ, ଦଶପଲ୍ଲା ଜଙ୍ଗଲ ଓ ବାଘୁଆ କେନାଲ ଆଦି ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ଶୁଭଶ୍ରୀଙ୍କ ପତ୍ତା ମିଳି ନ ଥିଲା । ଫଳରେ ପୋଲିସ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଥିଲା। ମଙ୍ଗଳବାର ଶରତଙ୍କୁ ସାଙ୍ଗରେ ଧରି ତାରସିଙ୍ଗି ଥାନା ଅନ୍ତର୍ଗତ ଏକ ଜଙ୍ଗଲ ମଧ୍ୟସ୍ଥ କେନାଲ ନିକଟକୁ ପୋଲିସ ଯାଇଥିଲା। ସେଠାରେ ଏକ ଅଖାବନ୍ଧା ହୋଇଥିବା ଜାଣିପାରି ଦେଖିଲା ବେଳକୁ ସେଥିରେ କେବଳ କଙ୍କାଳ, ଚୁନି, ଚୁଡ଼ି, ପାଉଁଜି ସନ୍ଧାନ ମିଳିଥିଲା। ଏଗୁଡ଼ିକୁ ଶରତ ଚିହ୍ନିବାରୁ ପୋଲିସ ତାକୁ ଉଦ୍ଧାର କରି ଘଟଣାର ସତ୍ୟାସତ୍ୟ ଜଣାପଡ଼ିଥିଲା ।
Posted inଆମ ଜିଲା ଖବର, ଗଞ୍ଜାମ View All
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…
ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
Archives

