ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାଲେଶ୍ୱର ଅଫିସ,୧୨।୯ (ବ୍ୟୁରୋ): ବାଲେଶ୍ୱର ସହର ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ପଳାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଏକ ଟିମ୍‌ ସ୍କୁଲରେ ପହଞ୍ଚି ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ କହିଛନ୍ତି।

ପ୍ରକାଶଯୋଗ୍ୟ, ବୁଧବାର ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ଛାତ୍ରଜଣଙ୍କ ପାଇଖାନା ଯାଇଥିଲେ। ସେ ପାଇଖାନାରେ ଥିବା ବେଳେ ସ୍କୁଲ ଛୁଟି ହୋଇଯାଇଥିଲା। କ୍ଲାସରୁମ୍‌ରେ ତାଙ୍କ ବ୍ୟାଗ୍‌ ଥିଲେ ହେଁ ପିଅନ ତାହା ନ ଦେଖି ତାଲା ପକାଇ ଦେଇଥିଲେ। ଏପରିକି ସ୍କୁଲ ଗେଟ୍‌ରେ ମଧ୍ୟ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇଥିଲେ। ପାଇଖାନାରୁ ବାହାରିବା ପରେ ଗେଟ୍‌ରେ ତାଲା ପଡ଼ିଥିବା ଦେଖି ପିଲାଟି କାନ୍ଦିଥିଲା। ଏହା ଶୁଣି ଗାଁ ଲୋକେ ପିଅନକୁ ଡାକିଥିଲେ। ଶେଷରେ ପିଅନ ଯାଇ ତାଲା ଖୋଲି ପିଲାଟିକୁ ବାହାର କରିଥିଲେ। ଏନେଇ ପଚରାଯିବାରେ ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ପ୍ରତିଦିନ ୨ ଜଣ ପିଲାଙ୍କୁ ତାଲା ପକାଇ ରଖାଯାଏ। ଅଭିଭାବକ ନ ଆସିଥିଲେ, ପିଲାମାନଙ୍କୁ ଏମିତି ରଖୁ। କାଲି ମଧ୍ୟ ଜାଣିଶୁଣି ଆମେ ପିଲାକୁ ସ୍କୁଲରେ ରଖିଥିଲୁ। ବାହାରେ ତାଲା ପକାଇ ପିଲାକୁ ଜଗିଥିଲୁ ବୋଲି ସେ ପ୍ରତିକ୍ରିୟା ଦେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri