ସ୍କିଲ୍‌ ଗ୍ୟାପ୍‌ ହ୍ରାସ କରିବା ଉପରେ ଗୁରୁତ୍ୱ’

ଭୁବନେଶ୍ୱର,୯।୭(ବ୍ୟୁରୋ): ସ୍କିଲ ଗ୍ୟାପ ହ୍ରାସ ସହ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ବିଶ୍ୱ ଆର୍ଥିକ ଫୋରମ୍‌ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାକ୍ସଫୋର୍ସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଥା କହିଛନ୍ତି। ସର୍ବୋପରି ସ୍କିଲ୍‌ ଗ୍ୟାପ୍‌କୁ ହ୍ରାସ କରିବାର ଆବଶ୍ୟକତାକୁ କେନ୍ଦ୍ରମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ସାମ୍ପ୍ରତିକ ଯୁଗରେ ବୈଷୟିକ ବିଦ୍ୟାର ପ୍ରଗତି ଦ୍ୱାରା କାର୍ଯ୍ୟରେ ପରିବର୍ତ୍ତନ ପରଲକ୍ଷିତ ହୋଇଛି। ସେହି ପରିବର୍ତ୍ତନକୁ ଆଖି ଆଗରେ ରଖି ଦକ୍ଷତା ପ୍ରଦାନ କରିବାର ଇକୋ ସିଷ୍ଟମ ସେଭଳି ହେବାର ଆବଶ୍ୟକତା ରହିଛି। ଯଦ୍ୱାରା ଗୋଟିଏ ଦକ୍ଷତାସମ୍ପନ୍ନ କାର୍ଯ୍ୟ କରୁଥିବା ଲୋକ ତିଆରି ହୋଇ ପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ବୈଠକରେ ବିଶ୍ୱ ଆର୍ଥିକ ଫୋରମ୍‌ ଏବଂ ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନୀ ଯଥା ଆଇଓସିଏଲ୍‌, ଏଚ୍‌ପିସିଏଲ୍‌, ଓଏନ୍‌ଜିସି ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟଙ୍କ ମଧ୍ୟରେ ଯେପରି ଉତ୍ତମ ସମନ୍ବୟ ରକ୍ଷା କରାଯାଇ ରଖାଯାଇପାରିବା ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

କାହିଁକି ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡୁଛି ଡ୍ରୋନ୍‌: ୭ ଶହ ଜଣ ନେଲେଣି ଫୋନ୍‌

ପୁରୀ,୨୧।୨: ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଡ୍ରୋନ ଉଡ଼ିଛି। ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪ଜୁନ୍‌ ଏଯାବତ୍‌…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

ବନ୍ଧାହେଲେ କୋଟିପତି ଫରେଷ୍ଟର: ୯ ଦାମୀ ପ୍ଲଟ ସହ ମିଳିଥିଲା…

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ): ଭବାନୀପାଟଣା ରେଞ୍ଜ ଅନ୍ତର୍ଗତ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଭଡ଼ାଘରୁ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ ଜବତ, ପାଟିରୁ ବାହାରିଛି ରକ୍ତ, ୨ ରୁମ୍‌ମେଟ୍‌ ଅଟକ

ରାଉରକେଲା,୨୧ା୨(ସଙ୍ଗୀତା ଜେନା): ଶନିବାର ରାଉରକେଲାର ସିଭିଲ ଟାଉନ୍‌ଶିପ୍‌ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାଗିରଥୀ ସାହୁଙ୍କ ମୃତଦେହ ଜବତ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri