ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ; ମହଙ୍ଗା ହୋଇପାରେ ଅଶୋଧିତ ତେଲ ଦର

ନୂଆଦିଲ୍ଲୀ,୧୬।୯: ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଅବକିକ୍‌ ଓ ଖୁରେସରେ ଥିବା ଦୁଇଟି ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଫଳରେ ସେଠାରେ ଅସ୍ଥାୟୀ ରୂପେ ତୈଳ ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। ସୌଦି ଆରବ ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବ୍‌ଦୁଲ ଅଜିଜ୍‌ ବିନ୍‌ ସଲମାନ କହିଛନ୍ତି ଯେ, ଏହି ଆକ୍ରମଣ ଯୋଗୁ ଆରାମକୋର ମୋଟ ଉତ୍ପାଦନ ଅଧା ହୋଇଗଲାଣି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଯୋଗାଣ ବ୍ୟାହତ ହେବ। ଫଳସ୍ବରୂପ ବଜାରରେ ତେଲ ଦର ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ସୌଦି ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଆରାମ୍‌କୋର ଦୈନିକ ୫୭ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ ପ୍ରଭାବିତ ହେଉଛି। ତୈଳ ଉତ୍ପାଦକ ଦେଶସମୂହକୁ ନେଇ ଗଠିତ ଓପେକ୍‌ ପକ୍ଷରୁ ଅଗଷ୍ଟରେ ଜାରି ତଥ୍ୟ ଅନୁଯାୟୀ ସୌଦି ଆରବ ଦୈନିକ ୯୮ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ କରୁଥିଲା। ଆରାମ୍‌କୋ ଉପରେ ହୋଇଥିବା ଡ୍ରୋନ ଆକ୍ରମଣର ପ୍ରଭାବ ସାରା ବିଶ୍ୱର ତୈଳ ଯୋଗାଣ ଉପରେ ପଡିବ ବୋଲି ମନେ କରାଯାଉଛି। ଆରାମ୍‌କୋର ଉତ୍ପାଦନ ମୂଳ ସ୍ଥିତିକୁ ନ ଆସିଲେ ବିଶ୍ୱ ବଜାରରେ ପ୍ରତି ମାସରେ ୧୫୦ ମିଲିୟନ ବ୍ୟାରେଲ ଅଶୋଧିତ ତେଲ କମିଯିବ। ଏହାଦ୍ୱାରା ଦର ବଢ଼ିଯିବ। ଖବରକାଗଜ ଅଏଲପ୍ରାଇସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦୈନିକ ତେଲ ଯୋଗାଣର ଏକ ପଞ୍ଚମାଂଶ ଉକ୍ତ ଘଟଣା ଯୋଗୁ ପ୍ରଭାବିତ ହେବ। ଆରାମ୍‌କୋ ସର୍ବାଧିକ ତେଲ ଯୋଗାଣକାରୀଙ୍କ ମଧ୍ୟରେ ଅନ୍ୟତମ ଏବଂ ଅଶୋଧିତ ତେଲ ଯୋଗାଣରେ ଏହା ସର୍ବବୃହତ୍‌ କମ୍ପାନୀ। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ କମ୍ପାନୀ ୨୦୧୮ରେ ୧୧୧ ବିଲିୟନ ଡଲାର ଲାଭ କରିଥିଲା। ଏହା ଆପଲ୍‌ ଓ ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ର ମୋଟ ବାର୍ଷିକ ଲାଭ ଠାରୁ ବହୁ ଅଧିକ। ଫୋବର୍‌ସ ରିପୋର୍ଟ ଅନୁସାରେ ୨୦୧୮ ପରିସଂଖ୍ୟାନ ଅନୁଯାୟୀ, ଆରାମ୍‌କୋ ବିଶ୍ୱରେ ସବୁଠାରୁ ଲାଭ କରିବାରେ ପ୍ରଥମ ସ୍ଥାନରେ ରହିଛି। ଏହା ୨୦୧୭ରେ ୧୦୦ ବିଲିୟନ ଡଲାର ଟିକସ ଦେଇଛି। ବିବିସିର ବିଜ୍‌ନେସ ଖବରଦାତା କ୍ୟାଟି ପ୍ରେସକଟ୍‌ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ସୌଦି ଆରବ ୧୦ ପ୍ରତିଶତ ତେଲ ଯୋଗାଇଥାଏ। ଯୋଗାଣ କମିବା ଅର୍ଥ ତେଲ ଦର ବଢ଼ିବ। ତୈଳ ଦର ଉପରେ ନଜର ରଖୁଥିବା ମର୍ନିଂଷ୍ଟାର ନିର୍ଦ୍ଦେଶକ ସ୍ୟାଣ୍ଡି ଫିଲ୍ଡନ କହିଛନ୍ତି, ସୋମବାର ବଜାର ଖୋଲିବା ମାତ୍ରେ ତେଲ ଦର ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଏହାର ପ୍ରଭାବ ତୁରନ୍ତ ଦେଖାଯିବ ନାହିଁ। ତେବେ ସପ୍ତାହେ ପରେ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri