ସ୍ତ୍ରୀ, ପିଲାଙ୍କୁ ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଯୁବକ

କଟକ ଅଫିସ/ଫୁଲନଖରା, (ଡି.ଏନ.ଏ.)୯ା୧୦:  ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ନିଆଳି ଥାନା ଅଧୀନ କରଞ୍ଜ ଗ୍ରାମର ପ୍ରଧାନ ଦେବବ୍ରତ ମହାପାତ୍ର। ଖବରପାଇ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଦେବବ୍ରତଙ୍କ ପତ୍ତା ମିଳିପାରିନାହିଁ। ସ୍ତ୍ରୀଙ୍କ ସହ ଝଗଡା ଲାଗିବାରୁ ସେ ନଦୀକୁ ଡେଇଁ ପଡିଥିବା କଟକ ସଦର ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ପୋଲିସ ସୂତ୍ରରୁ ପ୍ରକାଶ, ଦେବବ୍ରତ ୨୦୧୪ରେ କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ କଲରାବାଙ୍କ ଅଞ୍ଚଳର ଶୁଭଲକ୍ଷ୍ମୀ ପରିଡାଙ୍କୁ ବିବାହ କରିଥିଲେ। ଦେବବ୍ରତ ଯାଜପୁରରେ ଥିବା ଏକ କମ୍ପାନୀର ଆଉଟସୋର୍ସିଂ ବିଭାଗରେ କାର୍ଯ୍ୟ କରୁଥିବାବେଳେ ଶୁଭଲକ୍ଷ୍ମୀ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ବନକାଟୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଉଭୟଙ୍କର ଏକ ୪ବର୍ଷର ଶିଶୁପୁତ୍ର ଅଛି। କିଛିମାସ ହେବ ଉଭୟଙ୍କ ଭିତରେ ବିଭିନ୍ନ ଘଟଣାକୁ ନେଇ ଅନେକ ଥର ଝଗଡ଼ା ହୋଇଛି। ଏପରି କି ଉଭୟ ପକ୍ଷର ପରିବାର ଲୋକଙ୍କ ହସ୍ତକ୍ଷେପ ପରେ ଝଗଡ଼ା ସମାଧାନ ହୁଏ। ୫ ଦିନ ତଳେ ସ୍ତ୍ରୀ ଓ ପୁଅଙ୍କୁ ନେଇ ଦେବବ୍ରତ ନିଜ ଶଢୁଘର ଯାଜପୁର ଜିଲା ବାରଗାଡିଆ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ ଦେବବ୍ରତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବୁଧବାର ସେ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ବାଇକ୍‌(ନଂ.ଓଆର୦୫ଜେଡ୍‌-୪୩୭୪)ନେଇ କରଞ୍ଜ ଗ୍ରାମକୁ ଫେରୁଥିଲେ। ବାଟରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଦେବବ୍ରତ୍ତ କାଠଯୋଡି ପୋଲ ଉପରେ ବାଇକ୍‌ ରଖିଥିଲେ। ପରିସ୍ରା ଯିବେ ବୋଲି କହିଥିଲେ ମଧ୍ୟ ରାଗ ତମତମ ହେଉଥିବାରୁ ଶୁଭଲକ୍ଷ୍ମୀ ତାଙ୍କୁ ଯିବାକୁ ଦେଇ ନ ଥିଲେ। ଗୋଟିଏ ହାତରେ ପୁଅକୁ ଧରିଥିବା ବେଳେ ଅନ୍ୟ ହାତରେ ଦେବବ୍ରତଙ୍କୁ ଅଟକାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇଥିଲା। ଫଳରେ ଶୁଭଲକ୍ଷ୍ମୀଙ୍କୁ ଠେଲି ଦେଇ ଦେବବ୍ରତ ନଦୀକୁ ଡେଇଁ ପଡ଼ିଥିଲେ। ଏହାଦେଖି ଶୁଭଲକ୍ଷ୍ମୀ ଚିତ୍କାର କରିବାରୁ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। କଟକ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବାଇକ୍‌କୁ ଜବତ କରିବା ସହ ଶୁଭଲକ୍ଷ୍ମୀ ଓ ତାଙ୍କ ପୁଅକୁ ଥାନାକୁ ନେଇ ପଚରାଉଚରା କରିଥିଲା।
ଷ୍ଟାର୍ଟ ହେଲାନି ୱାଟରବୋଟ୍‌: ଅପରାହ୍ନ ପ୍ରାୟ ୧ଟା ୧୫ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ଏହାର କିଛି ସମୟ ପରେ ପ୍ରଥମେ ମଧୁପାଟଣା ଥାନାରେ ଖବର ପହଞ୍ଚିଥିଲା। ମଧୁପାଟଣା ଥାନା ପକ୍ଷରୁ ଓଡ୍ରାଫ ଟିମ୍‌ ଓ ସ୍କୁବା ଡାଇଭରଙ୍କୁ ଫୋନ କଲ୍‌ ଯାଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ଓଡ୍ରାଫର ଗୋଟିଏ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ୩୦ରୁ ୪୦ ମିନିଟ୍‌ ଧରି ଟିମ୍‌ର ୱାଟରବୋଟ ଷ୍ଟାର୍ଟ ହୋଇ ନ ଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ଆଉ ଗୋଟିଏ ଓଡ୍ରାଫ ଟିମ୍‌ ସନ୍ଧାନ କାର୍ଯ୍ୟରେ ସାମିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri